ETV Bharat / state

ଛେଳି ଚୋରି ହେଲା କାଳ, ପିଟିପିଟି ମାରିଦେଲେ ସ୍ଥାନୀୟ ଲୋକେ - ଛେଳି ଚୋରି ହେଲା କାଳ

ହଜିଗଲା ମାନବିକତା । ଛେଳି ଚୋରି ସନ୍ଦେହରେ ଯୁବକଙ୍କୁ ପିଟିପିଟି ମାରିଦେଲେ ସ୍ଥାନୀୟ ଲୋକେ । ଅଧିକ ପଢନ୍ତୁ

ଛେଳି ଚୋରି ହେଲା କାଳ
ଛେଳି ଚୋରି ହେଲା କାଳ
author img

By

Published : Mar 1, 2023, 8:11 AM IST

ଛେଳି ଚୋରି ହେଲା କାଳ

କଟକ: ଛେଳି ଚୋରି କରିବା ହେଲା କାଳ । କିଛି ଶୁଣିବା ଆଗରୁ ଯୁବକଙ୍କୁ ପିଟିପିଟି ମାରିଦେଲେ ସ୍ଥାନୀୟ ଲୋକେ । କଟକ ଜିଲା ଖୁଣ୍ଟୁଣି ଥାନା ରାଧାକୃଷ୍ଣପୁର ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା । ମୃତ ବ୍ୟକ୍ତି ହେଲେ ପୁନିଆ ନାୟକ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ହୋଇଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ସହ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ସୂଚନାଅନୁସାରେ, ଉକ୍ତ ଗ୍ରାମର ପୁନିଆ ନାୟକ ନାମକ ବ୍ୟକ୍ତି ଗତ ରବିବାର ଦିନ ମଧ୍ୟାହ୍ନ ସମୟରେ ନିକଟସ୍ଥ ମୁଣ୍ଡା ସାହିକୁ ଗାଧୋଇବାକୁ ଯାଇଥିଲେ । ପୁନିଆ ନିଶାସକ୍ତ ଅବସ୍ଥାରେ ଗୋଟିଏ ଛେଳିକୁ ଧରିଥିବା ବେଳେ ଚୋରି କରୁଥିବା ଭାବି ହଠାତ ସଡକ ସାହି ଓ ପାଟିଆ ସାହିର 20ରୁ ଅଧିକ ଆଦିବାସୀ ଲୋକ ପୁନିଆକୁ ଲୁହରଡ଼ ସହ ଠେଙ୍ଗାରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏହାସହ ତାଙ୍କୁ ଏକ କୋଠ ଘରେ ବନ୍ଦ କରି ରଖିଥିଲେ । ଖବର ପାଇ ପରିବାର ଲୋକ ଘଟଣା ସ୍ଥଳରେ ପହଞ୍ଚି ମାମଲାକୁ ସମାଧାନ କରିବାକୁ କହିଥିଲେ ସୁଦ୍ଧା 25 ହଜାର ଟଙ୍କା ଦାବି କରିଥିଲେ ସ୍ଥାନୀୟ ବାସିନ୍ଦା । ପରେ ସ୍ଥାନୀୟ ସରପଞ୍ଚଙ୍କ ହସ୍ତକ୍ଷେପ ପରେ ପୁନିଆକୁ ଘରକୁ ଆଣିଥିଲେ ପରିବାର । ତେବେ ଘରକୁ ଆସିବା ପରେ ପୁନିଆଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ସୋମବାର ସକାଳେ ତାଙ୍କୁ ପ୍ରଥମେ ଆଠଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ପୁରୀ ଟାଉନଥାନାରେ ଲାଗିଲା ମୋବାଇଲ ମେଳା, ଚୋରି ହୋଇଥିବା ମୋବାଇଲ୍ ପାଇ ଲୋକେ ଖୁସି

ଦୁଇ ଦିନ ଚକିତ୍ସା ହେବା ପରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି(ମଙ୍ଗଳବାର) ରାତିରେ ତାଙ୍କ ମୃତ୍ୟୁ ହୋଇଛି । ପୁନିଆଙ୍କ ମୃତ ଶରୀରକୁ ଏସସିବି ମେଡିକାଲରେ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଛି । ତେବେ ପୁନିଆଙ୍କୁ ପିଟି ପିଟି ମାରିଦେଇଥିବା ଅଭିଯୋଗ କରି ଖୁଣ୍ଟୁଣି ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକେ ।

ଅନ୍ୟପଟେ ଏହି ଘଟଣାକୁ ନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ଛେଳିକୁ ନେଇ ଏଭଳି ଘଟଣା ବର୍ତ୍ତମାନ କଟକରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ତେବେ ମୃତକ ପୁନିଆକୁ ନ୍ୟାୟ ଆବଶ୍ୟକ ବୋଲି ଦାବି କରିଛନ୍ତି ପରିବାର । ବାପା ନିଶାରେ ଛେଳିକୁ ଧରିଥିବା ବେଳେ ଗ୍ରାମବାସୀ ତାଙ୍କୁ ଚୋର ଭାବି ଏଭଳି ଆକ୍ରମଣ କରିଥିବା ନେଇ ମୃତ ପୁନିଆଙ୍କ ପୁଅ କହିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.