ETV Bharat / state

ହିନ୍ଦୋଳ ଓ ଗଁନ୍ଦିଆ ବ୍ଲକରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ, ପହଞ୍ଚିଲେ ପୋଲିଂ ପାର୍ଟି - ଢେଙ୍କାନାଳରେ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି

ବୁଧବାରଠାରୁ ଆରମ୍ଭ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ପ୍ରଥମ ପର୍ଯ୍ୟାୟରେ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଓ ଗଁନ୍ଦିଆ ବ୍ଲକରେ ମତଦାନ ହେବ । ଅଧିକ ପଢ଼ନ୍ତୁ

hindol and gandia administration ready for first faze of panchayat election
ହିନ୍ଦୋଳ ଓ ଗଁନ୍ଦିଆ ବ୍ଲକରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ, ପହଞ୍ଚିଲେ ପୋଲିଂ ପାର୍ଟି
author img

By

Published : Feb 15, 2022, 10:41 PM IST

ଢେଙ୍କାନାଳ: ବୁଧବାରଠାରୁ ଆରମ୍ଭ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ପ୍ରଥମ ପର୍ଯ୍ୟାୟରେ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଓ ଗଁନ୍ଦିଆ ବ୍ଲକରେ ମତଦାନ ହେବ । ମୋଟ ୮୭୨ଟି ବୁଥରେ ୨ଲକ୍ଷ ୫୪ହଜାର ୧୬୦ଜଣ ଭୋଟର ମତ ସାବ୍ୟସ୍ତ କରିବେ । ସକାଳ ୭ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଭୋଟର ମାନେ ବୁଥ୍‌ କୁ ଯାଇ ସ୍ୱତନ୍ତ୍ର ବାଲଟ ପେପରରେ ଜିଲ୍ଲା ପରିଷଦ, ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବର ପ୍ରାର୍ଥୀଙ୍କୁ ଭୋଟ ଦେବେ ।

ହିନ୍ଦୋଳ ଓ ଗଁନ୍ଦିଆ ବ୍ଲକରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ, ପହଞ୍ଚିଲେ ପୋଲିଂ ପାର୍ଟି

ପ୍ରଥମ ପର୍ଯ୍ୟାୟର ଭୋଟ ଗ୍ରହଣର ପ୍ରଥମ ଦିବସରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଓ ଗଁନ୍ଦିଆ ବ୍ଲକରେ ଭୋଟ ଗ୍ରହଣ କରାଯିବ । ଉଭୟ ବ୍ଲକର ୮ଟି ଜିଲ୍ଲା ପରିଷଦ ଆସନ, ୬୪ଟି ପଞ୍ଚାୟତରେ ସରପଞ୍ଚ ଓ ୮୭୨ଟି ୱାର୍ଡ ମେମ୍ବର ପଦବୀ ପାଇଁ ମତଦାନ କରିବେ ଭୋଟର । ତେବେ ମୋଟ ୮୭୨ଟି ବୁଥ୍‌ରୁ ଉଭୟ ବ୍ଲକରେ ୧୪୬ଟି ବୁଥ୍‌ ସମ୍ବେଦନଶୀଳ ରହିଛି । ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ହିନ୍ଦୋଳ ବ୍ଲକରେ ୩୫ ପଞ୍ଚାୟତ ଓ ଗଁନ୍ଦିଆରେ ୨୯ ପଞ୍ଚାୟତର ମୋଟ ୨୬ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ, ୨୮୪ଜଣ ସରପଞ୍ଚ ଓ ସମିତି ସଭ୍ୟ, ୧୦୫୭ ଜଣ ୱାର୍ଡ ମେମ୍ବର ପ୍ରାର୍ଥୀଙ୍କ ଭାଗ୍ୟ ପରଖିବେ ଭୋଟର । ଉଭୟ ବ୍ଲକ କାର୍ଯ୍ୟାଳୟରୁ ପୋଲିଂ ପାର୍ଟିମାନେ ବାଲଟ ବକ୍ସ ଗ୍ରହଣ କରି ନିଜ ନିଜ ବୁଥ୍‌ ଅଭିମୁଖେ ବାହାରିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.