ETV Bharat / state

ରଥଯାତ୍ରା ପାଇଁ ରାମନବମୀରେ ଆରମ୍ଭ ହେଲା ରଥ କାଠ ଚିରଟ ପ୍ରକ୍ରିୟା

author img

By

Published : Apr 21, 2021, 10:02 PM IST

ପାଖେଇ ଆସୁଛି ମହାପବିତ୍ର ରଥଯାତ୍ରା । ଯାହାକୁ ଦେଖିବା ପାଇଁ ସାରା ବିଶ୍ୱ ଚାହିଁ ରହିଥାଏ । ତେବେ ଏହି ମହାନ ପର୍ବ ପାଇଁ ଆଜି ପବିତ୍ର ରାମ ନବମୀରେ ଆରମ୍ଭ ହୋଇଛି ରଥକାଠ ଚିରଟ ପ୍ରକ୍ରୀୟା । ଅଧିକ ପଢନ୍ତୁ...

ରଥଯାତ୍ରା ପାଇଁ ଆରମ୍ଭ ହେଲା ରଥ କାଠ ଚିରଟ ପ୍ରକ୍ରିୟା

କଟକ: ପାଖେଇ ଆସୁଛି ମହାପବିତ୍ର ରଥଯାତ୍ରା । ଯାହାକୁ ଦେଖିବା ପାଇଁ ସାରା ବିଶ୍ୱ ଚାହିଁ ରହିଥାଏ । ତେବେ ଏହି ମହାନ ପର୍ବ ପାଇଁ ଆଜି ପବିତ୍ର ରାମ ନବମୀରେ ଆରମ୍ଭ ହୋଇଛି ରଥକାଠ ଚିରଟ ପ୍ରକ୍ରୀୟା । ବିଧି ଅନୁସାରେ ଆଜି ଠାରୁ ରଥ କାଠ ଚିରଟ ହୋଇ ଆସନ୍ତା ଅକ୍ଷୟ ତୃତୀୟାରେ ଆରମ୍ଭ ହେବ 3 ରଥର ନିର୍ମାଣ । ତେବେ ସମସ୍ତ ରୀତିନୀତିରେ ଆଜି ଚିରଟ ହୋଇଛି ରଥ କାଠ । ଦେଖନ୍ତୁ ଈଟିଭି ଭାରତ ର ସ୍ପେଶାଲ ରିପୋର୍ଟ ।

ଜଗତର ନାଥ ଜଗନ୍ନାଥଙ୍କ ଘୋଷ ଯାତ୍ରା ପାଇଁ ଆରମ୍ଭ ହେଲା ରଥ କାଠ ଚିରଟ ପ୍ରକ୍ରିୟା । ଘଣ୍ଟ ଘଣ୍ଟି ଓ ହରିନାମରେ କମ୍ପିଲା କଟକ ଖପୁରିଆ ସ୍ଥିତ ସ-ମିଲ । କାରଣ ଆଜି ଅର୍ଥାତ ମହାପବିତ୍ର ରାମନବମୀ ତିଥିରେ ହିଁ ଆରମ୍ଭ ହୋଇଥାଏ ଏହି ଚିରଟ ପ୍ରକ୍ରିୟା । କଟକ ଖପୁରିଆ ସ-ମିଲରେ ଆଜି ମହାପ୍ରଭୁଙ୍କ ରଥକାଠକୁ କରାଯାଇଛି ଚିରଟ । ତେବେ ପୁରୀ ଶ୍ରୀମନ୍ଦିର ପ୍ରଶାସକ କମିଟିର 3 ଜଣିଆ ବିଶିଷ୍ଠ ଏକ ଦଳ ମହାପ୍ରଭୁଙ୍କ ଆଜ୍ଞା ମାଳ ଆଣି ଏହି କାଠକୁ ପୂଜା କରିବା ପରେ ରଥ କାଠ ଚିରଟ ହୋଇଛି ।

ତେବେ ବିଭିନ୍ନ ଜିଲ୍ଲାରୁ ମୋଟ 797 ଖଣ୍ଡ କାଠ ରଥ ନିର୍ମାଣ ପାଇଁ ଅର୍ଡର ରହିଛି । ଏହାଶହ ଖପୁରିଆ ସ-ମିଲରେ ପ୍ରଥମ ପର୍ଯ୍ୟାୟରେ 490 ଖଣ୍ଡ କାଠ ଚିରଟ ହେବାକୁ ଲକ୍ଷ୍ୟ ରଖିଚି ପ୍ରଶାସକ କମିଟି । ତେବେ ସରସ୍ୱତୀ ପୂଜା ଦିନ ଠାରୁ ରଥ କାଠ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥାଏ । ଏହାପରେ ଆଜିର ଦିନରେ ଏହା ଚିରଟ କରିବାର ପ୍ରଥା ରହିଛି । ତେବେ ରଥ ନିର୍ମାଣ କାମ ଯେ ପର୍ଯ୍ୟନ୍ତ ଜାରି ରହିଥିବ ସେ ପର୍ଯ୍ୟନ୍ତ କାଠ ଚିରଟ କରାଯାଉଥିବ ବୋଲି କହିଛନ୍ତି ଶ୍ରୀମନ୍ଦିର ପ୍ରଶାସକ କମିଟି ସଦସ୍ୟ ।

ଏହାସହ ଏହି ମୂଲ୍ୟବାନ କାଠ ରାଜ୍ୟର ବିଭିନ୍ନ ଜିଲ୍ଲାର ଜଙ୍ଗଲରୁ ଆସିଛି । ଏହାରି ମଧ୍ୟରେ ଧଉରା, ଫାସି, ଅସନ, ସିମିଳି, ମଇ ଓ ସାଲଇ ଇତ୍ୟାଦି କାଠକୁ ଚୟନ କରି କଟକ ଖପୁରିଆ ସ-ମିଲ ପହଞ୍ଚାଇଛି ଶ୍ରୀମନ୍ଦିର ପ୍ରଶାସକ କମିଟି । ତେବେ ଏହି କାଠ କିପରି ଭାବରେ ସଠିକ ଭବରେ ଚିରାଯିବ ଏବଂ ଏହାସହ ଚିରଟ କାଠକୁ କିପରି ପୁରୀ ରଥ ଖଳା ପର୍ଯ୍ୟନ୍ତ ପହଞ୍ଚାଯିବ ତାହା ଉପରେ ମଧ୍ୟ ଫୋକସ ରଖାଯାଇଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଚିରଟ ପ୍ରକ୍ରିୟାରେ ଯେପରି କୋଭିଡ ନିୟମ ଜାରି ରହିବ ତାହା ଉପରେ ବି ନଜର ରହିଛି ବୋଲି କହିଛନ୍ତି କଟକ ରେଞ୍ଜ ଅଫିସର ।ଅନ୍ୟପଟେ କଟକରେ ମହାପ୍ରଭୁଙ୍କ ରଥକାଠ ଚିରଟ ହେବା ବଡ଼ ଭାଗ୍ୟର କଥା ବୋଲି କହିଛନ୍ତି ଜିଲ୍ଲାପାଳ । ତେବେ ଯାହା ପାଇଁ ଆଜି କଟକ ଗର୍ବିତ । କାରଣ ମହାପ୍ରଭୁଙ୍କ ରଥକୁ ସ୍ପର୍ଶ ପାଇବା ପାଇଁ ସମସ୍ତେ ବ୍ୟାକୁଳ । କିନ୍ତୁ, ସିଲଭରସିଟିରେ ଏହି ମହାନ କାମ ହେଉଛି ଯାହା ପାଇଁ ସର୍ବଦା କଟକିଆ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଚିର ରୁଣି ।କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.