ETV Bharat / state

ଦେବଗଡ଼ରେ ନୂଆ-ଓ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୁବପିଢିଙ୍କୁ ପ୍ରେରିତ କରିବା ଲକ୍ଷ୍ୟ - Youth Festival in deogarh

Nua O Programme: ଦେବଗଡ଼ ଜିଲ୍ଲାରେ 'ନୂଆ-ଓ' ଯୁବ ଓଡ଼ିଶା ନବୀନ ଓଡିଶା ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ । ବିଭିନ୍ନ କ୍ଷେତ୍ରରେ କୃତି ଛାତ୍ରଛାତ୍ରୀ ହେଲେ ପୁରସ୍କୃତ । ଅଧିକ ପଢନ୍ତୁ

ଦେବଗଡ଼ରେ 'ନୂଆ - ଓ' ଉତ୍ସବ , ଯୁବପିଢିଙ୍କୁ ପ୍ରେରିତ କରିବା ଲକ୍ଷ୍ୟ

author img

By ETV Bharat Odisha Team

Published : Jan 4, 2024, 9:24 AM IST

ଦେବଗଡ଼ରେ 'ନୂଆ - ଓ' ଉତ୍ସବ , ଯୁବପିଢିଙ୍କୁ ପ୍ରେରିତ କରିବା ଲକ୍ଷ୍ୟ

ଦେବଗଡ଼: ଦେବଗଡ଼ ଜିଲ୍ଲାର ସ୍ଥାନୀୟ ପ୍ରଧାନପାଟସ୍ଥିତ ବଡବଗିଚାଠାରେ ବୁଧବାର ଜିଲ୍ଲାସ୍ତରୀୟ 'ନୂଆ-ଓ' ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ଓ ବୈଷୟିକ ବିଦ୍ୟାଳୟର ଛାତ୍ରଛାତ୍ରୀ ବହୁ ସଂଖ୍ୟାରେ ଯୋଗଦେଇ ସେମାନଙ୍କ କଳା ଓ ପ୍ରତିଭା ପ୍ରଦର୍ଶନ କରିବା ସହ ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହେଉଥିବା ଶିକ୍ଷା ଯୋଜନା ସମ୍ପର୍କରେ ଜ୍ଞାନ ଆହରଣ କରିଛନ୍ତି ।

ଦେବଗଡ଼ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ସଭାପତି କୌଶିକ ପ୍ରଧାନ, ପୌରାଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈ, ରିଆମାଳ ପଞ୍ଚାୟତ ସମିତି ଅଧ୍ୟକ୍ଷ ମଧୁସୂଦନ ପ୍ରଧାନ, ବାରକୋଟ ପଞ୍ଚାୟତ ସମିତି ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ‌।

ଏହି ଅବସରରେ ବିଭିନ୍ନ ବିଭାଗର ଆୟୋଜିତ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ଅର୍ଥରାଶି ଓ ମାନପତ୍ର ପ୍ରଦାନ କରି ପୁରସ୍କୃତ କରିଥିଲେ । ଯୁବ ସମାଜ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରେରଣାଦାୟୀ ବାର୍ତ୍ତା ନୂଆ ଓଡ଼ିଶା ଗଠନ ଦିଗରେ ଯୁବ ସମାଜ ବିକାଶ ଓ ଉନ୍ନତି ପାଇଁ 5T ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଆଭାସୀ ମାଧ୍ୟମରେ ସ୍ଵତନ୍ତ୍ର ବାର୍ତ୍ତା ପ୍ରଦାନ କରିଥିଲେ । ଏହାପରେ ଜିଲ୍ଲାପାଳ ଓ ଭାରତୀୟ ପ୍ରଶାସନିକ ସେବାର 2022 ବ୍ୟାଚର ତିଲେଇବଣି ବ୍ଲକ ଟାଇଁସର ପଞ୍ଚାୟତ ଭୁକାବେଡା ଗ୍ରାମର ସୌମ୍ୟରଞ୍ଜନ ପ୍ରଧାନ ମଞ୍ଚରେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତରେ କିପରି ନିଜର କ୍ୟାରିୟର ଗଠନ କରିବେ ସେ ସଂପର୍କରେ ଗଠନମୂଳକ ଆଲୋଚନା କରିଥିଲେ । ସୌମ୍ୟରଞ୍ଜନ ବର୍ତ୍ତମାନ ଭାରତୀୟ ପ୍ରଶାସନିକ ସେବାରେ ପ୍ରବେସନ ପରିୟଡରେ କୋରାପୁଟ ଜିଲ୍ଲାରେ କାର୍ଯ୍ୟରତ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ... ଯୁବପିଢିଙ୍କ ବିକାଶ ମୂଳ ଲକ୍ଷ୍ୟ: କଳାହାଣ୍ଡି ଜିଲ୍ଲାରେ 'ନୂଆଁ ଓ' କାର୍ଯ୍ୟକ୍ରମ ଉଦଯାପିତ

ପରେ କଣ୍ଠଶିଳ୍ପୀ ଅସୀମା ପଣ୍ଡା, ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ ସମେତ ବିଭିନ୍ନ କଲେଜର ଛାତ୍ରଛାତ୍ରୀଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଏସପି ପ୍ରଦ୍ୟୁମ୍ନ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ, ଜିଲ୍ଲାପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଧର୍ମାନନ୍ଦ ବେହେରା, ଉପଜିଲ୍ଲାପାଳ ପରୀକ୍ଷିତ ସାହୁ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ହେମନ୍ତ ସିଂ, ନିଜାରତ ଅଧିକାରୀ ଈଶ୍ଵର ଗୁରୁ, ଡିଆଇପିଆରଓ ମନୋରଞ୍ଜନ ସୂତାରଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରାୟ 8 ହଜାର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.