ETV Bharat / state

ଦର ବୃଦ୍ଧି ନେଇ ତେଜୁଛି ଆନ୍ଦୋଳନ, କଂଗ୍ରେସ ପରେ ଗର୍ଜିଲା ଏସୟୁସିଆଇ କମ୍ୟୁନିଷ୍ଟ

ଦର ବୃଦ୍ଧି ନେଇ କେନ୍ଦ୍ର ବିରୁଦ୍ଧରେ ଗର୍ଜିଛି ଏସୟୁସିଆଇ କମ୍ୟୁନିଷ୍ଟ । ଗତକାଲି କଂଗ୍ରେସ ଏହାର ପ୍ରତିବାଦ କରି 6 ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦେଇଥିବାବେଳେ ଆଜି(ମଙ୍ଗଳବାର) କେନ୍ଦ୍ର ବିରୁଦ୍ଧରେ ଗର୍ଜିଛି ଏସୟୁସିଆଇ କମ୍ୟୁନିଷ୍ଟ ।

author img

By

Published : Feb 16, 2021, 9:46 PM IST

ଦର ବୃଦ୍ଧି ନେଇ ତେଜୁଛି ଆନ୍ଦୋଳନ
ଦର ବୃଦ୍ଧି ନେଇ ତେଜୁଛି ଆନ୍ଦୋଳନ

କଟକ: କ୍ରମାଗତ ତୈଳ ଓ ରନ୍ଧନ ଗ୍ୟାସ ବୃଦ୍ଧି ନେଇ ତେଜିବାରେ ଲାଗିଛି ରାଜନୈତିକ ଆାନ୍ଦୋଳନ । ଗତକାଲି କଂଗ୍ରେସ ଏହାର ପ୍ରତିବାଦ କରି 6 ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦେଇଥିବାବେଳେ ଆଜି(ମଙ୍ଗଳବାର) କେନ୍ଦ୍ର ବିରୁଦ୍ଧରେ ଗର୍ଜିଛି ଏସୟୁସିଆଇ କମ୍ୟୁନିଷ୍ଟ ।

ଦର ବୃଦ୍ଧି ନେଇ ତେଜୁଛି ଆନ୍ଦୋଳନ

ତୈଳ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି ନେଇ ତେଜୁଛି ଆନ୍ଦୋଳନ। କୋରୋନା ମହାମାରୀ ଓ ଲକଡାଉନ୍ ଯୋଗୁଁ ଦେଶର ଜନସାଧାରଣ ଭୟାନକ ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ବେଳେ ସରକାର କମ୍ପାନୀ ସ୍ୱାର୍ଥରେ ବାରମ୍ବାର ରନ୍ଧନ ଗ୍ୟାସ ଓ ପ୍ରାୟ ପ୍ରତିଦିନ ପେଟ୍ରୋଲ-ଡିଜେଲର ଦର ବୃଦ୍ଧି କରୁଛନ୍ତି ।

ଯାହା ଜନସାଧାରଣଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି । ଗତକାଲି(ସୋମବାର) ମଧ୍ୟରାତ୍ରୀରୁ ଏଲପିଜି ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି କରାଯାଇଛି । ଯାହାଫଳରେ ରନ୍ଧନ ଗ୍ୟାସ ମୂଲ୍ୟ ଏବେ ୮୦୦ କୁ ଛୁଇଁଛି । ରନ୍ଧନ ଗ୍ୟାସ ଓ ତୈଳ ଉପରେ କେନ୍ଦ୍ର ଓ ରାଜ୍ୟ ସରକାର ଆଦାୟ କରୁଥିବା ଟିକସ ବୃଦ୍ଧି କରିବା ଓ ତୈଳ କମ୍ପାନୀଙ୍କୁ ମନଇଚ୍ଛା ଲାଭ ଲୁଟିବାର ସୁଯୋଗ ଦେବା ପାଇଁ ତୈଳଦର ନିର୍ଦ୍ଧାରଣ ପ୍ରକ୍ରିୟା ସରକାରୀ ନିୟନ୍ତ୍ରଣ ମୁକ୍ତ କରିବା ଫଳରେ ଏହି ଦର ବୃଦ୍ଧି ପାଉଛି ।

ଯଦି ଏହା ଉପରେ ଅଙ୍କୁଶ ନଲାଗେ ତେବେ ଆଗମୀ ଦିନରେ ସରକାର ଏକ ବଡ଼ ଜନ ଆନ୍ଦୋଳନର ସମ୍ନା କରିବ ବୋଲି ଚେତାବନୀ ଦେଇଛି ଏସୟୁସିଆଇ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.