ETV Bharat / state

CMC କାଉନ୍‌ସିଲ ବୈଠକ: ବିରୋଧୀଙ୍କ ଶାଣିତ ଗର୍ଜନ, ମେୟରଙ୍କ କକ୍ଷ ତ୍ୟାଗ

ସିଏ୍‌ସି ବୈଠକରେ ବିରୋଧୀଙ୍କ ଜୋରଦାର ହଟ୍ଟଗୋଳ ପରେ କିଛି ସମୟ ପାଇଁ କକ୍ଷ ତ୍ୟାଗ କଲେ ମେୟର ଓ କମିଶନର । ତେବେ କିଛି ସମୟର ମୁଲତବୀ ପରେ ପୁଣି ଆରମ୍ଭ ହୋଇଥିଲା କାଉନ୍‌ସିଲ ବୈଠକ । ଅଧିକ ପଢ଼ନ୍ତୁ

ସିଏମ୍‌ସି କାଉନ୍‌ସିଲ ବୈଠକ
ସିଏମ୍‌ସି କାଉନ୍‌ସିଲ ବୈଠକ
author img

By

Published : Jun 27, 2023, 5:56 PM IST

ସିଏମ୍‌ସି କାଉନ୍‌ସିଲ ବୈଠକ

କଟକ: ସିଏମ୍‌ସିର ୧୪ତମ କାଉନ୍‌ସିଲ ବୈଠକରେ ଜୋରଦାର ହଟ୍ଟଗୋଳ । କିଛି ସମୟ ପାଇଁ ବୈଠକ କକ୍ଷ ତ୍ୟାଗ କଲେ ମେୟର ଓ କମିଶନର । ବିରୋଧୀଙ୍କ ପ୍ରଶ୍ନ ଏପରି ଥିଲା ଯେ, ଗୃହରେ ଆଉ କିଛି ଶୁଭୁ ନଥିଲା । ଆଜି ଅନୁଷ୍ଠିତ ସିଏମ୍‌ସି କାଉନ୍‌ସିଲ୍‌ ବୈଠକରେ ଏପରି କିଛି ଦେଖିବକୁ ମିଳିଛି । ବୈଠକ ଆରମ୍ଭରୁ ଗୋଟିଏ ସଂସ୍ଥା 'ସ୍ଵର୍ଣ୍ଣ ଦେବୀ'କୁ ନେଇ ଆରମ୍ଭ ହୋଇଥଲା ବାକ୍‌ଯୁଦ୍ଧ । ସ୍ବାମୀ କଟକ ମହାନଗର ନିଗମରେ ଚାକରି କରି ସ୍ତ୍ରୀ ନାଁରେ ଟେଣ୍ଡର ନେଇ ବ୍ୟବସାୟ ଆରମ୍ଭ କରିଥିବା ଅଭିଯୋଗ କରିଛନ୍ତି ବିରୋଧୀ । ଏହାସହ ଦଳୀୟ ପ୍ରେମ ଯୋଗୁଁ ମେୟର ଏପରି କରୁଛନ୍ତି ବୋଲି ବିରୋଧୀ କର୍ପୋରେଟର ସ୍ବର ଉଠାଇଛନ୍ତି ।

ଅନ୍ୟପଟେ ସିଏମ୍‌ସି ମେୟର ସୁବାସ ସିଂ କହିଛନ୍ତି, "ଗୃହରେ ଆନ୍ଦୋଳନ କରିବା ପାଇଁ ସମସ୍ତଙ୍କର ଅଧିକାର ରହିଛି । ଯଦି କଟକ ମହାନଗର ନିଗମର ଭୁଲ ରହିଛି, ତାହାକୁ ସମୀକ୍ଷା କରିବାକୁ ସମୟ ଦେବା ଦରକାର ।" ଯଦି ଏତେ ତରବର ଭାବରେ ଏଭଳି ଗୃହକୁ ବନ୍ଦ ରଖୁଛନ୍ତି, ତ ଆଇନର ଆଶ୍ରୟ ମଧ୍ୟ ନେଇ ପାରିବେ ବୋଲି କହିଛନ୍ତି ମେୟର । ତେବେ ଏହି ଗୋଟିଏ ପ୍ରସଙ୍ଗ ନୁହେଁ, ବରଂ ବାଲିଯାତ୍ରା ବିବାଦ, ଖରାଦିନେ ଜଳଛତ୍ର ନଖୋଲିବା ଦିଗରେ ପ୍ରଶ୍ନ, ଏପରିକି ଚଳିତ ମୌସୁମୀରେ କଟକର ଜଳବନ୍ଦୀ ସମସ୍ୟାକୁ ନେଇ ମଧ୍ୟ ସିଏମ୍‌ସିକୁ ଘେରିଛନ୍ତି ବିରୋଧୀ ଦଳର କର୍ପୋରେଟର । ତେବେ କିଛି ସମୟର ମୁଲତବୀ ପରେ ପୁଣି ଆରମ୍ଭ ହୋଇଥିଲା କାଉନ୍‌ସିଲ ବୈଠକ । ବୈଠକରେ ସବୁ ୱାର୍ଡର ସମସ୍ୟା ଓ ଆବଶ୍ୟକତା ପଚାରି ବୁଝିଥିଲେ ମେୟର । ବିଶେଷକରି ବିଭିନ୍ନ ୱାର୍ଡରେ ଅଙ୍ଗନବାଡ଼ି ନିର୍ମାଣ, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ସେବା ଓ ପରିମଳ ଦିଗ ଉପରେ ଆଲୋଚନା କରିଥିଲେ ମେୟର ଓ କମିଶନର । ଏହା ବ୍ୟତୀତ ମୌସୁମୀ ବର୍ଷା ହେତୁ ସମସ୍ତ ନାଳକୁ ସଫା କରିବା, ସହରକୁ ଜଳବନ୍ଦୀ ମୁକ୍ତ କରିବା ପାଇଁ ବିଭିନ୍ନ ବିଭାଗ ସହ ଆଲୋଚନା ହୋଇଥିଲା ।

ତେବେ ଆଜିର କାଉନ୍‌ସିଲ ବୈଠକରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରାଯାଇଥିଲା । କିଛି ପ୍ରସଙ୍ଗକୁ ନେଇ ହୋ ହାଲ୍ଲା ପାଟିତୁଣ୍ଡ କରିଥିଲେ ବିରୋଧୀ ଦଳର କର୍ପୋରେଟରମାନେ । ପଙ୍କ ଉଦ୍ଧାରଠାରୁ ନେଇ ଜଳଛତ୍ର ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗ ଓ ସମସ୍ୟାକୁ ନେଇ ଆଲୋଚନା କରାଯାଇଥିଲା । ପୂର୍ବ କାଉନ୍‌ସିଲ ବୈଠକରେ ଜଣେ ନିର୍ଦ୍ଧିଷ୍ଟ ଯନ୍ତ୍ରୀଙ୍କ କାର୍ଯ୍ୟକଳାପକୁ ନେଇ ବିରୋଧୀ କର୍ପୋରେଟରମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ଦୀର୍ଘ ବର୍ଷ ଧରି ଏହି ଯନ୍ତ୍ରୀ ଜଣକ କାହିଁକି ସିଏମ୍‌ସିରେ ଅଛନ୍ତି ଓ ମେୟର ଏବଂ କମିଶନର ତାଙ୍କୁ କାହିଁକି ଘଣ୍ଟ ଘୋଡାଇ ରଖିଛନ୍ତି ବୋଲି ପ୍ରଶ୍ନ କରିଥିଲେ ବିରୋଧୀ । ସେପଟେ କୌଣସି ଯନ୍ତ୍ରୀଙ୍କୁ କାଢ଼ିବାର କ୍ଷମତା କାଉନ୍‌ସିଲ୍‌ର ନାହିଁ ବୋଲି କହିଥିଲେ ମେୟର ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.