ନିଆଳି: ସରକାରୀ ଡାକ୍ତର ଖାନାରେ ରୋଗୀ ସେବାର ବିକଳ ଚିତ୍ର । ଡାକ୍ତରଖାନା ପରିସରରେ ଜଣେ ରୋଗୀଙ୍କୁ ଅଟୋ ଭିତରେ ମୋବାଇଲ ଲାଇଟରେ ଇଞ୍ଜେକସନ୍ ଓ ସାଲାଇନ ଦେଇ ଚିକିତ୍ସା କରାଯାଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ଯାହାକି ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ଅପରଗତାକୁ ପଦାରେ ପକାଇଛି ।
ତେବେ ଏହା କୌଣଣି ଉପାନ୍ତ ଅଞ୍ଚଳର କଥା ନୁହଁ, କଟକ ଜିଲ୍ଲା ନିଆଳି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ(Niali Health Center) ଦେଖିବାକୁ ମିଳିଛି ଏହି ଦୃଶ୍ୟ । ନିଆଳି ପୂର୍ବ ଖଣ୍ଡ ବସ୍ତିର ଶେଖ -ସାଜିଦ ତାଙ୍କ ବାପାଙ୍କୁ ଚିକିତ୍ସା ନିମନ୍ତେ ସୋମବାର ଦିନ ରାତିରେ ନିଆଳି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ । କେନ୍ଦ୍ରରେ ମାତ୍ର ଦୁଇଟି ବେଡ୍ ଥିବାରୁ ଏବଂ ସେଥିରେ ରୋଗୀ ଥିବା ଦର୍ଶାଇ ତାଙ୍କୁ ଆସିଥିବା ଅଟୋ ଭିତରେ ମୋବାଇଲ ଲାଇଟରେ ଇଞ୍ଜେକସନ ଓ ସାଲାଇନ ଲଗାଇ ଚିକିତ୍ସା କରିଥିଲେ ଦାୟିତ୍ୱରେ ଥିବା ଡାକ୍ତର ଓ ନର୍ସ । ସେହି ସମୟରେ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣାକୁ ନେଇ ରୋଗୀ ଅଭାବକ ଅସନ୍ତୋଷ ପ୍ରକାଶ କରିଥବା ବେଳେ ଡାକ୍ତରଖାନା କର୍ତ୍ତୃପକ୍ଷ ଘଟଣାରେ ଦୁଃଖ ପ୍ରକାଶ ସହ ଭୁଲ ସ୍ବୀକାର କରିଛନ୍ତି । ଆଗକୁ ଏପରି ନ କରିବାକୁ ଡାକ୍ତର ଓ ନର୍ସମାନଙ୍କୁ ତାଗିଦ୍ ମଧ୍ୟ କରିଛନ୍ତି । ଡାକ୍ତରଖାନାର ନୂତନ ଗୃହ ନିର୍ମାଣ ପାଇଁ ରୋଗି ସେବା ବାଧାପ୍ରାପ୍ତ ହେଉଥିବା କହିଛନ୍ତି ଅଧିକାରୀ ।
ଏହା ମଧ୍ୟ ପଢନ୍ତୁ: ଆସନ୍ତାକାଲି କେଦାରନାଥ ଯିବେ ପ୍ରଧାନମନ୍ତ୍ରୀ, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି
ଗତ କିଛି ଦିନ ହେବ କୋଟି କୋଟି ଟଙ୍କା ବିନିମୟରେ ନୂତନ ଗୃହ ନିର୍ମାଣ ଚାଲିଛି। ତେବେ କେବେ ନିର୍ମାଣ ସରିବ ଏବେ ନିଆଳିବାସୀ ଆଶା ଓ ଆଶାଙ୍କାରେ । ଫଳରେ ରୋଗୀ ସେବା ବାଧାପ୍ରା ହେବା ସହ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ବିକଳ୍ପ ବ୍ୟବସ୍ଥା ହୋଇନଥିବା କାରଣରୁ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି । ସେପଟେ ରୋଗିଙ୍କ ପାଇଁ ଆସିଥିବା ଖଟିଆ ଖତ ଖାଉଥିବା ନେଇ ଅଭିଯୋଗ ହୋଇଛି ।
ଏହି ଘଟଣାକୁ ନେଇ ଡାକ୍ତର କହିଛନ୍ତି, "ମୁଁ ଏହି ଭିଡିଓ ଦେଖିଛି । ଆମ ହସ୍ପିଟାଲରେ ମାତ୍ର ଦୁଇଟି ବେଡ ରହିଛି । ଆଉ ସେହିଦିନ ଜରୁରୀକାଳୀନ ଚିକିତ୍ସା କାରଣରୁ ତାଙ୍କୁ ବେଡ ଦିଆଯାଇ ପାରିନଖଥିଲା । ତେଣୁ ଆମେ ଏକ ଇଞ୍ଜେକସନ ଦେଇ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରୁଥିଲୁ । ସେହି ସମୟରେ ଭିଡିଓ କରାଯାଇ ଭାଇରାଲ କରାଯାଇଛି ।ଅଟୋରେ ଇଞ୍ଜେକସନ ଦେବା ଆମର ଭୁଲ ଅଟେ । ଆଗକୁ ଏଭୁଲ ଆଉ ହେବନାହିଁ ।"
ଇଟିଭି ଭାରତ, ନିଆଳି