ETV Bharat / state

କଙ୍କରଖୋଲ ସନ୍ତୋଷ ହତ୍ୟାକାଣ୍ଡ: କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲେ ଅଞ୍ଚଳବାସୀ

ଗତ ଏପ୍ରିଲ ମାସ 28 ତାରିଖରେ ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ କଙ୍କରଖୋଲ ଗ୍ରାମରେ ଘଟିଥିବା ସନ୍ତୋଷ ପ୍ରଧାନ ହତ୍ୟାକାଣ୍ଡ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି ଅଞ୍ଚଳବାସୀ । ଏହା ସହ ପୋଲିସ ଦ୍ବାରା କରାଯାଉଥିବା ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଲୋକେ । ଅଧିକ ପଢନ୍ତୁ...

କଙ୍କରଖୋଲ ସନ୍ତୋଷ ହତ୍ୟାକାଣ୍ଡ: କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲେ ଅଞ୍ଚଳବାସୀ
କଙ୍କରଖୋଲ ସନ୍ତୋଷ ହତ୍ୟାକାଣ୍ଡ: କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲେ ଅଞ୍ଚଳବାସୀ
author img

By

Published : Sep 5, 2020, 9:01 PM IST

ଦେବଗଡ: ଗତ ଏପ୍ରିଲ ମାସ 28 ତାରିଖରେ ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ କଙ୍କରଖୋଲ ଗ୍ରାମରେ ଘଟିଥିବା ସନ୍ତୋଷ ପ୍ରଧାନ ହତ୍ୟାକାଣ୍ଡ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି ଅଞ୍ଚଳବାସୀ । ଏହା ସହ ପୋଲିସ ଦ୍ବାରା କରାଯାଉଥିବା ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଲୋକେ ।

ସ୍ଥାନୀୟ ରୋନାକ ପ୍ଲାଜା ହୋଟେଲ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରିଆମାଳ ପୋଲିସର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି ଅଞ୍ଚଳବାସୀ । ଏହି ହତ୍ୟାକାଣ୍ଡ ଘଟଣାର ତଦନ୍ତ କରିବାକୁ ଯାଇ ରିଆମାଳ ପୋଲିସ ଆଖପାଖ ଗାଁର ଲୋକ ମାନଙ୍କ ପାଖକୁ ଯାଇ ସାଦା କାଗଜରେ ଦସ୍ତଖତ ନେବା ସହିତ ନାନା ଧମକ ଚମକ ଓ ମାନସିକ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ କରାଯାଇଛଇ । ଏସଂକ୍ରାନ୍ତରେ ପୋଲିସ ମହାନିର୍ଦ୍ଦେଶକ ଓ ଦେବଗଡ଼ ଏସପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ ।

ସୂଚନା ଅନୁଯାୟୀ, ଗତ ଏପ୍ରିଲ ମାସ 28 ତାରିଖରେ ରିଆମାଳ ଥାନା ଅନ୍ତର୍ଗତ କଙ୍କରଖୋଲ ଗାଁର ସନ୍ତୋଷ ପ୍ରଧାନଙ୍କୁ ହତ୍ୟା କରାଯାଇ ତାଙ୍କ ମୃତଦେହକୁ ଛତାବର-କଙ୍କରଖୋଲ ରାସ୍ତାରେ ଥିବା ସତୀଘାଟ ଚେକ ଡ୍ୟାମ ନିକଟରେ ପକାଇ ଦିଆଯାଇଥିଲା । ପୋଲିସ ମୃତଦେହ ଉଦ୍ଧାର କରି ଘଟଣାର ଅନୁସନ୍ଧାନ ଚଳାଇଥିଲା । ଅର୍ଥ ଦିଆନିଆକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି । ଏହି ଘଟଣାରେ 10 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ତେବେ ପରବର୍ତ୍ତୀ ସମୟରେ ପୋଲିସ ପ୍ରକୃତ ଅଭିଯୁକ୍ତକୁ ଲୁଚାଇବାକୁ ଯାଇ ନିରୀହ ଅଞ୍ଚଳବାସୀଙ୍କୁ ନାନା ନିର୍ଯ୍ୟାତନା ଦେଇ ଆସୁଥିବା ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି- ମମତା ବେହେରା, ଗୀତାଞ୍ଜଳି ବେହେରା, ପାଳୁଣୀ ପ୍ରଧାନ, ରୁକ୍ମିଣୀ ପ୍ରଧାନ ଓ ସଂଯୁକ୍ତା ପ୍ରଧାନ । ଏ ସମ୍ପର୍କରେ ରିଆମାଳ ଥାନା ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.