ETV Bharat / state

ହାଇଓ୍ବାକୁ ପିଟିଲା ହାଇଓ୍ବା, ଜୀବନ୍ତ ଜଳିଗଲେ ଡ୍ରାଇଭର

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଦୁଇଟି ହାଇଓ୍ବା ଧକ୍କା । ଡ୍ରାଇଭର ଜୀବନ୍ତ ଦଗ୍ଧ । ଅଧିକ ପଢନ୍ତୁ...

ହାଇଓ୍ବାକୁ ପିଟିଲା ହାଇଓ୍ବା, ଜୀବନ୍ତ ଜଳିଗଲେ ଡ୍ରାଇଭର
ହାଇଓ୍ବାକୁ ପିଟିଲା ହାଇଓ୍ବା, ଜୀବନ୍ତ ଜଳିଗଲେ ଡ୍ରାଇଭର
author img

By

Published : Jun 2, 2021, 12:53 PM IST

Updated : Jun 2, 2021, 1:02 PM IST

ଢେଙ୍କାନାଳ: ରାସ୍ତା କଡରେ ଛିଡା ହୋଇଥିବା ଏକ ହାଇଓ୍ବା ପଛରେ ଦ୍ରୁତବେଗରେ ଆସି ଅନ୍ୟ ଏକ ହାଇଓ୍ବା ଧକ୍କା ଦେଇଛି । ଫଳରେ ପଛ ହାଇଓ୍ବାରେ ଅଗ୍ନିକାଣ୍ଡ ଘଟି ଡ୍ରାଇଭର ଜିଅନ୍ତା ଜଳିଯାଇଥିବା ଜଣା ପଡିଛି । ଏପରି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଜଡ଼ାପାଳ ଛକ ନିକଟରେ ।

ହାଇଓ୍ବାକୁ ପିଟିଲା ହାଇଓ୍ବା, ଜୀବନ୍ତ ଜଳିଗଲେ ଡ୍ରାଇଭର

ସୂଚନା ମୁତାବକ, ଦଗ୍ଧ ହୋଇଯାଇଥିବା ଡ୍ରାଇଭର ଜଣକ ହେଲେ ଝାରଖଣ୍ଡର ସୁନୀଲ ଯାଦବ । ଆଜି(ବୁଧବାର) ଭୋର ସମୟରେ ‘‘ଆଶ ଟେକ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ’’ କମ୍ପାନୀର ଏହି ହାଇଓ୍ବା ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ (BRG) ପ୍ଲାଣ୍ଟରୁ ପାଉଁଶ ବୋଝେଇ କରି କାମାକ୍ଷାନଗର ଆସୁଥିଲା । ୫୩ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାମରେ ଏହି ପାଉଁଶ ବ୍ୟବହାର ପାଇଁ ଉକ୍ତ ହାଇଓ୍ବାଟି ଆସିଥିଲା l ମାତ୍ର କାମାକ୍ଷାନଗର ଥାନା ଜଡ଼ାପାଳ ଛକ ନିକଟରେ ରାସ୍ତା ପାର୍ଶ୍ବରେ ଛିଡା ହୋଇଥିବା ସେହି କମ୍ପାନୀର ଅନ୍ୟ ଏକ ହାଇଓ୍ବାର ପଛପଟୁ ଦ୍ରୁତ ବେଗରେ ଆସୁଥିବା ଏହି ହାଇଓ୍ବାଟି ବେଗ ନିୟନ୍ତ୍ରଣ କରିନପାରି ଧକ୍କା ହୋଇଥିଲା l

ଦୁର୍ଘଟଣା ଏତେ ଜୋର ଥିଲା ଯେ, ପଛରୁ ପିଟିଥିବା ହାଇଓ୍ବା ଗାଡିରେ ନିଆଁ ଲାଗି ଯାଇଥିଲା l ଫଳରେ ଡ୍ରାଇଭର ଗାଡିରୁ ବାହାରି ନପାରି ଗାଡି ଭିତରେ ଜୀବନ୍ତ ଜାଳି ଯାଇଥିବା ଜଣାପଡିଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ ମଧ୍ୟ ଡ୍ରାଇଭରର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ଜଣା ପଡିଛି । କାମାକ୍ଷାନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : Jun 2, 2021, 1:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.