ETV Bharat / state

Durga Puja Special: ସର୍ପା ଦୁର୍ଗାପୂଜା ମଣ୍ଡପରେ ଝିଅ ରୂପରେ ପୂଜା ପାଆନ୍ତି ଜଗତଜନନୀ

author img

By ETV Bharat Odisha Team

Published : Oct 20, 2023, 8:45 PM IST

କଟକର 'ସର୍ପାଦୁର୍ଗା ପୂଜା ମଣ୍ଡପ'ରେ ରହିଛି ନିଆରା ପରମ୍ପରା । ଏଠାରେ ମା' ଦୁର୍ଗାଙ୍କୁ ଝିଅ ରୂପରେ ପୂଜା କରାଯାଉଥିବାବେଳେ ନିରାଡମ୍ବର ଭାବେ ଭସାଣି କରାଯାଏ । ଅଧିକ ପଢନ୍ତୁ

special rituals at sarpa durga puja mandap
ସର୍ପାଦୁର୍ଗା ପୂଜା ମଣ୍ଡପରେ ନିଆରା ପରମ୍ପରା
ସର୍ପାଦୁର୍ଗା ପୂଜା ମଣ୍ଡପରେ ନିଆରା ପରମ୍ପରା

କଟକ: କଟକ ଦଶହରାର ରହିଛି ଅନେକ ଇତିହାସ ଆଉ ପରମ୍ପରା । ସହରରେ ଥିବା ପୁରାତନ ପୂଜା ମଣ୍ଡପ ଗୁଡିକ ମଧ୍ୟରୁ ଅନ୍ୟତମ ହେଉଛି କଟକର 'ସର୍ପାଦୁର୍ଗା ପୂଜା ମଣ୍ଡପ' । ଏହି ସର୍ପାଦୁର୍ଗା ପୂଜା ମଣ୍ଡପରେ ଘରୋଇ ପୂଜା କରାଯାଇଥାଏ । ପୁରୁଷ ପୁରୁଷ ଧରି ମୂର୍ତ୍ତି କାରିଗର, ପୂଜକ ପୂଜା ପରିଚାଳନା କରି ଆସୁଛନ୍ତି । ଏହି ପୂଜା ମଣ୍ଡପ ସହରର ଅନ୍ୟ ମଣ୍ଡପ ଭଳି ଶୋଭାଯାତ୍ରାରେ ଯାଏ ନାହିଁ । ଦଶମୀ ଦିନ ମା'ଙ୍କୁ ନିରାଡମ୍ବର ଭାବେ ବିସର୍ଜନ କରାଯାଇଥାଏ । ତେବେ ଭସାଣି କାର୍ଯ୍ୟ ମଧ୍ୟ ଅତି ନିରାଡମ୍ୱର ଭାବେ କରାଯାଇଥାଏ । ଅନ୍ୟାନ୍ୟ ପୂଜା ମଣ୍ଡପ ଭଳି କୌଣସି ବ୍ୟୟବହୁଳ ନାଚଗୀତ ଅବା ରୋସଣୀର ଛାପ ବି ଏହି ମଣ୍ଡପରେ ଦେଖିବାକୁ ବି ମିଳିନଥାଏ । ଏଠାରେ କେବଳ ପୂଜା ଉପରେ ଗୁରୁତ୍ୱ ଦିଆଯାଇଥାଏ ।

ସର୍ପା ଦୁର୍ଗା ପୂଜା କମିଟି ପୂଜକ ଘନଶ୍ୟାମ ପଣ୍ଡା କହିଛନ୍ତି, "୧୭୫୨ ମସିହାରେ ଏଠାରେ ଦୁର୍ଗାପୂଜା ଆରମ୍ଭ ହୋଇଥିଲା । ବର୍ତ୍ତମାନ ଏହି ମଣ୍ଡପକୁ ୨୭୧ ବର୍ଷ ପୂରି ସାରିଲାଣି । ତତ୍କାଳୀନ ଜମିଦାର ସ୍ୱରୁପ ଚନ୍ଦ୍ର ଦାସ କୋଲକାତାରୁ ଆସି ଏଠାରେ ପୂଜା ଆରମ୍ଭ କରିଥିଲେ । ୧୯୫୦ ମସିହାରୁ ୭ ସାହିକୁ ନେଇ ଏଠାରେ ସାର୍ବଜନୀନ ଦୁର୍ଗାପୂଜା କରାଗଲା । ପ୍ରଥମେ ଏକ ଚାଳ ଘରେ ମା’ଙ୍କ ପୂଜା କରାଯାଉଥିବାବେଳେ ପରେ ଜରି ମେଢରେ ମା'ଙ୍କ ମଣ୍ଡପ ଶୋଭା ପାଉଥିଲା । ବର୍ତ୍ତମାନ ଏଠାରେ ରୂପା ମେଢ ପ୍ରସ୍ତୁତ ହୋଇସାରିଛି । ୨୦୧୧ ମସିହାରୁ ପ୍ରାୟ ୨ କୁଇଣ୍ଟାଲରୁ ଅଧିକ ଚାନ୍ଦିରେ ମେଢ଼ ନିର୍ମାଣ କରାଯାଇଛି ।"

ଏହା ବି ପଢନ୍ତୁ...ଶକ୍ତିପୀଠରେ ସପ୍ତମୀ ପୂଜା, ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଲେ ମା' ଗଡ଼ଚଣ୍ଡୀ

ଏହା ବି ପଢନ୍ତୁ...Durga Puja Special: ତ୍ରିଶକ୍ତି ରୂପେ ପୂଜା ପାଉଛନ୍ତି ମା’ ରାମଚଣ୍ଡୀ, ପ୍ରଥମ ଥର ହେଉଛି ଷୋଡଶ ଉପଚାର

ସେହିପରି ମା'ଙ୍କ ଲାଗି ରୂପା ଓ ସୁନା ଆଦି ଗହଣା ମଧ୍ୟ ପ୍ରସ୍ତୁତ କରାଯାଇଛି । କଟକର ଅଧିକାଂଶ ପୂଜା ମଣ୍ଡପରେ ଦୁର୍ଗାଙ୍କୁ ମା' ରୂପରେ ପୂଜା କରାଯାଉଥିବାବେଳେ ଏଠାରେ କିନ୍ତୁ ଝିଅ ରୂପରେ ପୂଜା ପାଆନ୍ତି ଜଗତଜନନୀ । ସେହିପରି ଦଶମୀ ତିଥିରେ ସିନ୍ଦୁର ଖେଳରେ ମା' ଦୁର୍ଗାଙ୍କୁ ଝିଅ ରୂପରେ ବିଦାୟ ଦିଆଯାଏ । ବିନା କୌଣସି ଶୋଭାଯାତ୍ରା ବା ନାଚ ଗୀତରେ ନିରାଡମ୍ବର ସହକାରେ ମା'ଙ୍କୁ ମେଲାଣୀ ଦିଆଯିବାର ପରମ୍ପରା ରହିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.