ETV Bharat / state

ଉପର ମୁହାଁ କୋରୋନା, ତିନି ଦିନରେ ୩ ମୃତ - dhenkanal corona

ଢେଙ୍କାନାଳ ଜିଲ୍ଲାରେ ସର୍ବାଧିକ ୨୪୪ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଗୃହ ସଂଗରୋଧରୁ ୨୩୧ ଓ ହସପିଟାଲରୁ ୧୩ ଜଣ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ଉପର ମୁହାଁ କରୋନା, ତିନି ଦିନରେ ୩ ମୃତ
ଉପର ମୁହାଁ କରୋନା, ତିନି ଦିନରେ ୩ ମୃତ
author img

By

Published : May 10, 2021, 6:37 PM IST

ଢେଙ୍କାନାଳ: ଜିଲ୍ଲାରେ ଦିନକୁ ଦିନ କୋରୋନା ସଂକ୍ରମଣ ଉପର ମୁହାଁ ହେବାରେ ଲାଗିଛି । ଆଜି(ସୋମବାର) ଢେଙ୍କାନାଳ ଜିଲ୍ଲାରେ ସର୍ବାଧିକ ୨୪୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଗୃହ ସଂଗରୋଧରୁ ୨୩୧ ଓ ହସପିଟାଲରୁ ୧୩ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ପଜିଟିଭ ସଂଖ୍ୟା ୭୩୧୧ରେ ପହଞ୍ଚିଛି ।

ଉପର ମୁହାଁ କରୋନା, ତିନି ଦିନରେ ୩ ମୃତ

ସେପଟେ ଚିକିତ୍ସା ପରେ ୩୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ଆଜି ସୁଦ୍ଧା ଜିଲ୍ଲାରେ ୬୦୭୨ ଜଣ ସୁସ୍ଥ ହୋଇ ସାରିଛନ୍ତି । ବର୍ତ୍ତମାନ ସୁଦ୍ଧା ୧୨୦୭ ଜଣ ଚିକତ୍ସାଧୀନ ଅଛନ୍ତି । ଅପର ପକ୍ଷରେ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଲଗାତାର ତିନି ଦିନରେ ୩ ଜଣଙ୍କର ମୃତ୍ୟୁ ହୋଇସାରିଛି । 2 ଜଣ ପୁରୁଷଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ଜଣେ ୪୦ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣଙ୍କ କଙ୍କଡାହାଡ ବ୍ଳକ ମହାବିରୋଡ଼ର ବୋଲି ଜଣାପଡିଛି । ସେ କରୋନା ପଜିଟିଭ ଥିବାସହ ଅନ୍ୟରୋଗରେ ମଧ୍ୟ ପୀଡିତ ଥିଲେ । ତେବେ ଜିଲ୍ଲାରେ ମୋଟ ମୃତ୍ୟୁ ସଂଖ୍ୟା ୩୨ରେ ପହଞ୍ଚିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.