ETV Bharat / state

ଜୀବିତ ନବଜାତକକୁ ମୃତ ଘୋଷଣା କଲେ ଡାକ୍ତର, ହସ୍ପିଟାଲରେ ଉତ୍ତେଜନା

author img

By

Published : May 1, 2023, 11:24 AM IST

ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳରେ ଡାକ୍ତର ଜଣେ ଜୀବିତ ନବଜାତକକୁ ମୃତ ଘୋଷଣା କରିଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଅଧିକ ପଢନ୍ତୁ

allegations of declaring a live newborn dead
ଜୀବନ୍ତ ନବଜାତକକୁ ମୃତ ଘୋଷଣା ଅଭିଯୋଗ

ଜୀବନ୍ତ ନବଜାତକକୁ ମୃତ ଘୋଷଣା ଅଭିଯୋଗ

ଢେଙ୍କାନାଲ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜୀବିତ ନବଜାତକ ଶିଶୁକୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିବା ଅଭିଯୋଗ ହୋଇଛି । ଏହା ସହ ଚିକିତ୍ସାରେ ଅବହେଳାରୁ ପିଲାଟିର ମୃତ୍ୟୁ ହୋଇଥିବା ଅଭିଯୋଗ ଉଠାଇଛନ୍ତି ପରିବାର । ମାତ୍ର ଡାକ୍ତର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଘଟଣାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ଦେଖିବାକୁ ମିଳିଥିଲା ।

ସୂଚନାଅନୁସାରେ, ସହର ଖମାର ସାହିର କୁନା ପ୍ରଧାନଙ୍କ ପତ୍ନୀ ପ୍ରଣତି ପ୍ରଧାନ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ । ପ୍ରଣତିଙ୍କ ପ୍ରସୂତି ଜନିତ ଯନ୍ତ୍ରଣା ଯୋଗୁଁ ତାଙ୍କୁ ପ୍ରସୂତି ପାଇଁ ପରିବାର ପକ୍ଷରୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭର୍ତ୍ତି କରିଥିଲେ । ଦୀର୍ଘ ସମୟ ଯାଏଁ ତାଙ୍କର ଚିକିତ୍ସା ନ କରିବାରୁ ପ୍ରସୂତି ବିଭାଗ ବାରଣ୍ଡାରେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ପ୍ରସୂତି ପରେ ପ୍ରଣତି ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରିଥିଲେ ଡାକ୍ତର । ଶିଶୁଟିର ମୃତ୍ୟୁ ହୋଇଥିବା କହିଥିଲେ । ସଠିକ ସମୟ ପୂର୍ବରୁ ବା ପ୍ରି-ମାଚ୍ୟୁଅର ଜନ୍ମ ଯୋଗୁଁ ପିଲାଟିର ମୃତ୍ୟୁ ହୋଇଛି ବୋଲି ଡାକ୍ତର କହିଥିଲେ । ଫଳରେ ପରିବାର ନବଜାତ ଶିଶୁ ଘରକୁ ନେଇ ଯାଇଥିଲେ ।

ମାତ୍ର ଶିଶୁଟି ବଞ୍ଚିଥିବା ଜାଣିପାରି ଡାକ୍ତରଖାନାକୁ ପୁଣି ଆଣିଥିଲେ । ଚିକିତ୍ସା କରିବାରେ ବିଳମ୍ବ ଯୋଗୁଁ ଶିଶୁଟି ଆଖିବୁଜିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି ଯଦି ପରିବାର ଲୋକଙ୍କ ଅଭିଯୋଗ ସତ କେବେ ଜୀବିତ ଶିଶୁକୁ ଡାକ୍ତର ମୃତ ଘୋଷଣା କଲେ କିପରି । ଯାହାକୁ ନେଇ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ପ୍ରକାଶ ପାଇଛି ।

ନବଜାତ ଜୀବିତ ଶିଶୁକୁ ଡାକ୍ତର ମୃତ ଘୋଷଣା କରିଥିବା ଅଭିଯୋଗ ପୁଣି ଚିକିତ୍ସାରେ ଅବହେଳା ଓ ବିଳମ୍ବ ଯୋଗୁଁ ନବଜାତ ଶିଶୁଟିର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର । ଯାହାକୁ ନେଇ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ପରିବାର ପକ୍ଷରୁ ହୋଇଥିବା ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଡାକ୍ତର । ସେମାନେ ପିଲାକୁ ନେଇଯାଇଥିଲେ ଆମେ ଖୋଜିଲା ବେଳକୁ ସେମାନେ ନଥିବା କହିଛନ୍ତି ଜିଲ୍ଲା ଡାକ୍ତରଖାନା ସ୍ତ୍ରୀ ଓ ପ୍ରସୂତୀ ବିଭାଗ ଡାକ୍ତର ଭାନୁ ଆଚାର୍ଯ୍ୟ । ତେବେ ପରିବାର କରିଥିବା ଅଭିଯୋଗରେ ଯଦି ସତ୍ୟାସତ ଥାଏ ତେବେ ଜୀବିତ ଶିଶୁକୁ ଡାକ୍ତର କିପରି ମୃତ୍ୟୁ ଘୋଷଣା କଲେ ତାକୁ ନେଇ ସୃଷ୍ଟି ହୋଇଛି ନାନା ପ୍ରଶ୍ନବାଚୀ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.