ଢେଙ୍କାନାଳ: ଜିଲ୍ଲା କାରାଗାରରେ ଜଣେ ବିଚାରଧୀନ କଏଦୀର ମୃତ୍ୟୁ ଘଟିଛି । ମୃତକ ହେଲେ ଢେଙ୍କାନାଳ ସହର ଦକ୍ଷିଣକାଳୀ ଅଞ୍ଚଳର ବିଦେଶୀ ନାୟକ । ବିଦେଶୀ ଗତ ବର୍ଷ ଡିସେମ୍ବର ୧ ତାରିଖରେ ତାର ମାମୁଁ ଅଭୟ ନଏକଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଥିଲେ ।
ଟାଉନ ଥାନାରେ ଏହି ହତ୍ୟା ମାମଲାରେ ସେ ବିଚାରଧୀନ କଏଦୀ ଭାବେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ କାରାଗାରରେ ଥିଲେ । ତେବେ ବିଦେଶୀ କାରାଗାରରେ ଠିଆ ହୋଇଥିବାବେଳେ ହଠାତ ଖସି ପଡ଼ିଥିଲେ ବୋଲି ସୂଚନା ମିଳିଛି । ତାଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଖବରପାଇ ଟାଉନ ଥାନା ପକ୍ଷରୁ ସ୍ବତନ୍ତ୍ର ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ମୃତଦେହ ବ୍ୟବଚ୍ଛେଦ କରି ତଦନ୍ତ କରୁଥିବା ଜଣାପଡିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ