ETV Bharat / state

ଦାଦାଙ୍କ ଅନ୍ତିମ ସଂସ୍କାର ସାରି ଫେରିବାବେଳେ ପୁତୁରାର ମୃତ୍ୟୁ - ସ୍କୁଟିରୁ ପଡି ପୁତୁରାର ମୃତ୍ୟୁ

ମୃତ୍ୟୁ ବି ଏମିତି ଆସେ । ତୁମୁସିଂହା ଥାନା କନ୍ତିଓକାଟେଣି ଗାଁ ରେ ଅଭାବନୀୟ ଘଟଣା । ହୃତଘାତରେ ମୃତ ଦାଦାର ମୃତଦେହ ଦାହ ସାରି ମଶାଣୀରୁ ଫେରିବାବେଳେ ସ୍କୁଟିରୁ ପଡି ପୁତୁରାର ମୃତ୍ୟୁ । ଅଧିକ ପଢନ୍ତୁ

son died after falling from a scooter while returning from cemeteries
ମୃତ ଦାଦାର ଶବ ଦାହ ସାରି ମଶାଣୀରୁ ଫେରିବା ବେଳେ ସ୍କୁଟିରୁ ପଡି ପୁତୁରାର ମୃତ୍ୟୁ
author img

By

Published : Jun 14, 2022, 10:11 AM IST

ଢେଙ୍କାନାଳ: ମୃତ୍ୟୁ ଏମିତି ବି ଆସେ । ଦାଦାଙ୍କ ମୃତଦେହ ଦାହ କରି ମଶାଣୀରୁ ଫେରିବାବେଳେ ଦୁର୍ଘଟଣାର ଶିକାର ହୋଇ ପୁତୁରାର ମୃତ୍ୟୁ ଘଟିଛି । ଏପରି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ତୁମୁସିଂହା ଥାନା ଅନ୍ତର୍ଗତ କନ୍ତିଓ କାଟେଣୀ ଗ୍ରାମରେ । ଗୋଟିଏ ଦିନରେ ଦାଦା ପୁତୁରାଙ୍କ ଏପରି ଅକାଳ ବିୟୋଗରେ ପରିବାର ସହ ଗ୍ରାମବାସୀ ମର୍ମାହତ ହୋଇପଡିଥିବାବେଳେ ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।

ମୃତ ଦାଦାର ଶବ ଦାହ ସାରି ମଶାଣୀରୁ ଫେରିବା ବେଳେ ସ୍କୁଟିରୁ ପଡି ପୁତୁରାର ମୃତ୍ୟୁ

ସୂଚନା ମୁତାବକ, ଦୁର୍ଘଟଣାରେ ମୃତକ ଜଣଙ୍କ କନ୍ତିଓକାଟେଣି ଗ୍ରାମର ଲମ୍ବୋଦର ସାହୁ । ମୃତ ଲମ୍ବୋଦରଙ୍କ ଦାଦା ଗୁଣ୍ଡିଚା ସାହୁଙ୍କର ଆଜି ହୃଦଘାତରେ ମୃତ୍ୟୁ ହୋଇଥିଲା । ମଶାଣିରେ ତାଙ୍କର ଅନ୍ତିମ ସଂସ୍କାର ପରେ ଲମ୍ବୋଦର ତାଙ୍କର ସ୍କୁଟି ଯୋଗେ ଘରକୁ ଫେରୁଥିଲେ । ତେବେ ବାଟରେ ଅସାବଧାନତାବଶତଃ ସ୍କୁଟିରୁ ଖସିପଡିଥିଲେ ବୋଲି ତାଙ୍କର ସମ୍ପର୍କୀୟ ପ୍ରକାଶ କରିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ବାଟରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.