ETV Bharat / state

ଏସିବି କାଜୁଆଲଟି ଲିଫ୍ଟ ଅଚଳ, ଧାରଣା ଆରମ୍ଭ

author img

By ETV Bharat Odisha Team

Published : Jan 3, 2024, 10:46 PM IST

SCB hospital Lift Not Functioning: ପଦାରେ ପଡ଼ିଲା ସରକାରଙ୍କ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସେବା । କରଟକ ଏସିବି ମେଡ଼ିକାଲରେ ବାରମ୍ବାର ଲିଫ୍ଟରେ ଯାନ୍ତ୍ରୀକ ତୃଟି ରୋଗୀ ହନ୍ତସନ୍ତ । ଆସନ୍ତାକାଲି ମଧ୍ୟରେ ସମସ୍ୟାର ସମାଧା ପାଇଁ ପ୍ରତିଶୃତି ଦେଲେ ହସ୍ପିଟାଲ କର୍ତ୍ତୃପକ୍ଷ । ଅଧିକ ପଢନ୍ତୁ

ଏସିବି କାଜୁଆଲଟି ଲିଫ୍ଟ ଅଚଳ , ଧାରଣାରେ ବସିଲା ସୁବାସ ସଂଗଠନ

କଟକ: ପୁଣି ଅଚଳ ହେଲା କଟକ ଏସସିବି ମେଡ଼ିକାଲ କଲେଜର ଲିଫ୍ଟ । ଟ୍ରମା କଜୁଆଲ୍ଟିର ରୋଗୀ ବାହକ ଲିଫ୍ଟ ଦୀର୍ଘ ଜଦିନ ହେବ ଖରାପ ହୋଇରହିଥିବା ଦେଥିବାକୁ ମିଳିଛି । ଫଳରେ ହନ୍ତସନ୍ତ ହେଉଛନ୍ତି ରୋଗୀ । ଯାହାକୁ ନେଇ ଆଜି ଆନ୍ଧୋଳନକୁ ଏହ୍ଲାଇଛି କଟକର ସୁବାସ ସଂଗଠନ ।ସଂଗଠନର ସଦସ୍ୟମାନେ ଟ୍ରମା କେୟାର ସମ୍ମୁଖରେ ଧାରଣାରେ ବସିଛନ୍ତି । ଏହାରି ଭିତରେ ଏସସିବି କୂଳ ସଚିବ କହିଛନ୍ତି ଦୀର୍ଘ ବର୍ଷ ଧରି କାର୍ଯ୍ୟରତ ଥିବା ଲିଫ୍ଟର ଯାନ୍ତ୍ରିକ ତ୍ରୁଟି ରହିଛି ଏବଂ ଏହାକୁ ଆସନ୍ତା କାଲି ସୁଦ୍ଧା କାର୍ଯ୍ୟକ୍ଷମ କରାଯିବ ।

ତେବେ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜର ଟ୍ରମା କେୟାର ବା ଦୁର୍ଘଟଣା ଜନିତ ଆସୁ ଚିକିତ୍ସା କେନ୍ଦ୍ରର ରୋଗୀ ବାହକ ଲିଫ୍ଟ କିଛି ଦିନ ହେବ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବନ୍ଦ ରହିଛି । ଯାହା ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ରୋଗୀ ଓ ରୋଗୀଙ୍କ ସଂପର୍କୀୟ । ପାଞ୍ଚ ମହଲା ବିଶିଷ୍ଟ ଏହି ଟ୍ରମା କେୟାରର ତଳ ମହଲା ସହ ଅନ୍ୟ ଉପର ମହଲା ଗୁଡ଼ିକରେ ଅନ୍ୟାନ୍ୟ ଜରୁରୀ କାଳୀନ ସେବା ରହିଛି । ଯେମିତିକି ସେଣ୍ଟ୍ରାଲ ଆଇ.ସି.ୟୁ ଭଳି ଅତି ଆବଶକିୟ ସେବା ରହିଛି ।

ହେଲେ କିଛି ଦିନ ହେବ ଲିଫ୍ଟ ବନ୍ଦ ହେବା କାରଣରୁ ରୋଗୀମାନଙ୍କୁ ଷ୍ଟେଚର ଯୋଗେ ନେବା ସମ୍ଭବ ହେଉନାହିଁ । ଯେହେତୁ ଅତି ଗୁରୁତର ରୋଗୀ ରହୁଛନ୍ତି ତେଣୁ କେବଳ ଡାକ୍ତରମାନଙ୍କର ପାଇଁ ଉଦ୍ଧିଷ୍ଟ ଥିବା ଛୋଟ ଲିଫ୍ଟ ହିଁ ଅଳ୍ପ ସାହା ଭରଷା । ଏହି ଅସୁବିଧାକୁ ବିରୋଧ କରି କଟକର ଯୁବ ସାମାଜିକ ସଂଗଠନ ସୁବାସ ସଂଗଠନ ସଦସ୍ୟ ମାନେ ଟ୍ରମା କେୟାର ସମ୍ମୁଖରେ ଧାରଣାରେ ବସିଥିଲେ । ଏସସିବି କର୍ତ୍ତୃପକ୍ଷଙ୍କ ବେପରୁଆ ମନୋଭାବକୁ ଦାୟୀ କରିଛନ୍ତି ସଂଗଠନ ।

ଏହା ମଧ୍ୟ ପଢନ୍ତୁ .....ଏସସିବିରେ ଲିଫ୍ଟ ଅଚଳ, ହନ୍ତସନ୍ତ ରୋଗୀ

ତେବେ ଲିଫ୍ଟ ବନ୍ଦ ହେବା ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି ଏସସିବିର କୂଳ ସଚିବ ଡକ୍ଟର ଅଭିନାସ ରାଉତ୍ । ସେ କହିଛନ୍ତି ଯେ ଇଲେକ୍ଟ୍ରି ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି । ଦୀର୍ଘ ୧୧ ବର୍ଷ ଧରି କାର୍ଯ୍ୟ କରୁଥିବା ଲିଫ୍ଟରେ ଯାନ୍ତ୍ରିକ ତ୍ରୁଟି ହୋଇଛି । ତାମିଲନାଡୁରୁ ଏକ ଯନ୍ତ୍ରାଂଶ ଆସୁଛି କାଲିକୁ ପୁରା ଠିକ୍ ହୋଇଯିବ । ଅନ୍ୟପଟେ ସରକାର ରାଜ୍ୟର ସ୍ୱାସ୍ଥ୍ୟ ସେବା ବିଶ୍ୱସ୍ତରୀୟ କହି ଡିଣ୍ଡିମ ପିଟୁଥିବା ବେଳେ ,ଏସିବି ମେଡ଼ିକାଲ କଲେଜରେ ବାରମ୍ବାର ଲିପ୍ଟରେ ଯାନ୍ତ୍ରୀକ ତୃଟି ଦେଖାଯିବା ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.