ETV Bharat / state

ଜାଗର ପାଇଁ କପିଳାସରେ ପ୍ରସ୍ତୁତି, ୪ଟା ୨୦ରେ ଉଠିବ ମହାଦୀପ

ଜାଗର ଯାତ୍ରା ପାଇଁ କପିଳାସରେ ବ୍ୟାପକ ପ୍ରସ୍ତୁତି । କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ । ଭୋର ୪ଟା ୨୦ରେ ଉଠିବ ମହାଦୀପ । ଅଧିକ ପଢନ୍ତୁ...

author img

By

Published : Mar 10, 2021, 5:01 PM IST

jagara preparetion in kapilash pitha,  covid negetive report is mandatory for devotees
ଜାଗର ପାଇଁ କପିଳାସରେ ବ୍ୟାପକ ପ୍ରସ୍ତୁତି, ୪ଟା ୨୦ରେ ଉଠିବ ମହାଦୀପ

ଢେଙ୍କାନାଳ : ଆସନ୍ତାକାଲି ଜାଗର । ଏନେଇ ପ୍ରସିଦ୍ଧ ଶୈବପୀଠ ଢେଙ୍କାନାଳର କପିଳାସ ପୀଠ ଚଳଚଞ୍ଚଳ ହୋଇଉଠିଛି । ଏହି ଅବସରରେ ପୀଠର ଅଧିଷ୍ଠାତା ଚନ୍ଦ୍ରଶେଖରଙ୍କ ପାଳିତ ହେବାକୁ ଯାଉଛି ଜାଗର ଯାତ୍ରା । ଶୁକ୍ରବାର ଭୋର ୪ଟା ୨୦ମିନିଟରେ ମହାଦୀପ ମନ୍ଦିର ଚୁଡାକୁ ଉଠିବାର ସମୟ ନିର୍ଘଣ୍ଟ ହୋଇଛି । ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଉଭୟ ପାହାଚ ଓ ବାରବାଙ୍କ ରାସ୍ତା ମରାମତି ସାଙ୍ଗକୁ ଶୃଙ୍ଖଳିତ ଦର୍ଶନ ପାଇଁ ବାରିକେଟ , ପାନୀୟ ଜଳ, ସ୍ବାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଉଛି ।

ତେବେ କୋଭିଡ ସଂକ୍ରମଣ ଆଶଙ୍କାରେ ଚଳିତ ବର୍ଷ ଜିଲ୍ଲା ତଥା ରାଜ୍ୟ ବାହାର ଲୋକଙ୍କୁ କପିଳାଶ ପୀଠ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଶୃଙ୍ଖଳିତ ଦର୍ଶନ ଓ ଶାନ୍ତି ଶୃଙ୍ଖଳା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ୧୩ ପ୍ଲାଟୁନ ପୁଲିସ ଫୋର୍ସ ସହ ୫୫ଜଣ ପୁଲିସ ଅଧିକାରୀ ନିୟୋଜିତ ରହିବେ ବୋଲି ଜଣାପଡିଛି । ତେବେ ପରମ୍ପରା ମୁତାବକ ପ୍ରତ୍ୟକବର୍ଷ ପରି ସେବାୟତମାନଙ୍କ ମାଧ୍ୟମରେ ପ୍ରଭୁଙ୍କ ନୀତିକାନ୍ତି କରାଯିବ ବୋଲି ପ୍ରକାଶ କରିଛନ୍ତି ଜିମାଦର ଓ ସେବାୟତ । ତେବେ ଚଳିତ ବର୍ଷ କୋଭିଡ ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଏସଓପି ଜାରି କରାଯାଇଛି । ମନ୍ଦିରକୁ ଭୋଗ ନେବାକୁ ବାରଣ କରାଯାଇଥିବା ବେଳେ ସେବାୟତ ମାନଙ୍କର ଗତ ତିନିଦିନ ଧରି କୋଭିଡ ଟେଷ୍ଟ କରାଯାଉଛି ।

ଅପରପକ୍ଷରେ ମନ୍ଦିର ପାଦ ଦେଶ ଦେଓଗାଁ ଠାରେ କୋଭିଡ ଟେଷ୍ଟ ସେଣ୍ଟର ବ୍ୟବସ୍ଥା କରାଯାଇଛି । ଢେଙ୍କାନାଳ ଜିଲ୍ଲାବାସୀ ସେମାନଙ୍କ ବାସିନ୍ଦା ପ୍ରମାଣପତ୍ର ଓ କୋଭିଡ ନେଗେଟିଭ ରିପୋର୍ଟ ଦେଖାଇ ଦେଖାଇ ଏହି ପୀଠକୁ ଯାଇପାରିବେ ବୋଲି ଜଣାପଡିଛି । ଏହାସହ ଚଳିତ ବର୍ଷ ପୀଠର ଉପରେ କୈଣସି ପ୍ରକାର ଭଜନ ସମାରୋହ କି ମେଳା କରାଯିବ ନାହିଁ । କପିଳାଶ ପୀଠର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପ୍ରଭୁ ଚନ୍ଦ୍ରଶେଖରଙ୍କ ପ୍ରତି ଶ୍ରଦ୍ଧାଳୁ ମାନଙ୍କ ପ୍ରଗାଢ ବିଶ୍ବାସ ରହିଛି ।ଫଳରେ ଜାଗର ଯାତ୍ରା ଅବସରରେ ଏହି ପୀଠକୁ ପ୍ରତ୍ୟକ ବର୍ଷ ଜିଲ୍ଲା ତଥା ରାଜ୍ୟ ବାହାରୁ ଲକ୍ଷ ଲକ୍ଷ ସଂଖ୍ୟାରେ ଶ୍ରଦ୍ଧାଳୁ ଛୁଟି ଆସିଥାନ୍ତି । ମାତ୍ର ଚଳିତ ବର୍ଷ କୋଭିଡ କଟକଣାରୁ ଜିଲ୍ଲା ବାହାରର ଭକ୍ତ ଭଗବନାଙ୍କ ଦର୍ଶନରୁ ବଞ୍ଚିତ ହେବେ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.