ETV Bharat / state

Omicron Scare: ଢେଙ୍କାନାଳ ପ୍ରଶାସନର କୋଭିଡ କଟକଣା, ଧର୍ମାନୁଷ୍ଠାନରେ ୧୪୪ ଧାରା

ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଧର୍ମାନୁଷ୍ଠାନରେ ଲାଗିଲା କୋଭିଡ କଟକଣା(Covid Guide Line Imposed In Dhenkanal) । ବଡଦିନ-ନୂଆବର୍ଷରେ ଭିଡକୁ ଦୃଷ୍ଟିରେ ରଖି କଟକଣା ଲଗାଇଲା ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ

Omicron Scare: କଟକଣା ଲଗାଇଲା ଢେଙ୍କାନାଳ ଜିଲ୍ଲା ପ୍ରଶାସନ, ଧର୍ମାନୁଷ୍ଠାନରେ ୧୪୪ ଜାରି

author img

By

Published : Dec 25, 2021, 6:52 PM IST

Updated : Dec 25, 2021, 7:19 PM IST

ଢେଙ୍କାନାଳ: ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଧର୍ମାନୁଷ୍ଠାନରେ ଲାଗିଲା କଟକଣା(Covid Guide Line Imposed In Dhenkanal) । କପିଳାସ, ଜୋରନ୍ଦା ଓ ସପ୍ତଶଯ୍ୟା ଆଦି ସମସ୍ତ ପର୍ଯ୍ୟଟନସ୍ଥଳୀ ଏବଂ ମଠ ମନ୍ଦିରର ସାଧାରଣ ଦର୍ଶନରେ ଲାଗିଲା ରୋକ । ଆଜି(ଶନିବାର) ଠାରୁ ଆସନ୍ତା ୨ ତାରିଖ ଯାଏଁ ୨୯ ଟି ସ୍ଥାନରେ ୧୪୪ ଧାରା ଜାରିକରିଛି ଜିଲ୍ଲା ପ୍ରଶାସନ ।

Omicron Scare: ଢେଙ୍କାନାଳ ପ୍ରଶାସନର କୋଭିଡ କଟକଣା, ଧର୍ମାନୁଷ୍ଠାନରେ ୧୪୪ ଧାରା
କୋଭିଡ ସଂକ୍ରମଣ ଓ ଓମିକ୍ରନ ଆଶଙ୍କାରେ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ସମସ୍ତ ପର୍ଯ୍ୟଟନସ୍ଥଳୀରେ କଡା କଟକଣା ଜାରି କରାଯାଇଛି । ବଡ଼ଦିନ ଓ ନୂଆବର୍ଷରେ ପର୍ଯ୍ୟଟନ ସ୍ଥଳୀଗୁଡି଼କରେ ପର୍ଯ୍ୟଟକଙ୍କ ଭିଡ଼ ଲାଗିବା ସମ୍ଭାବନାକୁ ଦୃଷ୍ଟିରେ ରଖି ଢେଙ୍କାନାଳ ଜିଲ୍ଲାପାଳ ଜିଲ୍ଲାରେ କଡା କଟକଣା ଜାରି କରିଛନ୍ତି । ଆଜିଠାରୁ ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ଏକ ସପ୍ତାହ ବ୍ୟାପୀ କଟକଣା ଜାରିକରିଛି ପ୍ରଶାସନ । ଏପରିକି ନୂଆବର୍ଷରେ ଜିରୋ ନାଇଟ ସେଲିବ୍ରେସନକୁ ସମ୍ପୂର୍ଣ୍ଣ ବ୍ୟାନ କରାଯାଇଛି ।

କପିଳାସ, ଜୋରନ୍ଦା ମହିମାଗାଦି, ସପ୍ତଶଯ୍ୟା, ନାଧାରା ରାମଚଣ୍ଡୀ ଆଦି ପର୍ଯ୍ୟଟନସ୍ଥଳୀ ଓ ମଠ ମନ୍ଦିରରେ ୧୪୪ ଧାରା ଜାରି କରାଯାଇଛି । ଏହା ସହ ଜିଲ୍ଲାର ସମସ୍ତ ପର୍ଯ୍ୟଟନସ୍ଥଳୀ, ବଣଭୋଜି ସ୍ଥାନ କପିଳାସ ଚିଡିଆଖାନା, ସାଇନ୍ସ ପାର୍କ ଆଦି ଉପରେ କଟକଣା ଲଗାଯାଇଛି । ଏହି ପର୍ଯ୍ୟଟନସ୍ଥଳୀ, ମନ୍ଦିର ଓ ପିକନିକ ସ୍ଥଳଗୁଡି଼କରେ ପୋଲିସ ମୁତୟନ କରାଯାଇ ସାଧାରଣ ଯାତାୟାତ ମଧ୍ୟ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବା ଦେବୋତ୍ତର ବିଭାଗର ନିର୍ବାହୀ ଆଧିକାରୀ କହିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : Dec 25, 2021, 7:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.