ଦେବଗଡ଼: ମଙ୍ଗଳବାର ଅପରାହ୍ନରେ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ କାଳିଆପାଳ ପଞ୍ଚାୟତ ଅନ୍ତର୍ଗତ ଜାଳିସୁଆ ଗାଁରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ଜାଳିସୁଆ ଗାଁରେ ଦୀର୍ଘ ଏକଘଣ୍ଟା ଧରି ପ୍ରବଳ ବେଗରେ ଝାଡ଼ତୋଫାନ ଓ ବର୍ଷା ହେବାରୁ ବହୁ ସଂଖ୍ୟାରେ ଗଛଲତା ଓ ଘରଦ୍ବାର ନଷ୍ଟ ହୋଇଯାଇଛି ।
କାଳବୈଶାଖୀ ପ୍ରଭାବରେ ଗାଁର ବଡ଼ବଡ଼ ଶାଳ ଓ ଶାଗୁଆନ ଗଛ ଭାଙ୍ଗି ରାସ୍ତା ଉପରେ ପଡିରହିଛି । ଫଳରେ ଗାଁକୁ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇପଡିଛି । ବିଦ୍ୟୁତ ତାର ଛିଣ୍ଡି ପଡିଥିବାରୁ ସମଗ୍ର ଅଞ୍ଚଳରେ ବିଦ୍ୟୁତ ସରାଵରାହଃ ମଧ୍ୟ ବ୍ୟାହତ ହୋଇଛି । କାଳବୈଶାଖୀ ପ୍ରଭାବରେ କାଳିଆପାଳ ଓ ଜାଳିସୁଆ ଗ୍ରାମବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଏହି ଗାଁରେ କ୍ଷୟକ୍ଷତିର ଆକଳନ କରି କ୍ଷତିଗ୍ରସ୍ତ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।
ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ