ETV Bharat / state

ରାଜ୍ୟରେ ବଢୁଛି ସଂକ୍ରମଣ, କୋଭିଡ଼ ମୁକାବିଲା ପାଇଁ ଏସିବି ପ୍ରସ୍ତୁତ: SCB କଲେଜ ଅଧିକ୍ଷକ

ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ । କୋଭିଡ ମୁକାବିଲା କରିବା ପାଇଁ କଟକ ବଡ଼ ମେଡ଼ିକାଲ ପ୍ରସ୍ତୁତ ବୋଲି କହିଛନ୍ତି ଏସସିବି ମେଡ଼ିକାଲ କଲେଜ ଅଧିକ୍ଷକ ସୁଧାଂଶୁ ଶେଖର ମିଶ୍ର । ଅଧିକ ପଢ଼ନ୍ତୁ

ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ
ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ
author img

By

Published : Apr 6, 2023, 8:39 PM IST

Updated : Apr 6, 2023, 9:02 PM IST

ରାଜ୍ୟରେ ବଢୁଛି ସଂକ୍ରମଣ, ପ୍ରସ୍ତୁତ ଏସିବି ମେଡ଼ିକାଲ

କଟକ: ରାଜ୍ୟରେ ବଢୁଛି କମୁଛି ସଂକ୍ରମଣ । କୋଭିଡ ସଂକ୍ରମଣ ଏବେ ଉପର ମୁହାଁ ଥିବା ବେଳେ ପୁଣି ସଂକ୍ରମଣକୁ ଚିନ୍ତାରେ ସାଧାରଣଜନତା । ଏଭଳି ସ୍ଥିତିରେ କୋଭିଡ ମୁକାବିଲା କରିବା ପାଇଁ କଟକ ବଡ଼ ମେଡ଼ିକାଲରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା କହିଛନ୍ତି ଏସସିବି ମେଡ଼ିକାଲ କଲେଜ ଅଧିକ୍ଷକ ସୁଧାଂଶୁ ଶେଖର ମିଶ୍ର । ସୁଧାଂଶୁ ଶେଖର ମିଶ୍ର କହିଛନ୍ତି, ମେଡ଼ିକାଲରେ କୋଭିଡ ରୋଗୀଙ୍କ ପାଇଁ ୧୫ଟି ସାଧାରଣ ବେଡ଼ ସହ ୫ଟି ICU ବେଡ୍‌ ପ୍ରସ୍ତୁତ ରହିଛି । ଆଗକୁ ଯଦି ରୋଗୀଙ୍କ ସଂଖ୍ୟା ବଢେ ତେବେ ବେଡ଼ ସଂଖ୍ୟା ବୃଦ୍ଧି କରାଯିବ । ସେପଟେ ରାଜ୍ୟରେ କୋଭିଡ ସଂକ୍ରମଣ ଯଦି ବା କମ୍‌ ରହିଛି ।

ଯେଉଁମାନେ ଏବେ କୋଭିଡ୍‌ରେ ଆକ୍ରାନ୍ତ ହୋଇଛନ୍ତି ସେମାନେ ଘରେ ରହି ସୁସ୍ଥ ହେଉଛନ୍ତି । SCBରେ ଜଣେ ମାତ୍ରେ କୋଭିଡ ରୋଗୀ ଏବେ ଚିକିତ୍ସିତ ହେଉଛନ୍ତି । ତାଙ୍କ ସ୍ୱାସ୍ଥ୍ଯାବସ୍ଥା ବର୍ତ୍ତମାନ ଭଲ ରହିଛି । ଯଦି ଆବଶ୍ୟକ ପଡେ ତେବେ ଆଗମୀ ଦିନରେ ଯେଉଁ ୨୦ରୁ ଉର୍ଦ୍ଧ୍ବ ଆଇସିୟୁ SCBରେ ଅଛି ତାହାକୁ ମଧ୍ୟ କୋଭିଡ ଚିକିତ୍ସା ପାଇଁ ଲଗାଯିବ ବୋଲି କହିଛନ୍ତି SCB ଅଧିକ୍ଷକ । ତେବେ କିଛି ମାସ ବ୍ୟବଧାନ ପରେ ସକ୍ରିୟ ହୋଇଛି କୋଭିଡ଼ 19 । ଯାହାକୁ ନେଇ ସତର୍କତା ଜାରି କରିଛି କେନ୍ଦ୍ର । ତେଣୁ ଲହରକୁ ରୋକିବା ପାଇଁ ସବୁ ରାଜ୍ୟକୁ ସଚେତନତା ପାଇଁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଗତକାଲିର କୋଭିଡ ପିଜିଟିଭ ରେଟ୍‌ 4 ହଜାର ରହିଥିଲା ବେଳେ ଆଜି 5 ହଜାର ଅତିକ୍ରମ କରିଛି । ଗୋଟିଏ ଦିନରେ ହଜାର ପିଜେଟିଭ ସଂଖ୍ୟା ଦୃଷ୍ଟି ଗୋଚର ହୋଇଛି ।

ତେଣୁ ଏହାକୁ ହାଲକା ଭାବରେ ନନେଇ ସଚେତନ ଅବଲମମ୍ବନ କରିବା ଆବଶ୍ୟକତା ରହିଛି। ତେବେ କୋଭିଡ଼ ର ଲହର ଯେପରି ପୂର୍ବରୁ ଆସିଥିଲା ତାହାକୁ ଦୃଷ୍ଟି ରେ ରଖି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରେ ମଧ୍ୟ ନିର୍ଦ୍ଦେଶ ନାମା ଜାରି ହୋଇଛି। ସଂକ୍ରମଣ ବୃଦ୍ଧି ପାଉଥିଲେ ସୁଦ୍ଧା ମୃତ୍ୟ ହାର ସାମନ୍ୟ ହ୍ରାସ ପାଉଛି। ତେଣୁ ବେଳଠୁ ସାବଧାନ ହେବା ପାଇଁ ମାସ୍କ , ସାମାଜିକ ଦୁରତା , ସାମନ୍ୟ ଥଣ୍ଡା ଜ୍ଵର ହେଲେ ମେଡିକାଲରେ ଚକିତ୍ସା , ଇତ୍ୟାଦି ଉପରେ ଗୁରୁତ୍ୱ ଆରୋପ କରାଯାଇଛି। ଦୀର୍ଘ 2 ବର୍ଷ ଯେଉଁରେ ଯେଉଁ ଲହର ସାମ୍ନା କରିଛି ଦେଶ ଓ ରାଜ୍ୟ ତାହାର ପୁନ ରାବୃତ ନେହବା ପାଇଁ ଏବେଠୁ ଲୋକେ ସଚେତନ ହେବ ଆବଶ୍ୟକ ବୋଲି କହିଛନ୍ତି ସୁଧାଂଶୁ ଶେଖର ମିଶ୍ର ।

ଇଟିଭି ଭାରତ, କଟକ

Last Updated : Apr 6, 2023, 9:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.