ETV Bharat / state

ମୋକିମ କଂଗ୍ରେସର, ନଗର ସଭାପତିଙ୍କୁ ବାଣ ମାରିଲା ଯୁବ କଂଗ୍ରେସ

author img

By

Published : Aug 1, 2023, 9:51 PM IST

ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମଙ୍କ ନିଲମ୍ବନ ଓ ଦଳୀୟ ଚିହ୍ନ ବ୍ୟବହାରକୁ ବାରଣ କରାଯିବାକୁ ବିରୋଧ କରିଛି କଟକ ନଗର ଯୁବ କଂଗ୍ରେସ । ଅଧିକ ପଢନ୍ତୁ

Etv Bharat
Etv Bharat
ନଗର ସଭାପତିଙ୍କୁ ବାଣ ମାରିଲା ଯୁବ କଂଗ୍ରେସ

କଟକ: ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମଙ୍କ ନିଲମ୍ବନ ଓ ଦଳୀୟ ଚିହ୍ନ ବ୍ୟବହାରକୁ ବାରଣ କରାଯିବାକୁ ବିରୋଧ କରିଛି କଟକ ନଗର ଯୁବ କଂଗ୍ରେସ । ଯୁବ କଂଗ୍ରେସର ଉପ ସଭାପତି ଚିନ୍ମୟ ସାହୁ ଏକ ପ୍ରେସମିଟ ଜରିଆରେ ନଗର ଜିଲ୍ଲା କଂଗ୍ରେସ ସଭାପତି ସୁରେଶ ମହାପାତ୍ରଙ୍କ ଉପରେ ଆଣିଛନ୍ତି ଅଭିଯୋଗ । AICC କେଉଁ ମୁହୂର୍ତ୍ତରେ ବି ମୋକିମଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହର କରିପାରେ । ଏଣୁ ମୋକିମଙ୍କ ପ୍ରତି ନଗର ସଭାପତିଙ୍କୁ ଆଭିମୁଖ୍ୟ ଦଳକୁ କୁଠାରଘାତ ସଦୃଶ୍ୟ ବୋଲି କହିଛି ଯୁବ କଂଗ୍ରେସ ।

ସେ କହିଛନ୍ତି ଯେ କଂଗ୍ରେସ ଦଳ ପକ୍ଷରୁ ନିର୍ବାଚନ ଲଢି ଜଣେ ଯଦି ବିଧାୟକ ହୋଇଛନ୍ତି । ଯଦି ସାମୟିକ ଭାବେ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି ତେବେ ଦଳୀୟ ଚିହ୍ନ ବ୍ୟବହାର କରିବା ପାଇଁ ନଗର ସଭାପତି କେମିତି ମନା କଲେ ବୋଲି ପ୍ରଶ୍ନ କରିଛନ୍ତି । ପ୍ରଦେଶ କଂଗ୍ରେସ କମିଟି ଓ AICC କେଉଁ ମୁହୂର୍ତ୍ତରେ ବି ମୋକିମଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହର କରିପାରନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ନଗର ସଭାପତି ଯେପରି ସ୍ପଷ୍ଟୀକରଣ ରଖୁଛନ୍ତି ତାହା ଦଳକୁ କୁଠାରଘାତ କରୁଛି । କାରଣ ମୋକିମ କଂଗ୍ରେସରୁ ହିଁ ବିଜୟ ଲାଭ କରିଛନ୍ତି ବୋଲି କହିଛି ଯୁବ କଂଗ୍ରେସ ।

ଏହା ବି ପଢନ୍ତୁ- କଂଗ୍ରେସ କାର୍ଯ୍ୟକାରିଣୀରେ ମୋକିମ-ଚିରଞ୍ଜୀବ ଝଡ଼

ବିଗତ ଦିନମାନଙ୍କରେ କଂଗ୍ରେସ ପାଇଁ ଦେଇଛନ୍ତି ତାଙ୍କର ସମସ୍ତ ଉଦ୍ୟମ । ଏହାସହ ମହମ୍ମଦ ମୋକିମଙ୍କ ନିଲମ୍ବନ ପ୍ରତ୍ୟାହାର କରିବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି କଟକ ନଗର ଯୁବ କଂଗ୍ରେସର କର୍ମୀମାନେ । ତେବେ କଂଗ୍ରେସ ଦଳରୁ ନିଲମ୍ବନ ହେବା ପରେ ବଳ ଗୋଟାଇବାରେ ଲାଗିଛନ୍ତି କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ । ବିଭିନ୍ନ ସମୟରେ ସଭା ସମିତି ଓ ବନ୍ଧୁ ମିଳନ କରି ନିଜ ସ୍ଥିତିକୁ ବଜାୟ ରଖିବା ସହ ଏହାକୁ ଅଧିକ ସୁଦୃଢ ମଧ୍ୟ କରିବାରେ ଲାଗିଛନ୍ତି । ବିଶେଷ କରି ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଥିବା ନିଜ ସମର୍ଥକ ତଥା କଂଗ୍ରେସ କର୍ମୀଙ୍କୁ ନେଇ ସେ ନିୟମିତ ଭାବେ ବୈଠକ ମଧ୍ୟ ଜାରି ରଖିଛନ୍ତି ।

ଏହି କ୍ରମରେ ଗତ କିଛି ଦିନ ତଳେ କଟକ ସଦର ଅଞ୍ଚଳର ସମର୍ଥକଙ୍କୁ ନେଇ ନିଜ ବାସଭବନରେ ଏକ ବନ୍ଧୁ ମିଳନର ମଧ୍ୟ ଆୟୋଜନ କରିଥିଲେ । ତେବେ ଏହି ବନ୍ଧୁ ମିଳନରେ ଯୋଗ ଦେଇଥିବା କଂଗ୍ରେସ କର୍ମୀମାନେ ମୋକିମଙ୍କ ନିଲମ୍ବନ ପ୍ରତ୍ୟାହାର ଦାବି କରିଥିଲେ । ଅନ୍ୟପଟେ ମୋକିମଙ୍କ ଏଭଳି କାର୍ଯ୍ୟକ୍ରମ ଉପରେ ଆପତ୍ତି ଉଠାଇଥିଲେ କଂଗ୍ରେସ ନଗର ସଭାପତି। ଦଳରୁ ନିଲମ୍ବିତ ହେବା ପରେ ମୋକିମ କେଉଁ ଆଧାରରେ ସଭା ସମିତି କରୁଛନ୍ତି ।

ଏହାକୁ ନେଇ ପ୍ରଶ୍ନ କରିବା ମୋକିମ ଓ ତାଙ୍କ ସଭାସମିତିରେ ଯୋଗ ଦେଉଥିବା କଂଗ୍ରେସ କର୍ମୀମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ କଟକ ନଗର କଂଗ୍ରେସ ସଭାପତି ସୁରେଶ ମହାପାତ୍ର । ତେବେ ଏଭଳି କଂଗ୍ରେସ କନ୍ଦଳ ମଧ୍ୟରେ ମୋକିମ ଦଳକୁ ଫେରିବେ ନାଁ ନଗର ସଭାପତିଙ୍କ ତେରଛା ବାଣ କେଉଁ ଦିଗ ନିର୍ଣ୍ଣୟ କରିବ ତାହା ସମୟ କହିବ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.