ETV Bharat / state

ଏସଆଇଟି ବୈଠକ ଶେଷ, ଟାର୍ଗେଟରେ କଳାଧନ ଜମାକାରୀ

କଟକରେ ଏସଆଇଟି ଗୁରୁତ୍ୱପୂର୍ଣ ବୈଠକ ଶେଷ ହେବା ପରେ ଏବେ ଚାଲିବ ତନାଘନା । ନିର୍ବାଚନ ସମୟରେ ଜବତ ହୋଇଥିବା ଟଙ୍କା ବିଷୟରେ ଖୋଳତାଡ ସହ ଉପଯୁକ୍ତ କାର୍ଯ୍ଯାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ।

author img

By

Published : Jun 18, 2019, 9:30 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, କଟକ

କଟକ: ଆଜି କଳାଧନ ଠୁଳ ସମ୍ପର୍କିତ ଏସଆଇଟି ଗୁରୁତ୍ୱପୂର୍ଣ୍ଣ ବୈଠକ କଟକ ତେଲେଙ୍ଗା ବଜାର ସ୍ଥିତ ଜଷ୍ଟିସ ଅରଜିତ ପଶାୟତଙ୍କ ବାସ ଭବନରେ ଶେଷ ହୋଇଛି । ଆସନ୍ତା ୨ ମାସ ମଧ୍ୟରେ ଏସଆଇଟି ସୁପ୍ରିମକୋର୍ଟରେ ସପ୍ତମ ରିପୋର୍ଟ ପ୍ରଦାନ କରିବାକୁ ଯାଉଛନ୍ତି । ସ୍ୱିସ ବ୍ୟାଙ୍କ ନାମ ଘୋଷଣା କରିଥିବା ଆଉ ୫୦ ଜଣ ଭାରତୀୟଙ୍କୁ ଏସଆଇଟି ନୋଟିସ ଦେବ । ଆୟର ଉତ୍ସ ଦେଖାଇ ନପାରିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହାସହ ଗତ ନିର୍ବାଚନ ରେ ଜବତ ହୋଇଥିବା ୩ ହଜାର ୮୦୦ କୋଟି ଟଙ୍କା କେଉଁଠୁ ଆସିଲା ତାହାର ମଧ୍ୟ ତଦନ୍ତ ଆରମ୍ଭ କରିଛି ଏସଆଇଟି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କଟକ

ସରିଲା ଏସଆଇଟି ଗୁରୁତ୍ୱପୂର୍ଣ ବୈଠକ । ଏବେ ତର୍ଜମାର ବେଳ। ବୈଠକ ଆରମ୍ଭରୁ ଗତ ନିର୍ବାଚନ ରେ ନେତାଙ୍କ ଖର୍ଚ୍ଚ ନେଇ ଜୋର ଧରିଥିଲା ଆଲୋଚନା । ବିପୁଳ ପରିମାଣର ଟଙ୍କା ସହ
ନାର୍କୋଟିକସ ଡ୍ରଗ୍ସ ଓ ଡାଇମଣ୍ଡ ମଧ୍ୟ ଦେଶର ବିଭିନ୍ନ ସ୍ଥାନରେ ଜବତ ହୋଇଛି । ଜବତ ହୋଇଥିବା ୩ ହଜାର ୮୦୦ କୋଟି ଟଙ୍କାର ଉତ୍ସ ସମ୍ପର୍କରେ ତଦନ୍ତ କରୁଛି ଏସଆଇଟି । ତେବେ କଳାଧନ ସମ୍ପର୍କିତ ଘଟଣାର ସମାଧାନ ପାଇଁ ଏକ ସ୍ବତନ୍ତ୍ର କୋର୍ଟ ସହ ଆଇନର ସଂଶୋଧନର ଆବଶ୍ୟକ ବୋଲି ମତ ରଖିଛନ୍ତି ଜଷ୍ଟିସ ଅରଜିତ ପଶାୟତ ।

ଓଡ଼ିଶାରେ ବିଭିନ୍ନ ବିଭାଗ ଦ୍ଵାରା ଗତ ୬ ମାସରେ ରେଡ଼ ବା ଚଢ଼ାଉ ସଂଖ୍ୟା ବଢିଛି । ସିବିଆଇ ମାଇକ୍ରୋ ଫାଇନାନ୍ସ ଲିମିଟେଡ଼ କମ୍ପାନୀର ୯୦ ଲକ୍ଷ ଟଙ୍କା ଜବତ କରିଥିବାବେଳେ ତାହାର ଷ୍ଟାଟସ ରିପୋର୍ଟ ନେଇଛନ୍ତି ଏସଆଇଟି । ତେବେ ଏସଆଇଟି ଅଦ୍ୟାବଧି ସୁପ୍ରିମକୋର୍ଟଙ୍କ ନିକଟରେ ୬ଟି ରିପୋର୍ଟ ଦାଖଲ ସାରିଥିବା ବେଳେ ଆଗାମୀ ୨ ମାସ ମଧ୍ୟରେ ସପ୍ତମ ରିପୋର୍ଟ ପ୍ରଦାନ କରିବ । ଆଉ ଆଜିର ଏହି ବୈଠକରେ ପୋଲିସ ଡିଜି, ଭିଜିଲାନ୍ସ ନିର୍ଦ୍ଦେଶକ, କ୍ରାଇମବ୍ରାଞ୍ଚ ଏଡିଜିଙ୍କ ସହ ବିଭିନ୍ନ ବିଭାଗର ୨୨ ଜଣ ଅଧିକାରୀ ଯୋଗ ଦେଇଥିଲେ। ପୂର୍ବରୁ କଟକରେ 6 ଥର ଏସଆଇଟି ବୈଠକ ବସିସାରିଥିବା ବେଳେ ବିଭିନ୍ନ ଦିଗକୁ ନେଇ ଆଲୋଚନା କରାଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଆଙ୍କର- ଆଜି କଳାଧନ ଠୁଳ ସମ୍ପର୍କିତ ଏସଆଇଟି ଗୁରୁତ୍ୱପୂର୍ଣ ବୈଠକ କଟକ ତେଲେଙ୍ଗାବଜାର ସ୍ଥିତ ଜଷ୍ଟିସ ଅରଜିତ ପଶାୟତଙ୍କ ବାସ ଭବନରେ ଶେଷ ହୋଇଛି।ଆସନ୍ତା ୨ ମାସ ମଧ୍ୟରେ ଏସଆଇଟି ସୁପ୍ରିମକୋର୍ଟ ରେ ସପ୍ତମ ରିପୋର୍ଟ ପ୍ରଦାନ କରିବାକୁ ଯାଉଛନ୍ତି।ସ୍ୱିସ ବ୍ୟାଙ୍କ ନାମ ଘୋଷଣା କରିଥିବା ଆଉ ୫୦ ଜଣ ଭାରତୀୟଙ୍କୁ ଏସଆଇଟି ନୋଟିସ ଦେବ।ଆୟର ଉତ୍ସ ନ ଦେଖାଇ ପାରିଲେ କାର୍ୟନୁନୁଷ୍ଠାନ ପ୍ରସ୍ଥାବ ଦିଆଯିବ।ଏହାସହ ଗତ ନିର୍ବାଚନ ରେ ଜବତ ହୋଇଥିବା ୩୮୦୦ କୋଟି ଟଙ୍କା କେଉଁଠୁ ଆସିଲା ତାହା ମଧ୍ୟ ତଦନ୍ତ ଆରମ୍ଭ କରିଛି ଏସଆଇଟି।

Body:(ଭିଓ ୧) ଏସଆଇଟିର ବୈଠକ ଆରମ୍ଭରୁ ଗତ ନିର୍ବାଚନ ରେ ନେତାଙ୍କ ଖର୍ଚ୍ଚ ନେଇ ଆଲୋଚନା ଜୋର ଧରିଥିଲା।ବିପୁଳ ପରିମାଣର ଟଙ୍କା ସହ
ନର୍କଟିକସ ଡ୍ରଗ୍ସ ଓ ଡାଇମଣ୍ଡ ମଧ୍ୟ ଦେଶର ବିଭିନ୍ନ ସ୍ଥାନରେ ଜବତ ହୋଇଛି।ଜବତ ହୋଇଥିବା ୩୮୦୦ କୋଟି ଟଙ୍କାର ଉତ୍ସ ସମ୍ପର୍କରେ ତଦନ୍ତ କରୁଛି ଏସଆଇଟି।ଏଭଳି ଟଙ୍କା କାରବାର କୁ ରୋକିବା ପାଈଁ ଆଇନର ସଂଶୋଧନର ଆବଶ୍ୟକ ବୋଲି ମତ ରଖିଛନ୍ତି ଜଷ୍ଟିସ ପଶାୟତ।ନିରବ ମୋଦି ,ବିଜୟ ମାଲ୍ୟାଙ୍କ ଭଳି ଘଟଣା ପାଇଁ ସ୍ୱତନ୍ତ୍ର କୋର୍ଟ ର ସ୍ଥାପନ ହେବା ଆବଶ୍ୟକ ବୋଲି ଏସଆଇଟି ଉପାଧ୍ୟକ୍ଷ କହିଛନ୍ତି।ପୂର୍ବ ରିପୋର୍ଟରେ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ପାଇଁ ଏସଆଇଟି ପ୍ରସ୍ଥାବ ଦେଇଥିଲାବେଳେ ,ଆଗାମୀ ରିପୋର୍ଟରେ ମଧ୍ୟ ସେହି ପ୍ରସ୍ଥାବ ରଖାଯିବ।

ବାଇଟ - ଜଷ୍ଟିସ ଅରଜିତ ପଶାୟତ ଉପାଧକ୍ଷ ,ଏସଆଇଟି।

(ଭିଓ ୨) ଓଡ଼ିଶାରେ ବିଭିନ୍ନ ବିଭାଗ ଦ୍ଵାରା ଗତ ୬ ମାସରେ ରେଡ଼ ବା ଚଢ଼ାଉ ସଂଖ୍ୟା ବଢିଛି।ସିବିଆଇ ମାଇକ୍ରୋ ଫାଇନାନ୍ସ ଲିମିଟେଡ଼ କମ୍ପାନୀର ୯୦ ଲକ୍ଷ ଟଙ୍କା ଜବତ କରିଥିବାବେଳେ ତାହାର ଷ୍ଟାଟସ ରିପୋର୍ଟ ନେଇଛନ୍ତି ଏସଆଇଟି।ଏସଆଇଟି ଅଦ୍ୟାବଧି ସୁପ୍ରିମକୋର୍ଟଙ୍କ ନିକଟରେ ୬ ଟି ରିପୋର୍ଟ ଦାଖଲ ସାରିଥିବାବେଳେ ଆଗାମୀ ୨ ମାସ ମଧ୍ୟରେ ୭ମ ରିପୋର୍ଟ ପ୍ରଦାନ କରାଯିବ ବୋଲି ଉପାଧ୍ୟକ୍ଷ ସୂଚନା ଦେଇଛନ୍ତି।ଆଜିର ବୈଠକରେ ପୋଲିସ ଡିଜି ଡ଼ଃ ରାଜେନ୍ଦ୍ର ପ୍ରସାଦ ଶର୍ମା,ଭିଜିଲାନ୍ସ ନିର୍ଦେଶକ ଦେବାଶିଷ ପାଣିଗ୍ରାହୀ,କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ,ଖଣି ନିର୍ଦେଶକ ଦୀପକ ମହାନ୍ତି ଙ୍କ ସମେତ ଭାରତୀୟ ନିର୍ବାଚନଅଧିକାରୀ ,ସିବିଆଇ ,ପ୍ରବର୍ତ୍ତନ ନିର୍ଦେଶଳୟ, ଆୟକର ବିଭାଗ,କର୍ପୋରେଟ ଆଫାୟାର୍ସ,ସେଣ୍ଟ୍ରାଲ ବୋର୍ଡ ଅଫ ଡ଼ାଇରେକ୍ଟ ଟ୍ୟାକ୍ସ ଭଳି ବିଭିନ୍ନ ବିଭାଗର ୨୨ ଜଣ ଅଧିକାରୀ ଯୋଗ ଦେଇଥିଲେ।

ବାଇତ - ଜଷ୍ଟିସ ଅରଜିତ ପଶାୟତ,ଉପାଧକ୍ଷ ଏସଆଇଟି।

Conclusion:ପୂର୍ବରୁ କଟକରେ ୨୦୧୬,ଫେରବୁଆରୀ ୨୫,ଏପ୍ରିଲ ୨୭,ଜୁଲାଇ ୧୫,ସେପ୍ଟେମ୍ବର ୧୨,୨୦୧୭ ମସିହା ମାର୍ଚ୍ଚ ୨ ,ଅଗଷ୍ଟ ୧୪ ଓ ୨୦୧୮ ମସିହା ଜୁନ ୧୬ ତାରିଖରେ ଏସଆଇଟି ର ବୈଠକ ବସିଥିଲା।କଟକରୁ ନାରାୟଣ ସାହୁ ଇଟିଭି ଭାରତ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.