ETV Bharat / state

ଢେଙ୍କାନାଳରେ ଆଉ 13 କୋରୋନା ପଜିଟିଭ ଚିହ୍ନଟ, ୨୩ ସୁସ୍ଥ - dhenkanal corona news

ଜିଲ୍ଲାରେ ପୁଣି ୧୩ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେପଟେ ଚିକିତ୍ସା ପରେ ୨୩ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଅଧିକ ପଢନ୍ତୁ...

ଢେଙ୍କାନାଳରେ ଆଉ 13 କୋରୋନା ପଜିଟିଭ ଚିହ୍ନଟ, ୨୩ ସୁସ୍ଥ

author img

By

Published : Aug 24, 2020, 4:26 PM IST

ଢେଙ୍କାନାଳ: ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ସୋମବାର ଜିଲ୍ଲାରେ ୧୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨୨୮ରେ ପହଞ୍ଚିଛି । ଏହି ୧୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନ ଏନଏସିରୁ ୫ ଜଣ, ଭୁବନ ବ୍ଳକ ଜିରାଳ, ସଦର ବ୍ଳକ ତାଳବରକୋଟ, ଶଙ୍କରପୁର, ଧୀରପାଟଣା, ଓଡାପଡା ବ୍ଳକ କଣ୍ଟାବଣିଆ, ପରଜଙ୍ଗ ବ୍ଳକ ସାଆନ୍ଦାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବାବେଳେ କଙ୍କଡାହାଡ ବ୍ଳକରୁ ୨ ଜଣ ଚିହ୍ନଟ ହୋଇଛନ୍ତି ।

ଏମାନଙ୍କ ମଧ୍ୟରୁ ୨ ଜଣ ହୋମକ୍ବାରେଣ୍ଟାଇନରୁ, ୭ ଜଣ ସ୍ଥାନୀୟ ଆକ୍ରାନ୍ତ ଆଣ୍ଟିଜେନ ଟେଷ୍ଟରୁ ଓ ଅନ୍ୟ ୪ ଜଣ କଟକ ଭୁବନେଶ୍ବର ମେଡିକାଲରୁ ଚିହ୍ନଟ କରାଯାଇଛି। ସମସ୍ତ ଆକ୍ରାନ୍ତଙ୍କୁ ଢେଙ୍କାନାଳ କୋଭିଡ ହସପିଟାଲ, ଗୋବିନ୍ଦପୁର କୋଭିଡ କେୟାର ସେଣ୍ଟର ଓ ହିନ୍ଦୋଳ କୋଭିଡ କେୟାର ସେଣ୍ଟରକୁ ପଠାଯାଇଛି ।

ସେମାନେ ରହୁଥିବା ବାସଗୃହ ଓ ସଂଲଗ୍ନ ଅଞ୍ଚଳ ଗୁଡିକୁ ବିଶୋଧନ କରାଯାଇଛି । ସେପଟେ ଚିକିତ୍ସା ପରେ ୨୩ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏପର୍ଯ୍ୟନ୍ତ ଜିଲ୍ଲାରେ ମୋଟ ୧୨୨୮ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୮୪୬ ଜଣ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୩୮୦ ଜଣ ଆକ୍ରାନ୍ତ ଚିକତ୍ସାଧୀନ ଅଛନ୍ତି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.