ETV Bharat / state

ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଠାବ, ସ୍ବାମୀ ଅଟକ

author img

By

Published : Jul 20, 2022, 10:57 PM IST

ଝୁଲନ୍ତା ଅବସ୍ଥାରେ ଶୋଇବା ଘରୁ ଜଣେ ମହିଳାଙ୍କ ମୃତଦେହ ଠାବ ହୋଇଛି । ମୃତ ମହିଳା ଜଣଙ୍କ ଭାଟ କାଟେଣି ଗ୍ରାମର ଗାୟତ୍ରୀ ନାୟକ । ତେବେ ଗାୟତ୍ରୀଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ବାପଘର ଲୋକ । ଅଧିକ ପଢନ୍ତୁ

ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଠାବ
ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଠାବ

ଢେଙ୍କାନାଳ: ସଦର ଥାନା ଅନ୍ତର୍ଗତ ଭାଟକାଟେଣି ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଝୁଲନ୍ତା ଅବସ୍ଥାରେ ଶୋଇବା ଘରୁ ଜଣେ ମହିଳାଙ୍କ ମୃତଦେହ ଠାବ ହୋଇଛି । ମୃତ ମହିଳା ଜଣଙ୍କ ଭାଟ କାଟେଣି ଗ୍ରାମର ଗାୟତ୍ରୀ ନାୟକ । ଏହାକୁ ହତ୍ୟାକଣ୍ଡ ବୋଲି ଗାୟତ୍ରୀଙ୍କ ବାପ ଘର ଲୋକ ଅଭିଯୋଗ କରିଛନ୍ତି ।

ଗାୟତ୍ରୀ ଦୁଇ ବର୍ଷ ହେଲା ବିବାହ କରିଥିଲେ । ହେଲେ ବିବାହ ପରେ ସ୍ବାମୀ ତାଙ୍କୁ ମାଡ ମାରିବା ସହିତ ନିର୍ଯ୍ୟାତନା ଦେଉଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିଲା । ତେବେ ଗାୟତ୍ରୀଙ୍କ ସ୍ବାମୀ ଗାୟତ୍ରୀଙ୍କୁ ହତ୍ୟା କରି ଅଭିଯୋଗ ଆଣିଛନ୍ତି ଗାୟତ୍ରୀଙ୍କ ବାପଘର ଲୋକ । ଏନେଇ ଗାୟତ୍ରୀଙ୍କ ବାପଘର ଲୋକ ଥାନାରେ ଏତଲା ଦେଇଛନ୍ତି । ଏହି ଘଟଣାରେ ସଦର ଥାନା ପୁଲିସ ମୃତା ମହିଳାଙ୍କ ସ୍ୱାମୀ ଜିତୁ ନାୟକଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.