ETV Bharat / state

ରେଙ୍ଗାଲି ବାମ କେନାଲରୁ ନିଖୋଜ କାଉଡିଆଙ୍କ ମୃତଦେହ ଉଦ୍ଧାର - ଢେଙ୍କାନାଳରେ କାଉଡିଆ ନିଖୋଜ ଘଟଣା

ଢେଙ୍କାନାଳରେ ଜଳାଭିଷେକ ପାଇଁ ପାଣି ଉଠାଉ ଥିବାବେଳେ କାଉଡିଆ ନିଖୋଜ ଘଟଣା । ଦିନକ ପରେ ମିଳିଲା ମୃତଦେହ । ଅଧିକ ପଢନ୍ତୁ

ରେଙ୍ଗାଲି ବାମ କେନାଲରେ କାଉଡିଆ ନିଖୋଜ ଘଟଣା
ରେଙ୍ଗାଲି ବାମ କେନାଲରେ କାଉଡିଆ ନିଖୋଜ ଘଟଣା
author img

By

Published : Aug 2, 2022, 7:13 PM IST

Updated : Aug 2, 2022, 8:33 PM IST

ଢେଙ୍କାନାଳ: ସୋମବାର ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କୂଆଳୋ ନିକଟସ୍ଥ ରେଙ୍ଗାଲି ବାମପାର୍ଶ୍ବ କେନାଲରେ ଜଣେ କାଉଡିଆ ବୁଡିଯାଇ ନିଖୋଜ ହୋଇଯାଇଥିଲେ । ଦିନକ ପରେ ନିଖୋଜ କାଉଡିଆଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଉଛନ୍ତି ତାଳଚେର ଅଞ୍ଚଳର ମହେଶ୍ବର ବାରିକ୍ । ଆଜି(ମଙ୍ଗଳବାର) ସକାଳେ ତାଙ୍କର ମୃତଦେହ କେନାଲରେ ଭାସୁଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏନେଇ ସେମାନେ ଓଡ୍ରାଫ ଟିମକୁ ଖବର ଦେବା ପରେ ଟିମ୍ ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରିଛି । ଏହାପରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି ।

ଏହାମଧ୍ୟ ପଢନ୍ତୁ:ଶ୍ରାବଣ ସୋମବାରରେ ଅଘଟଣ, ବ୍ରାହ୍ମଣୀ ନଦୀରେ ବୁଡ଼ ପକାଇବାବେଳେ ବୁଡିଗଲେ କାଉଡିଆ

ସୂଚନା ଅନୁଯାୟୀ, ଗତକାଲି ଶ୍ରାବଣ ମାସର ତୃତୀୟ ସୋମବାର ହୋଇଥିଲା । କାଉଡିଆ ଜଣକ ଅଷ୍ଟଶମ୍ଭୁ ମନ୍ଦିରରେ ଜଳାଭିଷେକ ପାଇଁ ପାଣି ଉଠାଉଥିବା ବେଳେ ଅସାବଧାନତା ଯୋଗୁଁ ରେଙ୍ଗାଲି ବାମପାର୍ଶ୍ବ କେନାଲରେ ବୁଡିଯାଇ ନିଖୋଜ ହୋଇଯାଇଥିଲେ । ସୋମବାର ଦିନ ତମାମ୍ ଅଗ୍ନିଶମ ବାହିନୀ ବହୁ ଖୋଜାଖୋଜି କରିଥିଲେ ମଧ୍ୟ କେନାଲର ଜଳସ୍ତର ଅଧିକ ଥିବା କାରଣରୁ ତାଙ୍କର କୌଣସି ସନ୍ଧାନ ମିଳିପାରିନଥିଲା । ଆଜି କାଉଡିଆଙ୍କ ମୃତଦେହ ଉଦ୍ଧାର କରିଛି ଓଡ୍ରାଫ୍ ଟିମ୍ ।

ଇଟିଭି ଭାରତ, ଢେଙ୍କାନାଳ

Last Updated : Aug 2, 2022, 8:33 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.