ETV Bharat / state

Rasol Gramya Bank Robbery: ୯ ଜଣଙ୍କୁ ଗିରଫ କଲା ପୋଲିସ

author img

By

Published : Jan 17, 2022, 2:12 PM IST

Updated : Jan 17, 2022, 2:20 PM IST

ରାସୋଳ ସ୍ଥିତ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଡକାୟତୀ ଘଟଣାର ପର୍ଦ୍ଦାଫାସ । ୯ ଜଣ ଡକାୟତଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

Rasol Gramya Bank Robbery: ୯ଜଣଙ୍କୁ ଗିରଫ କଲା ପୋଲିସ

ଢେଙ୍କାନାଳ: ରାସୋଳ ସ୍ଥିତ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଡକାୟତୀ ଘଟଣାର ପର୍ଦ୍ଦାଫାସ କଲା ପୋଲିସ । ବ୍ୟାଙ୍କ ଲୁଟ ଘଟଣାରେ ୯ ଜଣ ଡକାୟତଙ୍କୁ ପୋଲିସ ଗିରଫ କରିଛି । ବ୍ୟାଙ୍କରୁ ମୋଟ ୭ କେଜି ସୁନା ଅଳଙ୍କାର ଲୁଟ ହୋଇଥିବା ବେଳେ ୫ କେଜି ୩୫୮ ଗ୍ରାମ ସୁନାଗହଣା ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ଅଢେଇ କୋଟି ଟଙ୍କା ହେବ ବୋଲି କୁହାଯାଇଛି । ସେହିପରି ଡକାୟତ ମାନେ ଲୁଟି ଥିବା ମୋଟ ୧୨ ଲକ୍ଷ ୭୭ହଜାର ୭୭୩ ଲୁଟ ଟଙ୍କାରୁ ୧୧ ଲକ୍ଷ ୫୫ ହଜାର ଟଙ୍କା ଜବତ କରିଛି ପୋଲିସ । ଏଥି ସହ ଦୁଇଟି ବାଇକ ଗୋଟିଏ ସ୍କୁଟି ଓ ଗୋଟିଏ କାର ଜବତ ହୋଇଛି ।

Rasol Gramya Bank Robbery: ୯ ଜଣଙ୍କୁ ଗିରଫ କଲା ପୋଲିସ

ସୂଚନାଅନୁଯାୟୀ, ଗତ ୧୨ତାରିଖ ଅପରାହ୍ନରେ ୬ଜଣ ମୁଖା ପିନ୍ଧା ଡକାୟତ ବ୍ୟାଙ୍କ କର୍ମଚାରୀଙ୍କୁ ଆକ୍ରମଣ କରି ବ୍ୟାଙ୍କର ଷ୍ଟ୍ରଙ୍ଗ ରୁମରୁ କୋଟି କୋଟି ଟଙ୍କାର ସୁନାଗହଣା ଓ ଲକ୍ଷ ଲକ୍ଷ ଟଙ୍କା ଧରି ଛୁ ମାରିଥିଲେ। ଘଟଣାଦିନ ସନ୍ଧ୍ୟାରେ ଢେଙ୍କାନାଳ ସଦରଥାନା ଗୋବିନ୍ଦପୁର ଫାଣ୍ଡି ନିକଟରୁ ପ୍ରଥମେ ପାଞ୍ଚ ଡକାୟତକୁ କାବୁ କରି କରିଥିଲା ପୋଲିସ । ଏହାପରେ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଡକାୟତି ଘଟଣାରେ ମୋଟ ୧୧ଜଣ ସାମିଲ ଥିବା ଜଣାପଡ଼ିଥିଲା। ୧୧ ଅଭିଯୁକ୍ତଙ୍କ ମଧ୍ୟରୁ ୯ଜଣଙ୍କୁ ଆଜି ଗିରଫ କରାଯାଇଛି । ଘଟଣାରେ ସମ୍ପୃକ୍ତ ବାକି ଦୁଇ ଅପରାଧୀ ଏବେବି ଫେରାର ଥିବା ଜଣାପଡିଛି । ଫେରାର ଦୁଇ ଅପରାଧୀଙ୍କ ମଧ୍ୟରେ ଜଣେ ମୁଖ୍ୟ ଅଭିଯୁକ୍ତ ରହିଥିବା ଜଣାପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : Jan 17, 2022, 2:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.