ETV Bharat / state

ରାତିପାହିଲେ ଦୀପାବଳି, ବଙ୍ଗୀୟ ପରମ୍ପରାରେ ପୂଜା ପାଇବେ ପ୍ରସିଦ୍ଧ ପୋଡପୋଡାର କାଳୀ - dhakshina kali puja special

ଭାରତୀୟ ସଂସ୍କୃତି, ଐତିହ୍ୟ ଓ ପରମ୍ପରାରେ ଶକ୍ତି ଉପାସନା ପ୍ରାଚୀନ କାଳରୁ ରହି ଆସିଛି । ସଂସାରର ପ୍ରତିଟି ବସ୍ତୁ ସେହି ଅଦୃଶ୍ୟ ଶକ୍ତି ମାଧ୍ୟମରେ ପରିଚାଳିତ ବୋଲି ପ୍ରାୟ ସଭିଁଏ ବିଶ୍ବାସ କରନ୍ତି । ସେଭଳି ଏକ ପୀଠ ହେଉଛି କଟକ ଜିଲ୍ଲା ନିଆଳି ବ୍ଲକ ପୋଡ଼ପୋଡାର ପ୍ରସିଦ୍ଧ ମା’ ଦକ୍ଷିଣ କାଳୀ ପୀଠ । ଅଧିକ ପଢନ୍ତୁ...

ରାତି ପାହିଲେ ମା’ କାଳୀ ପୂଜା, ଚଳଚଞ୍ଚଳ ପୋଡପୋଡା ଦକ୍ଷିଣ କାଳୀ ପୀଠ

author img

By

Published : Nov 3, 2021, 2:35 PM IST

Updated : Nov 3, 2021, 3:06 PM IST

ନିଆଳି: ଭାରତୀୟ ସଂସ୍କୃତି, ଐତିହ ଓ ପରମ୍ପରାରେ ଶକ୍ତି ଉପାସନା ପ୍ରାଚୀନ କାଳରୁ ରହି ଆସିଛି । ସଂସାରର ପ୍ରତିଟି ବସ୍ତୁ ସେହି ଅଦୃଶ୍ୟ ଶକ୍ତି ମାଧ୍ୟମରେ ପରିଚାଳିତ ବୋଲି ପ୍ରାୟ ସଭିଁଏ ବିଶ୍ବାସ କରନ୍ତି । ସେଭଳି ଏକ ପୀଠ ହେଉଛି କଟକ ଜିଲ୍ଲା ନିଆଳି ବ୍ଲକ ପୋଡ଼ପୋଡାର ପ୍ରସିଦ୍ଧ ମା’ ଦକ୍ଷିଣକାଳୀ ପୀଠ । ଏହି ପୀଠରେ ମା'ଙ୍କ ପୂଜା ରୀତିନୀତି ଟିକେ ସ୍ବତନ୍ତ୍ର। ଏଠି ମନସ୍କାମନା ପୂରଣ ପାଇଁ ପଡେ ପଶୁବଳି । କିନ୍ତୁ ଏବେ ସରକାରୀ କଟକଣା ପାଇଁ ବଳିପ୍ରଥା ବନ୍ଦ ଥିବା ବେଳେ ଏବେ କେବଳ ମା'ଙ୍କ ନିକଟରେ ପଶୁମାନଙ୍କୁ କରାଯାଉଛି ସର୍ମପଣ ।

ରାତି ପାହିଲେ ମା’ କାଳୀ ପୂଜା, ଚଳଚଞ୍ଚଳ ପୋଡପୋଡା ଦକ୍ଷିଣ କାଳୀ ପୀଠ
ବର୍ଦ୍ଧମାନ ସମୟରୁ ଏ ହେଉଛି ମା’ ଦକ୍ଷିଣକାଳୀଙ୍କ ପୀଠ । କୁହାଯାଏ ହଜାର ବର୍ଷ ତଳୁ ମୁଖାର୍ଜୀ ବଂଶଧର ମା’ ଦକ୍ଷିଣକାଳୀଙ୍କ ସ୍ବତନ୍ତ୍ର ରୀତିନୀତି ଅନୁସାରେ ପୂଜା କରି ଆସୁଛନ୍ତି। ତେବେ ଆସନ୍ତାକାଲି(ଗୁରୁବାର) ମା’ ଦକ୍ଷିଣ କାଳୀଙ୍କ ପୂଜା, ଯାହା ଏଠାରେ ଦୁଇ ଦିନ ଧରି ଚାଲେ। ପ୍ରତିବର୍ଷ ରାଜ୍ୟ ବିଭିନ୍ନ ସ୍ଥାନରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ ଏହି ପୀଠରେ । ବିଶେଷ କରି ଜଗତସିଂହପୁର, ଖୋର୍ଦ୍ଧା, ପୁରୀ ଓ କଟକ ଜିଲ୍ଲାର ଭକ୍ତଙ୍କ ସମାଗମ ହୋଇଥାଏ। ତେବେ କାଳୀପୂଜା ପାଇଁ ମୂର୍ତ୍ତି ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ମନ୍ଦିର ଭିତର ଓ ବାହାରେ ଚାଲିଛି ସାଜସଜ୍ଜା । ବିଶେଷ କଥା ହେଉଛି, ଏଠାରେ ମା’ ଦକ୍ଷିଣକାଳୀଙ୍କୁ ବଙ୍ଗୀୟ ପଦ୍ଧତିରେ କରାଯାଇଥାଏ ପୂଜାର୍ଚ୍ଚନା ।

ଏଠାରେ ମା'ଙ୍କୁ ଯିଏ ଯେମିତି ଭକ୍ତି ଓ ଭାବନା ସହ ଡାକିଛି, ତାର ମନସ୍କାମନା ପୂରଣ ହୋଇଛି । ଏଭଳି ଅନେକ ଉଦାହରଣ ରହିଛି। ତେବେ ମନସ୍କାମନା ପୂରଣ ହେଲେ ଏହି ପୀଠରେ ଛେଳି, ମେଣ୍ଢା ଓ ବୋଦା ବଳି ପକାଇବାର ପ୍ରଥା ରହିଛି । ଏହାସହ ଏଠାରେ ଦୁଇ ଦିନ ହେଉଥିବା ଯାତ୍ରାରେ ଦୋକାନ ବଜାର ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଚଳିତ ବର୍ଷ କରୋନା କଟକଣାକୁ ଦୃଷ୍ଟିରେ ରଖି ମା'ଙ୍କ ପୂଜା କରିଯିବା ସହ ଭକ୍ତଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

Last Updated : Nov 3, 2021, 3:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.