ETV Bharat / state

ରାସ୍ତା ନିର୍ମାଣରେ ଦୁର୍ନୀତି ଗନ୍ଧ, ହନ୍ତସନ୍ତ 15 ଖଣ୍ଡ ଗାଁ - ଗମନାଗମନା ବ୍ୟବସ୍ଥା

ମାଓ ଦୁର୍ଗମ ଓ ଅପହଞ୍ଚ ଇଲାକାକୁ ଗମନାଗମନ ବ୍ୟବସ୍ଥା ସୁଗମ କରିବା ଲକ୍ଷ୍ୟରେ ସରକାର ନିର୍ମାଣ କଲେ ସ୍ଥାୟୀ ରାସ୍ତା। ମାତ୍ର ବିଭାଗୀୟ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା କାରଣରୁ ଏହି ସରକାରୀ ଅନୁଦାନ କେବଳ ପାଣିରେ ପଡିବା ହିଁ ସାର ହେଲା ସିନା ଏହାର କୌଣସି ସୁଫଳ ସାଧାରଣ ଲୋକେ ପାଇପାରିଲେ ନାହିଁ ।

ଗାଁ ମାଡୁନି ବିକାଶ, ଯାତାୟତ ପାଇଁ ଲୋକେ ହନ୍ତସନ୍ତ

author img

By

Published : Mar 2, 2020, 11:43 PM IST

ଦେବଗଡ: ମାଓ ଦୁର୍ଗମ ଓ ଅପହଞ୍ଚ ଇଲାକାକୁ ଗମନାଗମନା ବ୍ୟବସ୍ଥା ସୁଗମ କରିବା ଲକ୍ଷ୍ୟରେ ସରକାର ନିର୍ମାଣ କଲେ ସ୍ଥାୟୀ ରାସ୍ତା। ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟୟ ହେଲା ଲକ୍ଷଲକ୍ଷ ଟଙ୍କା। ମାତ୍ର ବିଭାଗୀୟ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା କାରଣରୁ ଏହି ସରକାରୀ ଅନୁଦାନ କେବଳ ପାଣିରେ ପଡିବା ହିଁ ସାର ହେଲା ସିନା ଏହାର କୌଣସି ସୁଫଳ ସାଧାରଣ ଲୋକେ ପାଇପାରିଲେ ନାହିଁ । ଏଭଳି ଅବସ୍ଥା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଡଙ୍ଗାପାଳରୁ ଲାଇମୁରା ଯାଇଥିବା ମାକରମୁଣ୍ଡା ଘାଟିରାସ୍ତା ନିର୍ମାଣ କାର୍ଯ୍ୟରେ ।

ଗାଁ ମାଡୁନି ବିକାଶ, ଯାତାୟତ ପାଇଁ ଲୋକେ ହନ୍ତସନ୍ତ

ମାଓ ଉପଦ୍ରୁତ ଦେବଗଡ଼ ଜିଲ୍ଲାର ବାରକୋଟ ଓ ତିଳେଇବଣି ବ୍ଲକ କୁ ସଂଯୋଗ କରିବା ତଥା ଜିଲ୍ଲାର ଦୁର୍ଗମ ଓ ଅପହଞ୍ଚ ଇଲାକାରେ ଗମନାଗମନ ବ୍ୟବସ୍ଥାକୁ ସୁଗମ କରିବା ଲକ୍ଷ୍ୟରେ ବାରକୋଟ ବ୍ଲକ ଡଙ୍ଗାପାଳଠାରୁ ତିଳେଇବଣି ବ୍ଲକ ଲାଇମୁରା ପର୍ଯ୍ୟନ୍ତ ସ୍ଥାୟୀ ରାସ୍ତା ନିର୍ମାଣ ପାଇଁ ସରକାର ଗତ 2013 - 14 ଆର୍ଥିକ ବର୍ଷରେ ସମନ୍ବିତ କ୍ରିୟାନୁଷ୍ଠାନ ଯୋଜନା ( ଆଇଏପି) ମାଧ୍ୟମରେ 50 ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦେଇଥିଲେ। ଦେବଗଡ଼ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ଏଥିପାଇଁ ଏଷ୍ଟିମେଟ କରାଯାଇ ଟେଣ୍ଡର ଆହ୍ବାନ କରାଯାଇଥିଲା । ଏହି ଟେଣ୍ଡରଟି ଦେବଗଡର ଜଣେ ରାଜନେତାଙ୍କ ଭାଇ ସୁଜିତ କୁମାର ପ୍ରଧାନ ପାଇଥିଲେ ଓ ଘାଟିରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ।

ଏହି ଘାଟିରାସ୍ତା ନିର୍ମାଣ ହେଲେ ମାଓ ଉପଦ୍ରୁତ ତିଳେଇବନି ଓ ବାରକୋଟ ବ୍ଲକର ଦୁର୍ଗମ ଅଂଚଳରେ ବିକାଶ ପ୍ରକ୍ରିୟା ତ୍ଵରାନ୍ବିତ ହେବ ବୋଲି ସାଧାରଣରେ ଆଶା ସଂଚାର କରିଥିଲା। ବିଶେଷ କରି ଏହି ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ମାକରମୁଣ୍ଡା ପାହାଡ଼ ଅପରପାର୍ଶ୍ବରେ ଥିବା ଆଦିବାସୀ ଅଧ୍ୟୁଷିତ ଗାଁ ଡେଙ୍ଗୁରଜୋର, ଗମ୍ଭାରୀପଶି , କଦଲିମୁଣ୍ଡା, ଝରମୁଣ୍ଡା, ସମାସିଙ୍ଘା , ପାରପୋଷି ଲାଇମୁରା , ରୁକୁଡ଼ା , ଦଲକି , ରାବନବସା ଆଦି 15 ଖଣ୍ଡ ଗାଁ ର ଲୋକେ ଉପକୃତ ହେଉଥିବାରୁ ଏନେଇ ଅଞ୍ଚଳବାସୀ ଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା । ମାତ୍ର ଅତ୍ୟନ୍ତ ବିଡ଼ମ୍ବନା ର ବିଷୟ ଯେ , ଏହି ଘାଟିରାସ୍ତା ର ନିର୍ମାଣ କାର୍ଯ୍ୟ କିଛିଦିନ ଚାଲିବା ପରେ ହଟାତ ବନ୍ଦ ହୋଇଗଲା । ସମ୍ପୃକ୍ତ ଠିକାଦାର କେବଳ ମାକରମୁଣ୍ଡା ପାହାଡ଼ ର ଅଳ୍ପ କିଛି ଅଂଶ ମେସିନ ଯୋଗେ କାଟି ଓ ମାତ୍ର କେଇ ମିଟର କଂକ୍ରିଟ ରାସ୍ତା ନିର୍ମାଣ କରି ବିଲ ଉଠାଇବା ପରେ ମାଓବାଦୀ ଆଳ ଦେଖାଇ କାମଟି ବନ୍ଦ କରିଦେଇଥିଲେ ।ଫଳରେ ଆଜକୁ ଦୀର୍ଘ ଛଅବର୍ଷ ହେଲା ଏହି ଘାଟିରାସ୍ତା ନିର୍ମାଣକାର୍ଯ୍ୟ ଅଧାପନ୍ତରିଆ ହୋଇ ପରିତ୍ୟକ୍ତ ଭାବେ ପଡିରହିଛି ।

ଲୋକେ ପୂର୍ବରୁ ଯେଭଳି ପାହାଡିଆ ଦୁର୍ଗମ ଘାଟିରାସ୍ତା ଅତିକ୍ରମ କରି ଯାତାୟତ କରୁଥିଲେ , ଆଜି ମଧ୍ୟ ସେଭଳି ଦୁଃଖ କଷ୍ଟ ରେ ଯାତାୟତ କରି ଆସୁଛନ୍ତି । ଏହି ଘାଟିରାସ୍ତା ଅତିକ୍ରମ କରି ପ୍ରତିଦିନ ତିଳେଇବନି ବ୍ଲକ ଲାଇମୁରା , ପାରପୋଷି , ଝାରମୁଣ୍ଡା ଆଦି ପଂଚାୟତ ରୁ ବହୁ ସଂଖ୍ୟାରେ ଲୋକ ବାରକୋଟ ବ୍ଲକ ଦନ୍ତାରିବାହାଲ, ବଳମ ଓ କଣ୍ଢଳ ବଜାର କୁ ଯାତାୟତ କରିଥାନ୍ତି । ଦୈନନ୍ଦିନ ଆବଶ୍ୟକତା ପାଇଁ ଲୋକଙ୍କୁ ଏହି ବଜାର ଉପରେ ସମ୍ପୂର୍ଣ୍ଣ ନିର୍ଭର କରିବାକୁ ପଡିଥାଏ । ମାତ୍ର ଘାଟି ରାସ୍ତା ନିର୍ମାଣ କାର୍ଯ୍ୟ ଅସମ୍ପୂର୍ଣ୍ଣ ଥିବା ଯୋଗୁଁ ଲୋକେ ଏଠାରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ କାହିଁକି ଓ କେଉଁ କାରଣରୁ ଏହି ରାସ୍ତା ନିର୍ମାଣ କାମ ଟି ହଟାତ ବନ୍ଦ କରି ଦିଆଗଲା ? ତାହାର କୌଣସି ସଠିକ ତଥ୍ୟ ବିଭାଗୀୟ କତ୍ତୃପକ୍ଷ ନିକଟରୁ ମିଳିପାରୁନାହିଁ । ଯାହାକି ଏହି କାର୍ଯ୍ୟର ସ୍ଵଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପକ୍ଷେ , ଏହି ଘାଟିରାସ୍ତା ର ନିର୍ମାଣ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହୋଇଥିବା ଅଭିଯୋଗ କରିବା ସହିତ ଏହାର ବିଦ୍ଧିବଦ୍ଧ ତଦନ୍ତ କରାଯାଇ ରାସ୍ତାକାମ ତୁରନ୍ତ ସମାପ୍ତ କରିବାକୁ ଅଞ୍ଚଳବାସୀ ବାରମ୍ବାର ପ୍ରଶାସନ ନିକଟରେ ଦାବି କରି ଆସୁଛନ୍ତି । ହେଲେ ଏଦିଗରେ ସ୍ଥାନୀୟ ପ୍ରଶାସନ କୌଣସି ପଦକ୍ଷେପ ନେଉ ନଥିବାରୁ ଏନେଇ ଜନସାଧାରଣ ରେ ଅସନ୍ତୋଷ ଦେଖାଦେଇଛି ।

ଏ ସମ୍ପର୍କରେ ଆମେ ଦେବଗଡ଼ ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ମହାନ୍ତି ଙ୍କୁ ପଚାରିଥିଲୁ । ମାତ୍ର ସେ କ୍ୟାମେରା ଆଗରେ କିଛି କହିବାକୁ ମନା କରିବା ସହିତ ' ମୋ ପାଖରେ ଏ ସମ୍ପର୍କରେ କୌଣସି ତଥ୍ୟ ନାହିଁ , କଣ ହୋଇଛି , ମୁଁ ବୁଝିଲାପରେ ଯାଇ କିଛି କହିପାରିବି ' ବୋଲି ନିଜ ଅସହାୟତା ପ୍ରକାଶ କରିଥିଲେ । ଯାହାକି ଏହି ନିର୍ମାଣ କାର୍ଯ୍ୟ ରେ ହୋଇଥିବା ମସ୍ତବଡ ଦୁର୍ନୀତି ଓ ଅନିୟମିତତା ର ସନ୍ଦେହ କୁ ଅଧିକ ଘନୀଭୂତ କରୁଛି ।

ଦେବାଗଡରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.