ETV Bharat / state

ମାହାଙ୍ଗାରେ ବିଭିନ୍ନ ପ୍ରକଳ୍ପ ଉଦଘାଟିତ

author img

By

Published : Feb 7, 2021, 12:54 PM IST

ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଉମର ପଞ୍ଚାୟତ ଠାରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ନବ ନିର୍ମିତ ଏକ ପାନ୍ଥଶାଳାକୁ ବିଭାଗୀୟ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଉଦଘାଟନ କରିଛନ୍ତି l

ମାହାଙ୍ଗାରେ ବିଭିନ୍ନ ପ୍ରକଳ୍ପ  ଉଦଘାଟିତ
ମାହାଙ୍ଗାରେ ବିଭିନ୍ନ ପ୍ରକଳ୍ପ ଉଦଘାଟିତ

କଟକ: ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଉମର ପଞ୍ଚାୟତ ଠାରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ନବ ନିର୍ମିତ ଏକ ପାନ୍ଥଶାଳାକୁ ବିଭାଗୀୟ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଉଦଘାଟନ କରିଛନ୍ତି l ପର୍ଯ୍ୟଟନ ପୀଠ ଉମର ହନୁମାନ ମନ୍ଦିର ସମ୍ମୁଖରେ ଏହି ପନ୍ଥ ନିବାସ ପାଇଁ 59.23 ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଥିଲା l ସେହିପରି 25 ଲକ୍ଷ ଟଙ୍କା ଅନୁଦାନରେ କଣ୍ଟାଣିଆ ସ୍ଥିତି ବୈକୁଣ୍ଠ ବାଟିକାକୁ ଲୋକାର୍ପିତ କରାଯାଇଛି ।

ମାହାଙ୍ଗାରେ ବିଭିନ୍ନ ପ୍ରକଳ୍ପ ଉଦଘାଟିତ

ବିକାଶ ସରକାରଙ୍କ ମୂଳ ଲକ୍ଷ୍ୟ l ସାରା ରାଜ୍ୟରେ ଏହି ବିକାଶ ଓ ସ୍ଵଚ୍ଛତାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ବ ଦେଇ ଆସିଥିବାରୁ ସେ ଦେଶର ନମ୍ବର ୱାନ ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି ବୋଲି ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି l ଏହି ଉତ୍ସବରେ ଆଇନି ଓ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ମାହାଙ୍ଗାର ବିକାଶ ପାଇଁ ଆମକୁ ଆହୁରି ଅନେକ କାର୍ଯ୍ୟ କରିବାକୁ ପଡିବ ବୋଲି କହିଥିଲେ l

ଉତ୍ସବରେ ସମ୍ମାନିତ ଅତିଥି ଭାବେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ଅନିଲ ସାମଲ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ, ଓଡିଶା ପର୍ଯ୍ୟଟନ ମନ୍ତ୍ରୀ , ଉନ୍ନୟନ ନିଗମ ଅଧିକାରି ସୁଜାତା ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ ।

କଟକରୁ ପ୍ରଭୁ କଲ୍ୟାଣ ପାଲ୍‌, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.