ETV Bharat / state

ବଡ ଭାଇର ଛୁରା ମାଡରେ ସାନଭାଇ ମୃତ

author img

By

Published : Dec 29, 2020, 7:37 AM IST

ଅଳ୍ପ କେଇ ଟଙ୍କା ପାଇଁ ସମ୍ପର୍କର ଅର୍ଥ ଭୁଲିଗଲା ବଡ ଭାଇ। ସାନ ଭାଇକୁ ଛୁରୀରେ ହତ୍ୟା କରି ଫେରାର ଅଛି ବଡ ଭାଇ। ପୋଲିସର ତଦନ୍ତ ଜାରି। ଅଧିକ ପଢନ୍ତୁ...

ବଡ ଭାଇର ଛୁରା ମାଡରେ ସାନଭାଇ ମୃତ, ଅଭିଯୁକ୍ତ ଭାଇ ଫେରାର

ଢେଙ୍କାନାଳ: ଜିଲ୍ଲାର ମୋଟଙ୍ଗା ଥାନା ଆର୍ତ୍ତସାଆନ୍ତାରାକାଟେଣି ଗାଁରେ ହତ୍ୟାକାଣ୍ଡ । ରୋଗୋଣା ମା'ର ଚିକିତ୍ସା ପାଇଁ ମାତ୍ର ୫ ଶହ ଟଙ୍କା ମାଗିବାରୁ ସାନଭାଇ ପେଟରେ ଛୁରୀ ଭୁସିଦେଲା ବଡଭାଇ। ଡାକ୍ତରଖାନାରେ ସାନଭାଇର ମୃତ୍ୟୁ । ମୃତକ ହେଲେ ସାନଭାଇ ସରୋଜ ନାୟକ । ହତ୍ୟା ଅଭିଯୁକ୍ତ ବଡଭାଇ ଦୁର୍ଯ୍ୟୋଧନ ନାୟକ ଫେରାର ହୋଇଯାଇଛି।

ସୂଚନା ମୁତାବକ, ବାପଙ୍କ ମୃତ୍ୟୁ ପରେ ଥିବା ୧୦ ହଜାର ଟଙ୍କା ବଡପୁଅ ଦୁର୍ଯ୍ୟୋଧନ ରଖିଥିଲେ। ମାତ୍ର ମା'ଙ୍କ ଦେହ ଖରାପ ହେବାରୁ ଚିକିତ୍ସା ପାଇଁ ମା' କହିବାରୁ ସାନଭାଇ ସରୋଜ ବଡଭାଇ ଦୁର୍ଯ୍ୟୋଧନକୁ ମାତ୍ର ୫ ଶହ ଟଙ୍କା ମାଗିଥିଲେ। ଏହାକୁ ନେଇ ଉଭୟ ଭାଇଙ୍କ ମଧ୍ୟରେ ବିବାଦ ହୋଇଥିଲା। ତେବେ ଦୁର୍ଯ୍ୟୋଧନ, ତାଙ୍କ ପତ୍ନୀ ଓ ପୁଅ ମିଶି ସରୋଜକୁ ଆକ୍ରମଣ କରିଥିଲେ। ଏପରିକି ଦୁର୍ଯ୍ୟୋଧନ ଏକ ଛୁରୀ ସରୋଜର ପେଟକୁ ଭୂଷି ଦେଇଥିଲା। ଫଳରେ ସରୋଜଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଖବରପାଇ ମୋଟଙ୍ଗା ପୁଲିସ ତଦନ୍ତ ଆରମ୍ଭ କରିଛି। ସେପଟେ ହତ୍ୟା ଅଭିଯୁକ୍ତ ବଡଭାଇ ଛୁରୀ ଭୂଷି ପଳାଇଥିବା ଜଣାପଡିଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.