ETV Bharat / state

ଦଣ୍ଡବତ ପଦଯାତ୍ରାରେ ଡ୍ରାଇଭର ସଂଘର ଆନ୍ଦୋଳନ, ରାସ୍ତାରେ ସରକାରଙ୍କୁ ମୁଣ୍ଡିଆ ମାରିଲେ

୯ଦଫା ଦାବିରେ ସମ୍ବଲପୁରରୁ ନବୀନ ନିବାସ ଅଭିମୁଖେ ଦଣ୍ଡବତ ଯାତ୍ରାରେ ବାହାରିଛି ନିଖିଳ ଓଡିଶା ଡ୍ରାଇଭର ମହାସଂଘ । ଆଜି ଏହି ଦଣ୍ଡବତ ପଦଯାତ୍ରା ଢେଙ୍କାନାଳରେ ପହଞ୍ଚିଥିବାବେଳେ ୫୫ନମ୍ବର ଜାତୀୟ ରାଜପଥରେ ଜିଲ୍ଲାର ଅନେକ ଡ୍ରାଇଭର ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ

ଦଣ୍ଡବତ ପଦଯାତ୍ରାରେ ଡ୍ରାଇଭର ସଂଘର ଆନ୍ଦୋଳନ
ଦଣ୍ଡବତ ପଦଯାତ୍ରାରେ ଡ୍ରାଇଭର ସଂଘର ଆନ୍ଦୋଳନ
author img

By

Published : Nov 1, 2022, 7:11 AM IST

ଢେଙ୍କାନାଳ: ଡ୍ରାଇଭରମାନଙ୍କ ବିଭିନ୍ନ ସମସ୍ୟା ନେଇ ୯ଦଫା ଦାବିରେ ସମ୍ବଲପୁରରୁ ନବୀନ ନିବାସ ଅଭିମୁଖେ ଦଣ୍ଡବତ ଯାତ୍ରାରେ ବାହାରିଛି ଓଡିଶା ନିଖିଳ ଡ୍ରାଇଭର ମହାସଂଘ । ରାସ୍ତାରେ ଶୋଇ ସରକାରଙ୍କୁ ମୁଣ୍ଡିଆମାରି ଶହେରୁ ଅଧିକ ଡ୍ରାଇଭର ଏହି ଦଣ୍ଡବତ ଯାତ୍ରା ପରି କଷ୍ଟ ସାଧ୍ୟ ଆନ୍ଦୋଳନରେ ସାମିଲ ହୋଇଥିବା ଜିଲ୍ଲାର ୫୫ନମ୍ବର ଜାତୀୟ ରାଜପଥରେ ଦେଖିବାକୁ ମିଳିଛି ।

ଦଣ୍ଡବତ ପଦଯାତ୍ରାରେ ଡ୍ରାଇଭର ସଂଘର ଆନ୍ଦୋଳନ

ମୋଦି ହେଉକି ନବୀନ ସରକାର, ଡ୍ରାଇଭରଙ୍କ ପାଇଁ ସବୁ ବେକାର । ନବୀନ ତୁମେ ପାଇଲଟ ପୁଅ, ଡ୍ରାଇଭରଙ୍କ ଦୁଃଖ ମାନିନିଅ । ଏଭଳି ନାରାବାଜୀ ଦେଇ ୫୫ନମ୍ବର ଜାତୀୟ ରାଜପଥରରେ ଦେଖିବାକୁ ମିଳିଛି ଏପରି କଷ୍ଟସାଧ୍ୟ ଆନ୍ଦୋଳନର ଏକ ନିଆରା ଦୃଶ୍ୟ । ୯ଦଫା ଦାବିରେ ନିଖିଳ ଓଡିଶା ଡ୍ରାଇଭର ମହାସଂଘ ନେତୃତ୍ୱରେ ଏହି ଦଣ୍ଡବତ ଯାତ୍ରାରେ ସାମିଲ ହୋଇଛନ୍ତି ସହସ୍ରାଧିକ ଡ୍ରାଇଭର । ଗତ ୧୮ତାରିଖରୁ ସମ୍ବଲପୁରରୁ ଆରମ୍ଭ ହୋଇଥିବା ଏହି ଦଣ୍ଡବତ ଯାତ୍ରା ନବୀନ ନିବାସ ଅଭିମୁଖେ ବାହାରିଥିବା ପ୍ରକାଶ କରିଛନ୍ତି ମହାସଂଘର ରାଜ୍ୟ ସଭାପତି ।

ଏହା ମଧ୍ୟ ପଢନ୍ତୁ: ଭୁଶୁଡ଼ିଲା ବ୍ରିଟିଶ ଅମଳ ବ୍ରିଜ, ପୂର୍ତ୍ତ ବିଭାଗ କାର୍ଯ୍ୟକୁ ନେଇ ଉଠିଲା ପ୍ରଶ୍ନ

ସୂଚନା ଥାଉକି, ଏହି ଦଣ୍ଡବତ ଯାତ୍ରା ଆଜି ଢେଙ୍କାନାଳ ଜିଲ୍ଲା ଅତିକ୍ରମ କରୁଥିବା ଦେଖିବାକୁ ମିଳିଛି । ରାଜ୍ୟର ସୁଦୂର କୋରାପୁଟ, ମାଲକାନଗିରି ଠାରୁ ଆରମ୍ଭ କରି ଅନୁଗୁଳ ଢେଙ୍କାନାଳ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାର ଶହ ଶହ ସଂଖ୍ୟାରେ ଡ୍ରାଇଭର ସାମିଲ ହୋଇଛନ୍ତି । ତେବେ ଡ୍ରାଇଭରମାନଙ୍କ ଏହି ୯ଦଫା ଦାବି ପୂରଣ ପାଇଁ ଦଣ୍ଡବତ ଯାତ୍ରାର ଶାରୀରିକ କଷ୍ଟ ଓ ପରିଶ୍ରମକୁ ଲାଘବ ପାଇଁ ମାନସିକସ୍ତରରେ ପ୍ରୋତ୍ସାହିତ ପାଇଁ ଅଣ୍ଟା ଭିଡିଛନ୍ତି ମହିଳା ସଂକୀର୍ତ୍ତନମଣ୍ଡଳୀ । ଫଳରେ ବିଭିନ୍ନ ଅଞ୍ଚଳର ମହିଳା ସଂକୀର୍ତ୍ତନ ମଣ୍ଡଳୀ ସଂକୀର୍ତ୍ତନ ମାଧ୍ୟମରେ ଏହି ଆନ୍ଦୋଳନରେ ସାମିଲ ହେଉଥିବା ଦେଖିବାକୁ ମିଳିଛି ।

ଏନେଇ ଆନ୍ଦୋଳନରତ ଡ୍ରାଇଭର କହିଛନ୍ତି, "ଗୋଟିଏ ପଟରେ ରାଜ୍ୟ ସରକାର ଜନ୍ମରୁ ମୃତ୍ୟୁ ଯାଏଁ ଅନେକ ଯୋଜନା କରିଛନ୍ତି । ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ସହାୟତା ଓ ଯୋଜନା ପ୍ରଣୟନ କରିଛନ୍ତି । ମାତ୍ର ଡ୍ରାଇଭର ଟିଏ କିପରି ନିଜର ଦୁଃଖର ସଂସାର କାଟୁଛି ତାକୁ ସରକାର ହୃଦୟଙ୍ଗମ କରିବା ଉଚିତ । ତେବେ ଏସବୁ ସତ୍ତ୍ୱେ ସରକାର ଯଦି ଏହି ଡ୍ରାଇଭରମାନଙ୍କ ଦାବି ନଶୁଣନ୍ତି ତେବେ ଆଗାମୀ ସମୟରେ ଭୟଙ୍କର ଆନ୍ଦୋଳନ ହେବ ।" ଡ୍ରାଇଭର ମହାସଂଘର ଏହି ଦଣ୍ଡବତ ଯାତ୍ରାରେ ବାଟରେ ପଡୁଥିବା ଜିଲ୍ଲା ମାନଙ୍କର ଡ୍ରାଇଭରମାନେ ସାମିଲ ହେବାରେ ଲାଗିଛନ୍ତି । ଫଳରେ ଏହି ଦଣ୍ଡବତ ଯାତ୍ରାରେ ଡ୍ରାଇଭରଙ୍କ ସଂଖ୍ୟା ବଢିବାରେ ଲାଗିଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.