ETV Bharat / state

ଡ୍ରେନ୍‌ରେ ପଡ଼ି ଯୁବକଙ୍କ ମୃତ୍ୟୁ, ଡାକ୍ତରୀ ରିପୋର୍ଟ ପରେ ସ୍ପଷ୍ଟ ହେବ କହିଲେ ମେୟର

author img

By

Published : Aug 21, 2023, 5:05 PM IST

Updated : Aug 22, 2023, 2:02 PM IST

କଟକ ନୂଆ ମାଲଗୋଦାମ୍ ଗୁଡ଼ସେଡ ରୋଡ଼ରେ ଡ୍ରେନରେ ପଡ଼ି ଯୁବକ ମୃତ । ବିଳମ୍ବିତ ରାତିରେ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ ପରିଚୟ ଅସ୍ପଷ୍ଟ ରହିଛି । ଅଧିକ ପଢ଼ନ୍ତୁ

young man dies after fell into drain
ଡ୍ରେନରେ ପଡ଼ି ଯୁବକଙ୍କ ମୃତ୍ୟୁ

ଡାକ୍ତରୀ ରିପୋର୍ଟ ପରେ ସ୍ପଷ୍ଟ ହେବ କହିଲେ ମେୟର

କଟକ: ଡ୍ରେନରେ ପଡ଼ି ଗଲା ଯୁବକଙ୍କ ଜୀବନ । କଟକ ନୂଆ ମାଲଗୋଦାମ୍ ଗୁଡ଼ସେଡ ରୋଡ଼ରେ ଡ୍ରେନରେ ପଡି ଯୁବକ ମୃତ୍ୟୁ ହୋଇଛି । ରବିବାର ବିଳମ୍ବିତ ରାତିରେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡୁଛି । ବର୍ତ୍ତମାନ ସୁଦ୍ଧା ମୃତ ଯୁବକଙ୍କ ପରିଚୟ ମିଳି ପାରିନାହିଁ । ଘଟଣାସ୍ଥଳରେ ଚାଉଳିଆଗଞ୍ଜ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ମୃତଦେହକୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଡ୍ରେନ୍‌ରେ ମୃତଦେହ ପଡି ଥିବାରୁ ଏହି ଦିଗରେ ସ୍ପଷ୍ଟୀକରଣ ରଖିଛି ସିଏମସି । ଯେଉଁଠି ଯୁବକଙ୍କ ମୃତ୍ୟୁ ହୋଇଛି ସେଠି ବ୍ୟାରିକେଡର କୌଣସି ଆବଶ୍ୟକ ନଥାଏ । ଏହାସହ ଡ୍ରେନରେ ମଧ୍ୟ ପାଣି ନାହିଁ । ଦୋକାନ ପଛ ପଟେ ଏହି ଡ୍ରେନଟି ରହିଥିବାରୁ କିଏ ଓ କାହିଁକି ଏପରି ଅବସ୍ଥାରେ ମୃତ୍ୟବରଣ କରିଛି ତାହାର ପୁଙ୍ଖାନୁପୁଙ୍ଖ ଦିଗ ଉପରେ ନଜର ରଖିଛି କଟକ ମହାନଗର ନିଗମ । ଡାକ୍ତରୀ ରିପୋର୍ଟ ଆସି ସାରିଲା ପରେ ସିଏମସି ତାର କଣ ପଦକ୍ଷେପ ନେବ ସେତେବେଳେ ଏହା ସ୍ପଷ୍ଟ ହେବ ବୋଲି କହିଛନ୍ତି ମେୟର ସୁବାସ ସିଂ ।

ଏହା ମଧ୍ୟ ପଢ଼ନ୍ତୁ: କଟକରେ ପୁଣି ଜୀବନ ନେଲା ମୁକୁଳା ଡ୍ରେନ, ସଫେଇ କର୍ମଚାରୀ ମୃତ

ପୂର୍ବରୁ କଟକରେ ଅନେକ ମୁକୁଳା ଡ୍ରେନ୍‌ ଜନିତ ମୃତ୍ୟ ଖବର ସମ୍ନାକୁ ଆସିଛି । ଝୋଲାସାହି ଯୁବକ, କେଶରପୁରର ନାବାଳିକା ମୃତ୍ୟୁ, ବରପଥର ଅଞ୍ଚଳର ଶ୍ରମିକଙ୍କ ମୃତ୍ୟୁ ଆଦି ମୁକୁଳା ଡ୍ରେନ୍‌ରେ ହୋଇଥିଲା । ଏହାକୁ ନଜର ରଖି କଟକରେ ସବୁ ଡ୍ରେନକୁ ବ୍ୟାରିକେଡ କରାଯାଇଛି । ସବୁଠି ବାଡ଼ ଦିଆଯାଇଛି । ଏମିତିକି ଉଭୟ ଛୋଟ ଓ ବଡ଼ ନାଳ ସବୁଠି ବ୍ୟାରିକେଡ୍‌ ସିଏମ୍‌ସି ପକ୍ଷରୁ କରାଯାଇଛି । କାହିଁକି ନା ଯେତେବେଳେ ବର୍ଷା ହୁଏ ସେତେବେଳେ କଟକରେ ଡ୍ରେନ୍‌ ମୃତ୍ୟୁ ଦୃଷ୍ଟି ଗୋଚର ହୁଏ । ବିଗତ ଦିନରେ କେଶରପୁର ନାବାଳିକା ମୃତ୍ୟୁ ଘଟଣାରେ କଟକରେ ହଇଚଇ ସୃଷ୍ଟି ହୋଇଥିଲା । ଯାହାକୁ ନେଇ ସିଏମସି ମୃତକଙ୍କ ପରିବାର ପାଇଁ କ୍ଷତିପୂରଣ ବାବଦକୁ ପରିବାରକୁ 10 ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେଇଥିଲା । ବର୍ତ୍ତମାନ ଡ୍ରେନ୍‌ଗୁଡିକୁ ବ୍ୟାରିକେଡ କରିବା ପରେ ଏହି ମୁକୁଳା ଡ୍ରେନ୍‌ ମୃତ୍ୟୁ ଉପରେ ରୋକ ଲାଗି ପାରିବ ବୋଲି ମେୟର କହିଛନ୍ତି । ତେବେ ଏହି ଘଟଣା ଦିଗରେ ଅଧିକ ତଦନ୍ତ ଜାରି ରହିଛି । ଯୁବକ ଜଣକ ନାଳରେ କିପରି ପଡିଲେ ପାଣି କମ ଥିବା ସତ୍ତ୍ୱେ କେମିତି ମୃତ୍ୟୁ ହେଲା ତାହା ମେଡିକାଲ ରିପୋର୍ଟ ଆସିଲା ପରେ ସ୍ପଷ୍ଟ ହୋଇଯିବ ।

ଇଟିଭି ଭାରତ, କଟକ

Last Updated : Aug 22, 2023, 2:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.