ETV Bharat / state

ଜମୁଛି ଯୋରନ୍ଦା ମେଳା, ଅଲେଖ ମହିମା ଧ୍ବନିରେ କମ୍ପୁଛି ମହିମା ପୀଠ

ମହିମା ପରମ୍ପରା ମୁତାବକ ସାଧୁମାନେ ଏହାକୁ ୩ ଦିନଧରି ପାଳନ କରୁଥିବା ବେଳେ ସ୍ଥାନୀୟ ବାସିନ୍ଦା ୭ଦିନ ଧରି ଏହାକୁ ବେଶ ଧୁମଧାମ ପାଳନ କରିଥାନ୍ତି । ଅଧିକ ପଢନ୍ତୁ...

ଜମୁଛି ଯୋରନ୍ଦା ମେଳା, ଆଲେଖ ମହିମା ଧ୍ବନିରେ କମ୍ପୁଛି ମହିମା ପୀଠ
ଜମୁଛି ଯୋରନ୍ଦା ମେଳା, ଆଲେଖ ମହିମା ଧ୍ବନିରେ କମ୍ପୁଛି ମହିମା ପୀଠ
author img

By

Published : Feb 11, 2020, 7:07 AM IST

ଢେଙ୍କାନାଳ: "ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତଉଦ୍ଧାର ହେଉ"।

ଜଗତର କଲ୍ୟାଣ ପାଇଁ ଓ ବିଶ୍ବ ଶାନ୍ତି ପାଇଁ କେଉଁ ଅନାଦି କାଳରୁ ଏହି ଅଖଣ୍ଡ ଧୂନି ଜଳି ଆସୁଛି। ମଣିଷ ଜନ୍ମ ଏକ ପବିତ୍ର ଓ ଦୁର୍ଲଭ ଜନ୍ମ। ଏଥିରେ ଉଚ୍ଚନୀଚ ଓ ଛୁଆ ଅଛୁଆ ଭେଦଭାବ ନାହିଁ। ମହିମା ଧର୍ମର ପ୍ରତିଷ୍ଠାତା ଅବଧୁତ ମହିମା ସ୍ବାମୀଙ୍କ ଏହି ମନ୍ତ୍ରରେ ଏବେ ପ୍ରକମ୍ପତି ହେଉଛି ଢେଙ୍କାନାଳ ଯୋରନ୍ଦାସ୍ଥିତ ମହିମା ଗାଦି। ଶୂନ୍ୟ ପୁରୁଷ ଓ ଶୂନ୍ୟଦେହୀ। ଏଠାରେ ନାଁ ଅଛି ଠାକୁର ନାଁ ଅଛି ମନ୍ଦିର। ପ୍ରତ୍ୟେକ ବର୍ଷ ସାରା ବିଶ୍ବବ୍ୟାପି ଲକ୍ଷ ଲକ୍ଷ ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ଆକର୍ଷିତ ହୋଇ ଆସିଥାନ୍ତି ଯୋରନ୍ଦା ମେଳାକୁ।

ଜମୁଛି ଯୋରନ୍ଦା ମେଳା, ଆଲେଖ ମହିମା ଧ୍ବନିରେ କମ୍ପୁଛି ମହିମା ପୀଠ

ମହିମା ପରମ୍ପରା ମୁତାବକ ସାଧୁମାନେ ଏହାକୁ ୩ ଦିନଧରି ପାଳନ କରୁଥିବା ବେଳେ ସ୍ଥାନୀୟ ବାସିନ୍ଦା ୭ଦିନ ଧରି ଏହାକୁ ବେଶ ଧୁମ ଧାମ ପାଳନ କରିଥାନ୍ତି । ମାଘ ଚତୁଦର୍ଶୀକୁ ମହିମା ସ୍ବାମୀଙ୍କ ଉଦ୍ଦେଶ୍ୟରେ ପ୍ରଭୁ ପୂର୍ଣ୍ଣିମା ଓ ତା'ପର ଦିନ ମହିମା ଗୁରୁମାନଙ୍କ ପାଇଁ ଗୁରୁ ପୂର୍ଣ୍ଣିମା ଭାବେ ପାଳନ କରିଥାନ୍ତି। ମେଳା ଅବସରରେ ଥିବା ଗାଦି ମନ୍ଦିର ସହ,ଶୂନ୍ୟ ମନ୍ଦିର , ୨୧ହାତିଆ ମନ୍ଦିର, ଧୂନୀ ମନ୍ଦିର, ଅଖଣ୍ଡ ଜ୍ୟୋତି ଓ ଅଖଣ୍ଡ ବତୀ ମନ୍ଦିରରେ ସିଦ୍ଧ ମହିମା ସାଧୁଙ୍କ ଦ୍ବାରା ସୂର୍ଯାସ୍ତ ପୂର୍ବରୁ ତିନି ଥର ରୀତିନୀତି କରିଥାନ୍ତି। ମେଳା ଅବସରରେ ମହିମା ସାଧୁମାନଙ୍କ ଦ୍ବାରା ଅଖଣ୍ଡ ଧୂନୀ ଖଞ୍ଜଣୀ ଭଜନ କୀର୍ତ୍ତନ ସାଙ୍ଗକୁ ସାଧୁ ସନ୍ଥମାନଙ୍କ ଗହଣରେ ଅଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥାଏ। ଏହି ବିରଳ ଦୃର୍ଶ୍ୟ ଦର୍ଶନକରି ମହିମା ଧର୍ମ ଦର୍ଶନ ପ୍ରତି ଆସ୍ଥା ଓ ବିଶ୍ବାସ ଗଭୀର ହେବା ସହ ଭକ୍ତ ଓ ଶ୍ରଦ୍ଧାଳୁ ନିଜକୁ ବେଶ ଧନ୍ୟ ମନେ କରନ୍ତି ।

ଏହି ମେଳାରେ ସାରା ବିଶ୍ବର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ସଂଖ୍ୟାରେ ମହିମା ସାଧୁ ଓ ଶ୍ରଦ୍ଧାଳୁମାନେ ଭିଡ ଜମାଇଥାନ୍ତି। ଜନ ସମାଗମକୁ ନେଇ ବିଭିନ୍ନ ବ୍ୟବସାୟୀମାନେ ପସରା ମେଲିଥାନ୍ତି। ଫାଷ୍ଟଫୁଡ ଠାରୁ ଆରମ୍ଭ କରି ବିଭିନ୍ନ କିସମର ଦୋଳି ଓ ମୀନାବଜାର ଆଦି ଲୋକମାନଙ୍କର ମନୋରଞ୍ଜନ କରିଥାଏ। ତେବେ ସଂନ୍ଧ୍ୟାରେ ମୁଖ୍ୟ ଗାଦି ମନ୍ଦିର ଚାରି ଦ୍ବାରରେ ଆକର୍ଷଣର କେନ୍ଦ୍ରବିନ୍ଦୁ ଝାଡବତୀ ପ୍ରଜ୍ବଳିତ ହୁଏ। ଝାଡବତୀରେ ମହିମା ସାଧୁମାନେ ମହଣ ମହଣ ଘୃତାହୂତୀ କରିଥାନ୍ତି। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମ୍ମିଳିତ ଅଲେଖ ମହିମା ଧ୍ବନୀରେ ସାରା ଅଞ୍ଚଳ ଆଧ୍ୟାତ୍ମିକ ପରିବେଶରେ ପ୍ରକମ୍ପିତ ହୋଇ ଉଠେ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:ସାରା ବିଶ୍ବରେ ପ୍ରସିଦ୍ଧ ଲାଭ କରିଛି ମହିମାଧର୍ମ। ଏହି ମହିମା ଧର୍ମର ମୁଖ୍ୟପୀଠ ଢେଙ୍କାନାଳ ଯୋରନ୍ଦାସ୍ଥିତ ମହିମାଗାଦି। ଏଠାରେ ନାଁ ଅଛି ଠାକୁର ମନ୍ଦିର। ନା ମନ୍ଦିରରେ ଅଛନ୍ତି ଠାକୁର । କେବଳ ରହିଛି ମହିମାଧର୍ମର ପ୍ରତିଷ୍ଠାତା ଅବଧୁତ ମହିମା ସ୍ବାମୀଙ୍କ ସମାଧିପୀଠ। ତେବେ ଏହି ପୀଠରେ ପ୍ରତ୍ୟେକ ବର୍ଷ ପାଳିତ ହେଉଥିବା ମହିମାଧର୍ମର ବାର୍ଷିକ ପର୍ବ ଯୋରନ୍ଦା ମେଳାକୁ କାହିଁକି ସାରା ବିଶ୍ବବ୍ୟାପି ଲକ୍ଷ ଲକ୍ଷ ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁୁ ଆକର୍ଷିତ ହୋଇ ଆସିଥାନ୍ତି ଓ କଣ ରହିଛି ଏହାର ରହସ୍ୟ? ଏ ସଂପର୍କରେ ଅଧିକ ଜାଣନ୍ତୁୁ...

Body:ଭିଓ-୧: ଯେତେବେଳେ ଉଚ୍ଚନୀଚ ଭେଦଭାବ, ଛୁଆ ଅଛୁଆ ଓ ଜାତିଭେଦକୁ ନେଇ ମଣିଷ ମଣିଷ ଭିତରେ ସମାଜ ସନ୍ତୁଳନ ହରାଇ ବସିଥିଲା। ଠିକ ସେହି ସମୟରେ ଆର୍ବିଭୁତ ହୁୁଅନ୍ତି ମହିମାସ୍ବାମୀ । କେଉଁଠି ଧୂଳିଆ ବାବା ତ, ଆଉ କେଉଁଠି ଜଟିଆ ବାବା ଭାବରେ । ଆଉ ପ୍ରତିଷ୍ଠା କରନ୍ତି ମହିମା ଧର୍ମ। ଏହି ଅବଧୁତ ସନ୍ୟାସୀ ରାଜ୍ୟର ବିଭିନ୍ନ ସ୍ଥାନ ବୁଲିବୁଲି ମହିମା ଟୁଙ୍ଗୀସହ ଜଗତର କଲ୍ୟାଣ ପାଇଁ ଧୂନୀ ସ୍ଥାପନ କରନ୍ତି।ପରେ ଗତ ୧୮୭୪ ମସିହା ମାଘ ଶୁକ୍ଲ ଚତୁଦର୍ଶୀ ରେ ଢେଙ୍କାନାଳ ଏହି ଯୋରନ୍ଦା ଠାରେ ଗାଦି ଓ ଅନ୍ତିମ ଧ୍ବନୀ ସ୍ଥାପନ କରିଥିଲେ। ଫଳରେ ଏହି ଦିନକୁ ମହିମା ଧର୍ମାଲମ୍ବୀମାନେ ମହିମା ସ୍ବାମୀଙ୍କ ସ୍ମୃତିରକ୍ଷା ପାଇଁ ସେମାନଙ୍କର ବାର୍ଷିକ ଯୋରନ୍ଦାମେଳା ଭାବେ ପାଳନ କରି ଆସୁଥିବା ମହିମା ସମାଜର ମୁଖ୍ୟ ପ୍ରକାଶ କରନ୍ତି।
ବାଇଟ-୧: ବାବା ନିତ୍ୟାନନ୍ଦ ଦାସ, ମହିମା ସତ୍ୟ ସମାଜର ମୁଖ୍ୟ, ମହିମାଗାଦି

ଭିଓ-୨: ମହିମା ପରମ୍ପରା ମୁତାବକ ସାଧୁମାନେ ଏହାକୁ ୩ ଦିନଧରି ପାଳନ କରିଥାନ୍ତି। ମାଘ ଚତୁଦର୍ଶୀକୁ ମହିମା ସ୍ବାମୀଙ୍କ ଉଦ୍ଦେଶ୍ୟରେ ପ୍ରଭୁ ପୂର୍ଣ୍ଣିମା ଓ ତା'ପର ଦିନ ମହିମା ଗୁରୁମାନଙ୍କ ପାଇଁ ଗୁରୁ ପୂର୍ଣ୍ଣିମା ଭାବେ ପାଳନ କରିଥାନ୍ତି। ତେବେ ଅନ୍ତିମ ଦିବସକୁ ଅଗ୍ନୀ ଉତ୍ସବ ଭାବେ ମେଳାକୁ ଉଦଯାପିତ କରିଥାନ୍ତି ମହିମା ସାଧୁୁ। ଏହି ଅବସରରେ ସିଦ୍ଧ ସନ୍ୟାସୀଙ୍କ ଦ୍ବାରା ମୁଖ୍ୟ ଗାଦି ମନ୍ଦିରର ବା ମହିମାସ୍ବାମୀଙ୍କ ସମାଧିପୀଠରେ ସ୍ବତନ୍ତ୍ର ତ୍ରୀସଂନ୍ଧ୍ୟା ରୀତିନୀତି କରାଯାଇଥାଏ। ରୂପାଗରା ଓ ସୁନା ଢାଳରେ ଜଳ ଛିଞ୍ଚନ ପରେ ସୂନା ଗିନାରେ ଅଗୁର, କର୍ପୁର ଓ ଚନ୍ଦନ ଚିଂଚନ କରାଯାଇଥାଏ। ପରେ ସ୍ବତନ୍ତ୍ର ଭିବେ ନିୟୋଜିତ ସିଦ୍ଧ ସନ୍ୟାସୀମାନେ ବେଢା ପରିକ୍ରମା କରି ସୁନା ଓ ରୂପା ଚାମରରେ ବ୍ୟଜନ କରିଥାନ୍ତି। ଆଉ ଏହି ବିରଳ ଦୃର୍ଶ୍ୟ ଦର୍ଶନକରି ମହିମା ଧର୍ମ ଦର୍ଶନ ପ୍ରତି ଆସ୍ଥା ଓ ବିଶ୍ବାସ ଗଭୀର ହେବା ସହ ଭକ୍ତ ଓ ଶ୍ରଦ୍ଧାଳୁୁ ନିଜକୁ ବେଶ ଧନ୍ୟ ମନେ କରନ୍ତି ।
ବାଇଟ- ଅକ୍ଷୟ ସେନାପତି,ଭକ୍ତ,ବାଲିକୁଦା
ବାଇଟ-ରେଣୁବାଳା ସ୍ବାଇଁ, ଶ୍ରଦ୍ଧାଳୁୁ

ଭିଓ-୩: ମେଳା ଅବସରରେ ଥିବା ଗାଦି ମନ୍ଦିର ସହ,ଶୂନ୍ୟ ମନ୍ଦିର , ୨୧ହାତିଆ ମନ୍ଦିର, ଧୂନୀ ମନ୍ଦିର, ଅଖଣ୍ଡ ଜ୍ୟୋତି ଓ ଅଖଣ୍ଡ ବତୀ ମନ୍ଦିରରେ ସିଦ୍ଧ ମହିମା ସାଧୁ ମାଋନଙ୍କ ଦ୍ବାରା ସୂର୍ଯାସ୍ତ ପୂର୍ବରୁ ତିନି ଥର ରୀତିନୀତି କରିଥାନ୍ତି। ଅପରପକ୍ଷରେ ଏହି ମେଳାକୁ ଆସିଥିବା ବିଶ୍ବବ୍ୟାପି ମହିମା ସାଧୁସନ୍ଥ ମାନଙ୍କୁ ନେଇ ଧର୍ମ ମହାସଭା ରେ ସାଧୁମାନଙ୍କର କାର୍ଯ୍ୟକଳାପକୁ ସମୀକ୍ଷା କରାଯାଇ ଅପର ସନ୍ୟାସୀ ପ୍ରଥାରେ ବକ୍କଳ ବା କୌପନୀ ବାନା ପ୍ରଦାନ କରାଯାଇଥାଏ। କହିବାକୁ ଗଲେ ମେଳା ଅବସରରେ ମହିମା ସାଧୁମାନଙ୍କ ଦ୍ବାରା ଅଖଣ୍ଡ ଧୂନୀ ଖଞ୍ଜଣୀ ଭଜନ କୀର୍ତ୍ତନ ସାଙ୍ଗକୁ ସାଧୁ ସନ୍ଥମାନଙ୍କ ଗହଣରେ ଅଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଏ। ଫଳରେ ଏହା ପ୍ରତ୍ୟେକଙ୍କୁ ପ୍ରଭୁ ଅଲେଖ ଶୁନ୍ୟଦେହୀଙ୍କ ପ୍ରତି ଆସ୍ଥା ଓ ଗଭୀର ବିଶ୍ବାସ ଜାଗ୍ରତ କରାଇଥାଏ ବୋଲି ରାଜ୍ୟ ବାହାରୁ ଆସିଥିବା ମହିମା ସାଧୁ ପ୍ରକାଶ କରନ୍ତି ।
ବାଇଟ: ସାଧୁ ମଦନ ଦାସ,ଛତିଶଗଡ

Conclusion:ଭିଓ-୪: ଏହି ମେଳାକୁ କିନ୍ତୁ ସ୍ଥାନୀୟ ବାସିନ୍ଦା ୭ଦିନ ଧରି ବେଶ ଧୁମ ଧାମରେ ପାଳିଥାନ୍ତି। ଏହି ମେଳାରେ ସାରା ବିଶ୍ବର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ସଂଖ୍ୟାରେ ମହିମା ସାଧୁ ଓ ଶ୍ରଦ୍ଧାଳୁମାନେ ଭିଡ ଜମାଇଥାନ୍ତି। ଜନ ସମାଗମକୁ ନେଇ ବିଭିନ୍ନ ବ୍ୟବସାୟୀମାନେ ପସରା ମେଲିଥାନ୍ତି। ଫାଷ୍ଟଫୁଡ ଠାରୁ ଆରମ୍ଭ କରି ବିଭିନ୍ନ କିସମର ଦୋଳି ଓ ମୀନାବଜାର ଆଦି ଲୋକମାନଙ୍କର ମନୋରଂଜନ କରିଥାଏ। ତେବେ ସଂନ୍ଧ୍ୟାରେ ମୁଖ୍ୟ ଗାଦି ମନ୍ଦିର ଚାରି ଦ୍ବାରରେ ଆକର୍ଶଣର କେନ୍ଦ୍ରବିନ୍ଦୁ ଝାଡବତୀ ପ୍ରଜ୍ବଳିତ ହୁଏ। ଝାଡବତୀରେ ମହିମା ସାଧୁମାନେ ମହଣ ମହଣ ଘୃତାହୂତୀ କରିଥାନ୍ତି। ଭକ୍ତ ଓ ଶ୍ରଦ୍ଧାଳୁୁମାନଙ୍କ ସମ୍ମିଳିତ ଅଲେଖ ମହିମା ଧ୍ବନୀରେ ସାରା ଅଞ୍ଚଳ ଆଧ୍ୟାତ୍ମିକ ପରିବେଶରେ ପ୍ରକମ୍ପିତ ହୋଇ ଊଠେ।
ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ। ଇଟିଭି ଭାରତ।

ବିଦ୍ର:ରିପୋର୍ଟର ପିଟିସି ଅଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.