ଢେଙ୍କାନାଳ: ବହୁ ଦିନ ବ୍ୟବଧାନ ପରେ ଢେଙ୍କାନାଳ ଜିଲ୍ଲାକୁ ପୁଣି ଫେରିଛି କୋରୋନା । ଜିଲ୍ଲାରେ ଦୁଇ ତିନି ମାସ ବ୍ୟବଧାନ ପରେ ଆଜି ଜଣେ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଚିହ୍ନଟ ବ୍ୟକ୍ତି ଜଣକ ହିନ୍ଦୋଳ ବ୍ଳକର ପଳାଶପଡା ଗ୍ରାମର ବୋଲି ଜଣାପଡିଛି ।
ଆକ୍ରାନ୍ତ ବ୍ୟକ୍ତି ଜଣକ ଭୁବନେଶ୍ବର ସ୍ଥିତ ଏମସ ହସପିଟାଲରେ ଚିକିତ୍ସିତ ଅଛନ୍ତି । ଗତ ଦୁଇ ତିନି ମାସ ଧରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ନଥିଲା । ସେହିପରି ଜିଲ୍ଲାରେ ମୋଟ ୧ ଲକ୍ଷ ୯୭ ହଜାର ୬ ଶହ ୩୭ ଜଣଙ୍କ ସ୍ବାବ ଟେଷ୍ଟ ହୋଇସାରିଛି । ସେଥି ମଧ୍ୟରୁ ୫ହଜାର ୭ଶହ ୧୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୫ ହଜାର ୬ ଶହ ୮୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୦ଜଣ ଚିକିତ୍ସାଧୀନ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୨୯ ଜଣ ଆକ୍ରାନ୍ତଙ୍କର ଚିକତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇସାରିଛି ।
ତେବେ ଢେଙ୍କାନାଳ ଜିଲ୍ଲାରେ ଜଣେ କୋରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଥିବା ସୂଚନା ମିଳିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ