ETV Bharat / state

ଧନତେରସରେ ସୁନା କିଣିବାକୁ ଦୋକାନରେ ଗ୍ରାହକଙ୍କ ଖଚାଖଚ ଭିଡ

author img

By

Published : Oct 23, 2022, 9:02 PM IST

ଧନତେରସରେ ସୁନା କିଣିବା ପାଇଁ ଢେଙ୍କାନାଳ ସୁନା ଦୋକାନ ଗୁଡିକରେ ଗ୍ରାହକଙ୍କ ଖଚାଖଚ ଭିଡ ।

ଆଜି ଧନତେରସ
ଆଜି ଧନତେରସ

ଢେଙ୍କାନାଳ: ରାତି ପାହିଲେ ଦୀପାବଳି । ଏହା ପୂର୍ବରୁ ପାଳନ କରାଯାଏ ଧନତେରସ (Dhanteras)। ଆଜି ଧନତେରସ ଅବସରରେ ସୁନା କିଣିବାର ପ୍ରଥା ରହିଛି । ବିଶ୍ବାସ ରହିଛି ଆଜିର ଦିନରେ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସିଥାନ୍ତି । ଘରକୁ ସୁନା ହେଉ ଅବା ରୂପା ଗହଣା କିଣି ଆଣିଲେ ଲଷ୍ମୀ ସନ୍ତୁଷ୍ଟି ହୁଅନ୍ତି ଆଉ ବର୍ଷ ତମାମ ଶୁଭ ଓ ଧନର ଆଗମନ ଘଟିଥାଏ । ଏହି ଅବସରରେ ରାଜ୍ୟର ବିଭିନ୍ନ ଗହଣା ଦୋକାନରେ ଲୋକଙ୍କ ଭିଡ ଜମିଥାଏ । କିଏ ସୁନାର ନେକ୍ଲେସ ତ ଆଉ କିଏ ଚେନ, ମୁଦି, ସୁନାର ଚୁଡି ଆଦି କିଣିଥାନ୍ତି । ଧନତେରସ ଅବସରରେ ଢେଙ୍କାନାଳର ବିଭିନ୍ନ ଗହଣା ଦୋକାନରେ ଭିଡ ଜମିଥିବା ଦେଖିବାକୁ ମିଳିଛି ।

ଆଜି ଧନତେରସ

ସେପଟେ ଆଜି ଧନତେରସକୁ ଆଖି ଆଗରେ ରଖି ଗହଣା ଦୋକାନୀମାନେ ଗ୍ରାହକ ମାନଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ଆଖିଦୃଶିଆ ଅଫର ମାନ ଦେଉଥିବା ପ୍ରକାଶ କରିଛନ୍ତି । ଫଳରେ ଗହଣା ଦୋକାନ ଗୁଡିକରେ ଖଚା ଖଚ ଭିଡ଼ ପରିଲକ୍ଷିତ ହୋଇଛି । ଦୋକାନୀ ମାନେ ମଧ୍ୟ ବେଶ ଆନନ୍ଦର ସହ ବିଭିନ୍ନ ଡିଜାଇନର ଗହଣା ଗ୍ରାହକଙ୍କୁ ଦେଖାଉଥିବାବେଳେ, ନିଜ ମନ ମୁତାବକ ଗହଣା କିଣି ନେଉଛନ୍ତି ଗ୍ରାହକ । ସୁନା ଦୋକାନୀଙ୍କ ଆଜିର ଦିନରେ ଭଲ ବ୍ୟବସାୟ ମଧ୍ୟ ହୋଇଥାଏ ।

ଏନେଇ ଜଣେ ଦୋକାନ ମାଲିକ କହିଛନ୍ତି, ''ବଶ୍ବାସ ରହିଛି ଆଜିର ଦିନରେ ସୁନା ଗହଣା କିଣିଲେ ଘରକୁ ମା' ଲକ୍ଷ୍ମୀ ଆସିଥାନ୍ତି । ଏହି ବିଶ୍ବାସ ରଖି ଆଜି ଆମ ଦୋକାନରେ ଗ୍ରାହକଙ୍କ ଭିଡ ଜମିଛି, ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ପ୍ରକାର ଆକର୍ଷଣୀୟ ଅଫର ମଧ୍ୟ ରହିଛି । ସୁନା ଗଢା ମଜୁରି ଉପରେ ରିହାତି ରହିଛି ।'' ଏନେଇ ଜଣେ ଗ୍ରାହକ କହିଛନ୍ତି ଯେ, ''ଆମ ପରମ୍ପରାରେ ବିଶ୍ବାସ କରାଯାଏ ଧନତେରସରେ କିଥି ସୁନା ଜିନିଷ କିଣିଲେ ବର୍ଷ ସାରା ଏହାକୁ ପୁଣି ଥରେ କିଣିବାକୁ ସୁଯୋଗ ମିଳେ, ଏଥିପାଇଁ ଆଜି ବହୁ ଲୋକ ସୁନା ଗହଣା କିଣି ନେଉଛନ୍ତି ।''

ଏହା ମଦ୍ୟ ପଢନ୍ତୁ-ଆଜି ଧନତେରସ, ସିଲଭର ସିଟିରେ ଅଫରର ମଜା ଉଠାଉଛନ୍ତି ଗ୍ରାହକ

ସେହିପରି ଆଜି କଟକ ସହରରେ ମଧ୍ୟ ସୁନା ଦୋକାନ ଗୁଡିକରେ ଗ୍ରାହକଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଥିଲା । ଦୋକାନୀ ଗୁଡିକ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ କିଏ ସୁନା ଗହଣା ଗଢା ମଜୁରି ଉପରେ ରିହାତି ଦେଇଛି ତ ଆଉ କିଏ ରୁପା ଗହଣା ତିଆରି ମଜୁରି ଛାଡ କରିଛି । ଗତ ଦୁଇ ବର୍ଷ ହେଲା ଧନତେରାସ ଫିକା ପଡିଥିବାବେଳେ ଚଳିତ ବର୍ଷ ଗଦଣା ଦୋକାନରେ ଭିଡ ରହିଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.