ETV Bharat / state

ମୁଣ୍ଡ ଉପରେ ନାହିଁ ବାପାମାଆଙ୍କ ହାତ, ସହାୟତା ଅପେକ୍ଷାରେ 4 ପିଲା - ଦେବଗଡ ଅସହାୟ ପିଲା

ଚାରି ଚାରି ଜଣେ ପିଲା । ମୁଣ୍ଡ ଉପରୁ ବାପାମାଆଙ୍କ ହାତ ଉଠିଯାଇଛି । ଦଇବ ଦେଇଥିବା ଏ ଦୁଃଖ ଭିତରେ ନିଜ କାନ୍ଧରେ ବୋହି ଚାଲିଛନ୍ତି ଭାର । ବଞ୍ଚିବା ପାଇ ରାହା ଖୋଜୁଛନ୍ତି । ସହାୟତା କହିଲେ କିଛି ନାହିଁ । ଅଧିକ ପଢନ୍ତୁ

ବଞ୍ଚିବାକୁ ସାହାରା ଖୋଜୁଛନ୍ତି ଚାରି ଶିଶୁ
ବଞ୍ଚିବାକୁ ସାହାରା ଖୋଜୁଛନ୍ତି ଚାରି ଶିଶୁ
author img

By

Published : Aug 1, 2022, 7:28 AM IST

ଦେଓଗଡ: ଲାଳନ ପାଳନ କରିବାକୁ ନିଜର ବୋଲି କେହିନାହିଁ । ବାପ ମାଆ ଆରପାରିକୁ ଚାଲିଯିବା ପରେ ନିଜ ବୋଝ ନିଜ କାନ୍ଧରେ ବୋହି ବଞ୍ଚିବାକୁ ସାହାରା ଖୋଜୁଛନ୍ତି ଚାରିଜଣ ଅନାଥ ଶିଶୁ । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକର ସାତକିଆରୀ ଗାଁରେ । ମୁଣ୍ଡ ଉପରୁ ବାପାମାଆଙ୍କ ହାତ ଉଠିଯାଇଛି । ଦଇବ ଦେଇଥିବା ଏ ଦୁଃଖ ଭିତରେ ନିଜ କାନ୍ଧରେ ବୋହି ଚାଲିଛନ୍ତି ଭାର । ବଞ୍ଚିବା ପାଇ ରାହା ଖୋଜୁଛନ୍ତି । ସହାୟତା କହିଲେ କିଛି ନାହିଁ । ଦିନେ ଖାଇଲେ ଆର ଓଳିକୁ ଓପାସ । କେବେ କେବେ ପଡୋଶୀ ସହାୟତା କରନ୍ତି । ହେଲେ ସବୁ ସମୟରେ ତାହା ସମ୍ଭବ ହୁଏନାହିଁ । ଏପରି ଜୀବନ ଜିଉଁଛନ୍ତି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକର ସାତକିଆରୀ ଗାଁରେ 4 ବେସାହାରା ପିଲା ।

ବଞ୍ଚିବାକୁ ସାହାରା ଖୋଜୁଛନ୍ତି ଚାରି ଶିଶୁ

ଯେଉଁ ବୟସରେ ସ୍କୁଲ ଯାଇ ପାଠ ପଢିଥାନ୍ତେ । ଅନ୍ୟ ପିଲାପରି ସାଧାରଣ ଜୀବନ ବଞ୍ଚିଥାନ୍ତେ ହେଲେ ସେସବୁ ସେମାନଙ୍କ ପାଇଁ ସ୍ବପ୍ନ ହୋଇଛି । ଲାଳନ ପାଳନ କରିବାକୁ ନିଜର ବୋଲି କେହି ନାହିଁ । ବାପ ମାଆ ଆରପାରିକୁ ଚାଲିଯିବା ପରେ ନିଜ ବୋଝ ନିଜ କାନ୍ଧରେ ବୋହି ବଞ୍ଚିବାକୁ ସାହାରା ଖୋଜୁଛନ୍ତି ଚାରିଜଣ ବେସାହାରା ଶିଶୁ । ରିଆମାଳ ବ୍ଲକ କଣ୍ଟାବାହାଳ ପଞ୍ଚାୟତ ସାତକିଆରୀ ଗାଁରେ ନିଜର ଚାରିଜଣ ସନ୍ତାନଙ୍କୁ ନେଇ ବସବାସ କରୁଥିଲେ ସୋନିଆ ମୁଣ୍ଡା ଓ ତାଙ୍କ ସ୍ତ୍ରୀ ପାର୍ବତୀ ମୁଣ୍ଡା ।

ଦଶବର୍ଷ ପୂର୍ବରୁ ସ୍ତ୍ରୀ ପାର୍ବତୀ ମୁଣ୍ଡାଙ୍କ ଦେହାନ୍ତ ହେବାପରେ ସ୍ୱାମୀ ଗୁରୁବାରୀ ମୁଣ୍ଡାଙ୍କୁ ଦ୍ଵିତୀୟ ବିବାହ କରିଥିଲେ । ତାଙ୍କର ଦୁଇଟି ସନ୍ତାନ ଥିଲେ । ଗତ ଦୁଇବର୍ଷ ପୂର୍ବରୁ କୌଣସି ଅଜଣା ରୋଗରେ ପଡ଼ି ସୋନିଆ ମୁଣ୍ଡା ମୃତ୍ୟୁ ହୋଇଥିଲା । ଚାରିମାସ ହେଲା ଗୁରୁବାରୀ ମୁଣ୍ଡା କେଉଁଆଡେ ଚାଲି ଯାଇଛନ୍ତି । ଫଳରେ ବେସାହାର ହୋଇଯାଇଛନ୍ତି ଏହି 4 ଭାଇ ଭଉଣୀ ।

ତିନି ଝିଅ ସୁରୁ ମୁଣ୍ଡା (12), ବୁଦୁନି ମୁଣ୍ଡା (11), ଖୁସି ମୁଣ୍ଡା (10) ଓ ସାନ ପୁଅ ନିରେନ୍ଦ୍ର ମୁଣ୍ଡା (7) । ଫଳରେ ଚାରୋଟି କୋମଳମତି ଶିଶୁଙ୍କ ଭବିଷ୍ୟତ ଅନ୍ଧକାରକୁ ଠେଲି ହୋଇଯାଉଛି । ଅସହାୟ ଶିଶୁଙ୍କୁ ସାହାରା ଦେଇ ବଞ୍ଚିବାର ରାହା ଦେଖାଉଥିବା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ସାତକିଆରୀ ଗାଁର ଏହି ଚାରୋଟି ଶିଶୁଙ୍କ ପ୍ରତି ଦୃଷ୍ଟି ଦେଲେ ଏମାନେ ବି ନିଜର ଭବିଷ୍ୟତ ଗଢି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ପାରନ୍ତେ ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.