ETV Bharat / state

ଢେଙ୍କାନାଳରେ ନକଲି ବିଦେଶୀ ମଦ କାରଖାନା ଠାବ

author img

By

Published : Mar 14, 2022, 7:12 PM IST

ଢେଙ୍କାନାଳ ଜିଲ୍ଲା ଭୁବନ କହ୍ନେଇପାଳ ଗ୍ରାମରେ ଚଢ଼ାଉ କରି ବିପୁଳ ପରିମାଣରେ ନକଲି ମଦ ଓ ମଦ ପ୍ରସ୍ତୁତ ସାମଗ୍ରୀ ଜବତ କରିବା ସହ ମଦ ମାଫିଆକୁ ଗିରଫ କରିଛି ଅବକାରୀ ସ୍କ୍ୱାର୍ଡ । ଅଧିକ ପଢନ୍ତୁ

ଢେଙ୍କାନାଳରେ ନକଲି ବିଦେଶୀ ମଦ କାରଖାନା ଠାବ
ଢେଙ୍କାନାଳରେ ନକଲି ବିଦେଶୀ ମଦ କାରଖାନା ଠାବ

ଢେଙ୍କାନାଳ: ସ୍ଥାନୀୟ ପୋଲିସ ଓ ଅବକାରୀ ବିଭାଗର ଆଢୁଆଳରେ ଚାଲିଥିଲା ମଦ କାରଖାନା । ଆଉ ଏହି କାରଖାନାରେ ବିଭିନ୍ନ ବ୍ରାଣ୍ଡର ନକଲି ବିଦେଶୀ ମଦ ପ୍ରସ୍ତୁତ କରି ବଜାରକୁ କରାଯାଉଥିଲା ଚାଲାଣ । ତେବେ ବିଶେଷ ସୂତ୍ରରୁ ଖବର ପାଇ କଟକ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଅଚାନକ ଯାଇ ଢେଙ୍କାନାଲ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ କହ୍ନେଇପାଳ ଗ୍ରାମରେ ଚଢ଼ାଉ କରିଥିଲା ।

ଢେଙ୍କାନାଳରେ ନକଲି ବିଦେଶୀ ମଦ କାରଖାନା ଠାବ

ତେବେ ଏହି ନକଲି ମଦ କାରଖାନାରୁ ବିପୁଳ ପରିମାଣର ବିଭିନ୍ନ ବ୍ରାଣ୍ଡର ନକଲି ବିଦେଶୀ ମଦ ଓ ଏହି ମଦ ପ୍ରସ୍ତୁତ ପାଇଁ ବିପୁଳ ପରିମାଣର ସ୍ପିରିଟ, ରଙ୍ଗ, ମଦ ବୋତଲ , ବୋତଲ ଠିପି ଓ ଷ୍ଟିକର ଆଦି ଜବତ କରିଛି ସହ ଏହି ନକଲି ମଦ ତିଆରି କରୁଥିବା ମଦ ମାଫିଆକୁ ଗିରଫ କରିଛି ଅବକାରୀ ସ୍କ୍ୱାର୍ଡ । ଗିରଫ ମଦ ମାଫିଆ ହେଉଛନ୍ତି ଭୁବନ ଥାନା କହ୍ନେଇପାଳ ଗାଁର ବିଷ୍ଣୁଚରଣ ବେହେରା ।

ସୂଚନାନୁସାରେ ନକଲି ବିଦେଶୀ ମଦ କାରଖାନାରୁ ୬୦ ଲିଟର ନକଲି ବିଦେଶୀ ମଦ , ୩୬୦ ଲିଟର ସ୍ପିରିଟ , ୩ ହଜାର ନକଲି ଲେବଲ ,୨ହଜାର ୪ଶହ ଠିପି ,୧ ହଜାର ଖାଲି ବୋତଲ , ୧ ଲିଟର କାରାମେଲ ,୧ ଲିଟର ଏସେନ୍ସ ଫ୍ଲେବର ଆଦି ଜବତ କରାଯାଇଛି । ସୂଚନା ଥାଉକି, ପୂର୍ବରୁ ମଧ୍ୟ ଢେଙ୍କାନାଳରୁ ବିପୁଳ ପରିମାଣର ମଦ ତାହା ପୁଣି ଏକ କଣ୍ଟେନରରୁ ଜବତ ହୋଇଥିଲା । ଯାହାକୁ ଭିତ୍ତି କରି ଅବକାରୀ ସ୍ପେଶାଲ ସ୍କ୍ୱାର୍ଡ କହ୍ନେଇପାଳ ଗାଁରେ ଏହି ଚଢ଼ାଉ କରିଥିଲା ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.