ଦେବଗଡ: ନିଆଁ ପୁଇଁ ହେଉଥିବାବେଳେ ଅଘଟଣ । ନିଆଁରେ ପୋଡି ହୋଇ ବୃଦ୍ଧା ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ଦେବଗଡ଼ ଜିଲ୍ଲା କଂସର ଫାଣ୍ଡି ଅନ୍ତର୍ଗତ ଲାଇଣ୍ଡା ଗ୍ରାମରେ । ମୃତ ବୃଦ୍ଧା ଜଣଙ୍କ ହେଉଛନ୍ତି ଲାଇଣ୍ଡା ଗ୍ରାମର ଷାଠିଏ ବର୍ଷୀୟା ବୃଦ୍ଧା ରାଇବାରି କୁଅଁର ।
ମିଳିଥିବା ସୂଚନାନୁଯାୟୀ ଗତକାଲି ବୃଦ୍ଧା ଜଣଙ୍କ ନିଆଁ ପୁଇଁ ହେଉଥିବାବେଳେ ହଠାତ ତାଙ୍କ ଶାଢୀରେ ନିଆଁ ଲାଗି ଯାଇଥିଲା । ଏହାପରେ ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ତିଳେଇବଣି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି ।
ଦେବଗଡ଼ରୁ ସରୋଜ ଶତପଥୀ, ଇଟିଭି ଭାରତ