ETV Bharat / state

ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି - ମାଛ ଧରାଳି

ମାଛ ଧରିବାକୁ ଯାଇ ନଦୀରେ ବୁଡି ମାଛ ଧରାଳିଙ୍କ ମୃତ୍ୟୁ । ଢେଙ୍କାନାଳ ଜିଲ୍ଲା ଭୁବନ ଜୟପୁର ଗ୍ରାମ ବ୍ରାହ୍ମଣୀ ନଦୀରେ ଏପରି ଅଘଟଣ ଘଟିଛି । ମୃତ ମାଛ ଧରାଳି ଭୁବନ ଜୟପୁର ଗ୍ରାମର ନକୁଳ ତରାଇ ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି
ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି
author img

By

Published : Apr 12, 2021, 8:06 PM IST

ଢେଙ୍କାନାଳ: ମାଛ ଧରିବାକୁ ଯାଇ ନଦୀରେ ବୁଡି ମାଛ ଧରାଳିଙ୍କ ମୃତ୍ୟୁ । ଢେଙ୍କାନାଳ ଜିଲ୍ଲା ଭୁବନ ଜୟପୁର ଗ୍ରାମ ବ୍ରାହ୍ମଣୀ ନଦୀରେ ଏପରି ଅଘଟଣ ଘଟିଛି । ମୃତ ମାଛ ଧରାଳି ଭୁବନ ଜୟପୁର ଗ୍ରାମର ନକୁଳ ତରାଇ ବୋଲି ଜଣାପଡିଛି । ସୂଚନାମୁତାବକ, ଜୟପୁର ଗ୍ରାମର ନକୁଳ ସହ ଦିରଜ ତରାଇ ଓ ଜଗବନ୍ଧୁ ମଳିକ ଆଜି(ସୋମବାର) ଜାଲ ଧରି ମାଛ ଧରିବାକୁ ବ୍ରାହ୍ମଣୀ ନଦୀକୁ ଯାଇଥିଲେ । ଜୟପୁର ଗ୍ରାମ ନିକଟ ମାଳପୁରା ଗ୍ରାମ ଘାଟ ନିକଟରେ ଜାଲ ବିଛାଉଥିବା ସମୟରେ ନକୁଳ ପାଣିରେ ବୁଡିଯାଇଥିଲେ ।

ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି

ତେବେ ଅନେକ ଖୋଜାଖୋଜି ପରେ ମାଳପୁରା ନଦୀ ଘାଟରୁ ତାଙ୍କର ମୃତଦେହ ସହ ମାଛ ଧରାଯାଉଥିବା ଜାଲ ଉଦ୍ଧାର କରାଯାଇଛି । ଖବର ପାଇ ଭୁବନ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚିଲା ବେଳକୁ ଗ୍ରାମବାସୀ ନକୁଳର ମୃତଦେହ ପାଣିରୁ ଉଦ୍ଧାର କରିସାରିଥିଲେ । ନକୁଳର ମୃତଦେହକୁ ଅଗ୍ନିଶମ ବାହିନୀ ଭୁବନ ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାପଡ଼ିଛି । ଖବର ପାଇ ଭୁବନ ପୋଲିସ ମୃତଦେହକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.