ETV Bharat / state

ମୋଟଙ୍ଗା ବିକାଶ ନାୟକ ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ଗିରଫ

ମୋଟଙ୍ଗା ବିକାଶ ନାୟକ ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରକାଶ ପ୍ରଧାନ ଗିରଫ । ଅଧିକ ପଢନ୍ତୁ

ମୋଟଙ୍ଗା ବିକାଶ ନାୟକ ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ଗିରଫ
ମୋଟଙ୍ଗା ବିକାଶ ନାୟକ ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ଗିରଫ
author img

By

Published : Mar 20, 2022, 10:26 PM IST

ଢେଙ୍କାନାଳ: ମୋଟଙ୍ଗା ବିକାଶ ନାୟକ ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରକାଶ ପ୍ରଧାନ ଗିରଫ । ପରଜଙ୍ଗ ଅଞ୍ଚଳରୁ ଗିରଫ କଲା ମୋଟଙ୍ଗା ପୁଲିସ । ଗତକାଲି(ଶନିବାର) ରାତିରେ ପ୍ରକାଶ ଓ ତାର ସାଥୀମାନେ ଗାଁ ଦାଣ୍ଡରେ ବିକାଶକୁ କରିଥିଲେ ହତ୍ୟା ।

ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଗାଁର ବିକାଶ ନାୟକ ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ମୋଟଙ୍ଗା ଗ୍ରାମର ପ୍ରକାଶ ପ୍ରଧାନକୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି । ବିଶେଷ ସୂତ୍ରରୁ ଖବର ପାଇ ମୋଟଙ୍ଗା ପୋଲିସ ପରଜଙ୍ଗ ପୋଲିସ ସହାୟତାରେ ଆଜି(ରବିବାର) ଅପରାହ୍ନରେ ପରଜଙ୍ଗ ପାଳସାହିରେ ଚଢ଼ାଉ କରିଥିଲା । ପ୍ରକାଶକୁ ତା'ର ଜଣେ ସମ୍ପର୍କୀୟ ଘରୁ ଗିରଫ କରା ଯାଇଥିବା ଜଣାପଡ଼ିଛି । ତେବେ ଏହି ହତ୍ୟା ମାମଲାରେ ଅନ୍ୟ ଅଭିଯୁକ୍ତ ମୋଟଙ୍ଗା ଗ୍ରାମର ବିଜୟ ପ୍ରଧାନ, ସୁବ୍ରତ ପ୍ରଧାନ, ସୁଭାଷ ପ୍ରଧାନ ଓ ରାଜେଶ ସାହୁଙ୍କୁ ମଧ୍ୟ ଅଟକ ରଖିଛି ।

ସୂଚନା ମୁତାବକ, ମୃତ ବିକାଶ ନାୟକର ଗୋଷ୍ଠୀ ଓ ହତ୍ୟାକାଣ୍ଡର ଅଭିଯୁକ୍ତମାନଙ୍କ ଗୋଷ୍ଠୀ ମଧ୍ୟରେ ଦୀର୍ଘ ଦିନର ବିବାଦ ଲାଗିରହି ଥିବାବେଳେ ଗତ ପଞ୍ଚାୟତ ନିର୍ବାଚନରେ ବିକାଶ ଗୋଷ୍ଠୀର ସରପଞ୍ଚ ବିଜୟୀ ପରେ ଶତ୍ରୁତା ବଢି ଯାଇଥିଲା । ଫଳରେ ବିକାଶ ଅପର ଗୋଷ୍ଠୀର ଟାର୍ଗେଟରେ ରହିଥିଲା । ଗାଁରେ ଦୋଳଯାତ୍ରା ପ୍ରସ୍ତୁତି ବେଳେ ଗାଁ ଦଣ୍ଡରେ ବିକାଶ ନାୟକଙ୍କୁ ପ୍ରକାଶ ପ୍ରଧାନ ଓ ତାର ସାଥୀମାନେ ଯୋଜନା ମୁତାବକ ଗୋଡ଼ାଇ ଗୋଡ଼ାଇ ଅତି ବୀଭତ୍ସ ଭାବେ ହତ୍ୟା କରି ପଳାଇଯାଇଥିଲେ । ଏହାକୁ ନେଇ ମୋଟଙ୍ଗା ଗ୍ରାମରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା ଯୋଗୁଁ ଉତ୍ତେଜନା ନେଇ ପ୍ରଶାସନ ପକ୍ଷରୁ ୧୪୪ ଧାରା କରିଥିଲା ।

ଫଳରେ ଗ୍ରାମରେ ହେବାକୁ ଥିବା ଦୋଳଯାତ୍ରା ବନ୍ଦ ହୋଇଥିବାବେଳେ ପୋଲିସ ମୁତୟନ ହୋଇଥିବା ଜଣାପଡିଛି । ମୋଟଙ୍ଗା ଥାନାରେ ଅଭିଯୋଗ ମୁତାବକ ମାମଲାରେ ୧୦ରୁ ଅଧିକ ଯୁବକ ସମ୍ପୃକ୍ତ ଥିବା ଜଣାପଡିଛି । ମୋଟଙ୍ଗା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରି ଥିବାବେଳେ ପୋଲିସ ଫରେନସିକ ମାଧ୍ୟମରେ ଘଟଣାସ୍ଥଳରେ ତଦନ୍ତ କରିବା ସହ ଅଟକ ବ୍ୟକ୍ତି ଏବଂ ଗିରଫ ପ୍ରକାଶ ପ୍ରଧାନକୁ ଜେରା କରୁଥିବା ଜଣାପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.