ETV Bharat / state

ଢେଙ୍କାନାଳରେ ଜନଜାତି ସଂଗ୍ରହାଳୟ ଉଦଘାଟିତ

ଢେଙ୍କାନାଳ ସହରର ବଳରାମ ମନ୍ଦିର ନିକଟରେ ଏକ ଜନଜାତି ସଂଗ୍ରହାଳୟକୁ ଉଦଘାଟନ କରିଛନ୍ତି ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା । ଏହି ଅବସରରେ ଏକ ଜନଜାତି ଶିକ୍ଷା ସାଧନ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି । ଅଧିକ ପଢନ୍ତୁ...

ଢେଙ୍କାନାଳରେ ଜନଜାତି ସଂଗ୍ରହାଳୟ ଉଦଘାଟିତ
ଢେଙ୍କାନାଳରେ ଜନଜାତି ସଂଗ୍ରହାଳୟ ଉଦଘାଟିତ
author img

By

Published : Feb 22, 2021, 6:50 PM IST

ଢେଙ୍କାନାଳ : ସହରର ବଳରାମ ମନ୍ଦିର ନିକଟରେ ଏକ ଜନଜାତି ସଂଗ୍ରହାଳୟକୁ ଉଦଘାଟନ କରିଛନ୍ତି ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା । ଏହି ଅବସରରେ ଏକ ଜନଜାତି ଶିକ୍ଷା ସାଧନ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି । ଫଳରେ ଜିଲ୍ଲାର ଜନଜାତି ମାନଙ୍କର ଜୀବନ ଶୈଳୀର ବିଭିନ୍ନ ତୈଳଚିତ୍ର ସାଙ୍ଗକୁ ପାରମ୍ପରିକ ସାମଗ୍ରୀ ଆଦି ଏହି ସଂଗ୍ରହାଳୟରେ ସ୍ଥାନିତ ହୋଇଛି । ଯାହାକି ଜିଲ୍ଲାର ଜନଜାତି ମାନଙ୍କର ଜୀବନୀ ସମ୍ପର୍କରେ ଗବେଷଣା କରିବାର ସୁଯୋଗ ସୃଷ୍ଟି କରିବ ବୋଲି ଜଣାପଡିଛି ।

ଢେଙ୍କାନାଳରେ ଜନଜାତି ସଂଗ୍ରହାଳୟ ଉଦଘାଟିତ

ଏହି ସଂଗ୍ରହାଳୟରେ ଜନଜାତିଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ଶିକାର ଉପକରଣ, ଗୃହ ଉପକରଣ, ମାଛଧରା ଯନ୍ତ୍ର, ବାଦ୍ୟଯନ୍ତ୍ର, ଅଳଙ୍କାର, ଜଙ୍ଗଲଜାତ ଦ୍ରବ୍ୟ, ଡୋକ୍ରା ସାମଗ୍ରୀ ଆଦି ରହିଛି । ଏଥିସହିତ ବିଭିନ୍ନ ଜନଜାତି ଭାଷା ଉପରେ ପର୍ଯ୍ୟବେସିତ ପୁସ୍ତକ ରଖାଯାଇଛି । ଏହା ଦ୍ୱାରା ଜିଲ୍ଲାର ସମସ୍ତ ଜନଜାତି ମାନଙ୍କର ପରମ୍ପରା, ସାମାଜିକ ଚାଲିଚଳନ, ଭାଷା , ସଂସ୍କୃତି ଆଦି ବିଷୟରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଜନସାଧାରଣମାନେ ଭଲଭାବରେ ଜାଣିପାରିବେ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.