ETV Bharat / state

ବନ୍ୟଜନ୍ତୁ ଶିକାର ପାଇଁ ବିଛାଯାଇଥିଲା ବିଦ୍ୟୁତ ତାର, ସଂସ୍ପର୍ଶରେ ଆସି ଯୁବକ ମୃତ

ବନ୍ୟଜନ୍ତୁ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକ ମୃତ୍ୟୁବରଣ କରିଥିବା ଜଣାଯାଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ରିଆମାଳ ରେଞ୍ଜ ଅଧିନ ଶ୍ୟାମପାଲି ଗାଁରେ । ଅଧିକ ପଢନ୍ତୁ...

ବନ୍ୟଜନ୍ତୁ ଶିକାର ପାଇଁ ପ୍ରସ୍ତୁତ ବିଦ୍ୟୁତ ତାର ସଂସ୍ପର୍ଶରେ ଯୁବକ ମୃତ

author img

By

Published : Jan 9, 2021, 4:04 PM IST

ଦେବଗଡ଼: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ରିଆମାଳ ରେଞ୍ଜ ଅଧିନ ଶ୍ୟାମପାଲି ଗାଁରେ । ପ୍ରାପ୍ତ ସୂଚନା ଅନୁଯାୟୀ, ରିଆମାଳ ରେଞ୍ଜ ଅଧିନ ଶ୍ୟାମପାଲି ଗାଁର ଜଙ୍ଗଲ ସୁରକ୍ଷା ଜଗୁଆଳି ପ୍ରଦୀପ ପ୍ରଧାନ (୩୮) ଶୁକ୍ରବାର ଟିକିରା ନଦୀ ନିକଟ ଜଙ୍ଗଲକୁ ଯାଇଥିଲେ । ସେଠାରେ ବରାହ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିଲେ ।

ବନ୍ୟଜନ୍ତୁ ଶିକାର ପାଇଁ ପ୍ରସ୍ତୁତ ବିଦ୍ୟୁତ ତାର ସଂସ୍ପର୍ଶରେ ଯୁବକ ମୃତ

ବିଳମ୍ବିତ ସମୟ ପର୍ଯ୍ୟନ୍ତ ସେ ଘରକୁ ନଫେରିବାରୁ ପରିବାର ଲୋକେ ଓ ଗ୍ରାମବାସୀ ଏକତ୍ରିତ ହୋଇ ଜଙ୍ଗଲରେ ଖୋଜାଖୋଜି କରିଥିଲେ। ପରେ ରାତି ପ୍ରାୟ 12 ଟା ସମୟରେ ତାଙ୍କ ମୃତ ଶରୀର ଜଙ୍ଗଲରେ ପଡିଥିବା ଦେଖିବାକୁ ପାଇଥିଲେ । ପରେ ଏ ସମ୍ପର୍କରେ ରିଆମାଳ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଅନ୍ୟପଟେ , ପ୍ରଦୀପଙ୍କ ମୃତ୍ୟୁପାଇଁ ପରିବାର ଲୋକ ତାଙ୍କ ପୁତୁରା ନିରଞ୍ଜନକୁ ଦାୟୀ କରିଛନ୍ତି । ଜନ୍ତୁ ଶିକାର ପାଇଁ ମୃତକଙ୍କ ପୁତୁରା ନିରଞ୍ଜନ (୧୯) ତାର ବିଛାଇଥିବା ବେଳେ , ଅସାବଧାନତାବଶତଃ ବିଦ୍ୟୁତ ତାର ସଂସ୍ପର୍ଶରର ଆସି କକା ପ୍ରଦୀପ ମୃତ୍ୟୁବରଣ କରିଥିବା ସେମାନେ ଅଭିଯୋଗ କରିଛନ୍ତି । ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.