ଢେଙ୍କାନାଳ: ଲକଡାଉନ ପ୍ରଭାବ ଖାଲି ସାଧାରଣ ଲୋକେ ନୁହଁନ୍ତି ନେତା ମନ୍ତ୍ରୀମାନଙ୍କ ଉପରେ ବି ପଡୁଛି । ସବୁବେଳେ ଲୋକଙ୍କ ସେବାରେ ନିୟୋଜିତ ରହୁଥିବା ନେତାଙ୍କ ବି ଏବେ ହାତ ଗୋଡ ବନ୍ଧା । ଏପରିସ୍ଥଳେ ଢେଙ୍କାନାଳ ସାଂସଦ ମହେଶ ସାହୁ ଘରେ କିପରି ସମୟ ଅତିବାହିତ କରୁଛନ୍ତି ଆସନ୍ତୁ ଜାଣିବା ।
ଲେଖା ଲେଖି କରିବା ସହ ନିଜ ବଗିଚାରେ ସେ ସମୟ ବିତାଇଥାନ୍ତି । ଏହାସହ ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେଇ ବ୍ୟାୟାମ ମଧ୍ୟ କରିଥାନ୍ତି । ନିଜ ଘର ଲୋକଙ୍କୁ ସମୟ ଦେବା ସହ ବାହାରକୁ ନବାହାରିବାକୁ ସେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ଲକଡାଉନ ନିୟମକୁ କଡାକଡି ଭାବରେ ପାଳନ କରିବାକୁ କହିଛନ୍ତି ।
ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ, ଇଟିଭି ଭାରତ