ETV Bharat / state

ସିଡିଏମଓଙ୍କ ନିଲମ୍ବନକୁ ବିରୋଧ, ପୁନର୍ବିଚାର ଦାବି କଲା ଏସସିବି ଜୁନିଅର ଡାକ୍ତର ସଂଘ

author img

By

Published : Oct 15, 2019, 11:02 PM IST

ବିନା କାରଣ ଦର୍ଶାଅ ନୋଟିସରେ ସୁନ୍ଦରଗଡ ସିଡିଏମଓଙ୍କ ନିଲମ୍ବନକୁ ବିରୋଧ କରିଛି କଟକ ଏସସିବି ଜୁନିଅର ଡାକ୍ତର ସଂଘ । ପ୍ରତିବାଦରେ ଏସସିବି ମେଡିକାଲ ପରିସରରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କରି ନିଷ୍ପତ୍ତିର ପୁନର୍ବିଚାର ପାଇଁ ସଂଘ ପକ୍ଷରୁ ଦାବି ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ସୁନ୍ଦରଗଡ ସିଡିଏମଓଙ୍କ ନିଲମ୍ବନକୁ ବିରୋଧ କଲା କଟକ ଏସସିବି ଜୁନିଅର ଡାକ୍ତର ସଂଘ । ବିନା କାରଣ ଦର୍ଶାଅ ନୋଟିସରେ ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ ନିଲମ୍ବନକୁ ସଂଘ କଡା ନିନ୍ଦା କରିବା ସହ ବିରୋଧ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସୂଚନାନୁସାରେ, 'ମୋ ସରକାର' କାର୍ଯ୍ୟକ୍ରମର ସମୀକ୍ଷା ସମୟରେ ଦାୟିତ୍ବରେ ଅବହେଳା ଦର୍ଶାଇ ରବିବାର ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପଙ୍କଜ ପଟେଲଙ୍କୁ ନିଲମ୍ବିତ କରାଯାଇଥିଲା । ଯାହାକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି । ଏହି କ୍ରମରେ ମଙ୍ଗଳବାର କଟକ ଏସସିବି ଜୁନିଅର ଡାକ୍ତର ସଂଘ ମଧ୍ୟ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଏକତରଫା ଦର୍ଶାଇଛି । ଏଥିସହିତ ଏସସିବି ମେଡିକାଲ ପରିସରରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କରି ନିଷ୍ପତ୍ତିର ପୁନର୍ବିଚାର ପାଇଁ ସଂଘ ପକ୍ଷରୁ ଦାବି ହୋଇଛି । ଯଦି ଆଗାମୀ ଦିନରେ ମାମଲାର ସମାଧାନ ନହୁଏ ତେବେ ସଂଘ ଦୃଢ ପଦକ୍ଷେପ ନେବ ବୋଲି ଚେତାବନୀ ଦେଇଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ସୁନ୍ଦରଗଡ ଜିଲା ସ୍ଵାସ୍ଥ୍ୟ ଅଧକାରୀଙ୍କ ନିଲମ୍ବନ କୁ ବିରୋଧ କଲା କଟକ ଏସସିବି ଜୁନିୟର ଡ଼କ୍ଟର ସଂଘ । ବିନା ନୋଟିସ ଓ ବିନା କାରଣ ଦର୍ଶାଅ ରେ କେଉଁ ଭଳି ଭାବେ ସିଡିଏମୋ ପଙ୍କଜ ପଟେଲଙ୍କୁ ରାଜ୍ୟ ସରକାର ଏକତରଫା ଭାବେ ନିଲମ୍ବିତ କଲେ । ତାହାର ଉତ୍ତର ଦେବ କିଏ ।

ରାଜ୍ୟ ସରକାର ଙ୍କ 5ଟି ଯୋଜନା ଫଳପ୍ରଦ ହୋଇଥାଇ ପାରେ କିନ୍ତୁ ବିନା ନୋଟିସ କିମ୍ବା ଆଲୋଚନାରେ ଏକ ଉଚ୍ଚ ପଦସ୍ତ ଅଧିକାରୀ ଙ୍କୁ ନିଲମ୍ବିତ କରିବା କେତେଦୂର ଯୁକ୍ତିଯୁକ୍ତ । ତେବେ ଏହାର ସମାଧନ ଶୀଘ୍ର କରାଯାଉ ବୋଲି ଦାବି କରିଛି ସଂଘ ।

ଆଜି ଏସସିବି ମେଡିକାଲ ରେ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ରେ ଏପରି ନିଷ୍ପତି ନେଇଛି ସଂଘ । ତେବେ ଯଦି ଏହାର ସମାଧନ ଶୀଘ୍ର ନୁହୁଏ ଆଗକୁ ଆହୁରି ସଂଘ ଦୃଢ଼ ପଦକ୍ଷେପ ନେବ ବୋଲି ଚେତାବନୀ ଦେଇଛି ସଂଘ ।

Body:ବାଇଟ: ସମ୍ରାଟ କର ( ଆଇଏମଏ ସଦସ୍ୟ)

ବାଇଟ: ଆଶିଷ କୁମାର ମିଶ୍ର( ଜୁନିୟର ଡ଼କ୍ଟର ସଂଘ ସଭାପତି ଏସିବି ମେଡିକାଲ)

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.