ETV Bharat / state

ମାଣ୍ତିଆ ଚାଷ କଲେ ଅର୍କତୀର୍ଥ ଆଶ୍ରମର ବାବା ବିଶ୍ବମ୍ବର ଦାସ, ସରକାରୀ ସହାୟତା ମିଳିଲେ ଅଧିକ ଚାଷ କରିବାକୁ ଇଛା - ବାବା ବିଶ୍ବମ୍ବର ଦାସଙ୍କ ମାଣ୍ତିଆ ଚାଷ

କଟକ ଜିଲ୍ଲା ନିଆଳି ବ୍ଳକର ନୂଆଗାଁ ପଞ୍ଚାୟତ ଅଧିନରେ ଥିବା ଅର୍କତୀର୍ଥ ଆଶ୍ରମର ବାବା ବିଶ୍ବମ୍ବର ଦାସ ମାଣ୍ଡିଆ ଚାଷ କରିଛନ୍ତି । ତେବେ ସରକାରୀ ସହାୟତା ପାଇଲେ ଅଧିକ ମାଣ୍ଡିଆ ଚାଷ କରିବେ ବୋଲି ସେ କହିଛନ୍ତି । ଅଧିକ ପଢ଼ନ୍ତୁ

ମାଣ୍ତିଆ ଚାଷ କଲେ ଅର୍କତୀର୍ଥ ଆଶ୍ରମର ବାବା ବିଶ୍ବମ୍ବର ଦାସ

author img

By

Published : May 5, 2023, 8:41 PM IST

ମାଣ୍ତିଆ ଚାଷ କଲେ ଅର୍କତୀର୍ଥ ଆଶ୍ରମର ବାବା ବିଶ୍ବମ୍ବର ଦାସ

ନିଆଳି: ମାଣ୍ତିଆ ଚାଷ କଲେ ଅର୍କତୀର୍ଥ ଆଶ୍ରମର ବାବା ବିଶ୍ବମ୍ବର ଦାସ । ରାଜ୍ୟ ସରକାରଙ୍କ ମାଣ୍ତିଆ ଚାଷ ଉପରେ ଗୁରୁତ୍ବାରୋପ ପରେ ଆଶ୍ରମର ବାବା ପରୀକ୍ଷା ମୂଳକ ଭାବରେ ଆରମ୍ଭ କରିଛନ୍ତି ମାଣ୍ତିଆ ଚାଷ । ସରକାରଙ୍କ ପ୍ରୋତ୍ସାହନ ମିଳିଲେ ଅଧିକ ମାଣ୍ତିଆ ଚାଷ କରିବେ ବୋଲି କହିଛନ୍ତି ଆଶ୍ରମର ବାବା ବିଶ୍ବମ୍ବର ଦାସ ।

କଟକ ଜିଲ୍ଲା ନିଆଳି ବ୍ଳକର ନୂଆଗାଁ ପଞ୍ଚାୟତ ଅଧିନରେ ରହିଛି ଅର୍କତୀର୍ଥ ଆଶ୍ରମ । ଆଶ୍ରମର ଦାୟିତ୍ବରେ ଥିବା ବାବା ବିଶ୍ବମ୍ବର ଦାସ ପ୍ରଥମେ ରେଡ଼ିଓ ମାଧ୍ୟମରେ ରାଜ୍ୟ ସରକାରଙ୍କ ମାଣ୍ତିଆ ସମ୍ବନ୍ଧୀୟ ଚାଷ ସମ୍ପର୍କରେ ସୂଚନା ପାଇଥିଲେ । ଏହାପରେ ବିଶ୍ବମ୍ବର ବାବା ମାଣ୍ତିଆ ଚାଷ କରିବା ପାଇଁ ମନ ବଳାଇଥିଲେ ।‌ ଆଶ୍ରମର ଥିବା ୫ ଏକର ଜମିରୁ ପରୀକ୍ଷା ମୂଳକ ଭାବରେ ଏକ ଏକର ଜମିରେ ଆରମ୍ଭ କରିଥିଲେ ମାଣ୍ତିଆ ଚାଷ । ଗତ ୩ ମାସ ତଳେ ଖୋଲା ବଜାରରୁ ମାଣ୍ତିଆ ବିହନ ସଂଗ୍ରହ କରି ଆରମ୍ଭ କରିଥିଲେ ମାଣ୍ତିଆ ଚାଷ । ୩ ମାସ ପରେ ବିଲରେ ହସୁଛି ମାଣ୍ତିଆ ଫସଲ ।‌ ଏବେ ବିଶ୍ବମ୍ବର ବାବା ମଜୁରିଆ ଲଗାଇ ମାଣ୍ତିଆ କାଟୁଛନ୍ତି । ଆଶା ରଖିଛନ୍ତି ଦୁଇ ପଇସା ଲାଭ ହେଲେ ଆଗକୁ ମାଣ୍ତିଆ ଚାଷ ଅଧିକ କରିବେ ।

ଏହା ମଧ୍ୟ ପଢ଼ନ୍ତୁ... ଦୁଗ୍ଧଜାତ ଦ୍ରବ୍ୟ ନେଇ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ନିଆଳି, ଏଠି ରୋଜଗାରର ବାଟ ବତାଉଛି ଛେନା ଓ ପନିର

ତେବେ ଏବେ ଯେଉଁ ମାଣ୍ତିଆ ଅମଳ ହେଉଛି ତାକୁ କେଉଁଠି ବିକ୍ରି କରିବେ, ସେନେଇ ଚିନ୍ତାରେ ବାବା । ଯଦି ସରକାରୀ ସଂସ୍ଥା ନନେଲେ, ତେବେ ମାଣ୍ଡିଆ ଚୂନା କରି ଖୋଲା ବଜାରରେ ବିକ୍ରି କରିବେ ବୋଲି ବିଶ୍ବମ୍ବର ବାବା କହିଛନ୍ତି । ବିଶ୍ବମ୍ବର ଦାସ ରାଜ୍ୟ ସରକାର ମାଣ୍ତିଆ ଚାଷ ପାଇଁ ପ୍ରୋତ୍ସାହନ ବ୍ୟବସ୍ଥା କରିବା ସହ ଆବଶ୍ୟକୀୟ ଯନ୍ତ୍ରାଂଶ ଯୋଗାଇବା ଏବଂ ମାଣ୍ତିଆ କିଣିବା ପାଇଁ ବ୍ୟବସ୍ଥା ଗ୍ରହଣ କଲେ ସେ ଅଧିକ ମାଣ୍ତିଆ ଚାଷ କରିବେ ବୋଲି କହିଛନ୍ତି । ସେପଟେ ମାଣ୍ତିଆ ଚାଷ ଓ ଅମଳରେ ନିୟୋଜିତ ଦିନ ମଜୁରିଆଙ୍କ କହିଛନ୍ତି, "ମୂଲ ତ ମିଳୁଛି, କିନ୍ତୁ ବୁଡି ଯାଇଥିବା ମାଣ୍ତିଆ ଚାଷ ପୁଣି ଥରେ ଆରମ୍ଭ ହୋଆଥିବାରୁ ବେଶ ଖୁସି ଲାଗୁଛି ।" ସରକାର ସାହାଯ୍ୟ କଲେ ଅଧିକ ଚାଷ ହୁଅନ୍ତା ବୋଲି କହିଛନ୍ତି ମହିଳା ଶ୍ରମିକ ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.