ETV Bharat / state

ଆଧୁନିକତା ମାଡ଼ରେ ଘାଇଲା ରିକ୍ସାବାଲା; କଟକ ଦୁର୍ଗାପୂଜାରେ ଆଉ ଶୁଭୁନି ରିକ୍ସାବାଲା...ରିକ୍ସାବାଲା

90 ଦଶକରେ ବେଶ ଗୁରୁତ୍ବ ଥିଲା ରିକ୍ସାର । ଯୁଆଡେ ଗଲେ ରିକ୍ସାର ଆବଶ୍ୟକତା ପଡୁଥିଲା । ହେଲେ ବର୍ତ୍ତମାନର ହାଇସ୍ପିଡ ଯୁଗରେ ଉଭେଇ ଗଲାଣି ରିକ୍ସା । ଏମିତିକି କଟକ ଦୁର୍ଗାପୂଜାରେ ବି ଆଉ ଶୁଭୁନି ସେ ରିକ୍ସା... ରିକ୍ସା... ଡାକ । ଦେଖନ୍ତୁ ସ୍ପେଶାଲ ରିପୋର୍ଟ

ଆଧୁନିକତା ମାଡ଼ରେ ରିକ୍ସାବାଲା, କଟକ ଦୁର୍ଗାପୂଜାରେ ଆଉ ଶୁଭୁନି ରିକ୍ସାବାଲା.. ରିକ୍ସାବାଲା

author img

By ETV Bharat Odisha Team

Published : Oct 24, 2023, 3:39 PM IST

କଟକ ଦୁର୍ଗାପୂଜାରେ ଆଉ ଶୁଭୁନି ରିକ୍ସାବାଲା

କଟକ: ଶାରଦୀୟ ଦୁର୍ଗାପୂଜାକୁ ନେଇ ସିଲଭର ସିଟି କଟକର ରହିଛି ଏକ ସ୍ବତନ୍ତ୍ର ପରିଚୟ । କଟକରେ 150ରୁ ଉର୍ଦ୍ଧ୍ବ ମେଢ ହେଉଥିବା ବେଳେ ପ୍ରତିଦିନ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମଣ୍ଡପ ବୁଲି ମା’ଙ୍କ ଦର୍ଶନ କରିଥାନ୍ତି । ତେବେ ପୂର୍ବରୁ ଏହି ମେଢ ବୁଲା ସହ ରିକ୍ସାର ଥିଲା ଏକ ନିଆରା ସମ୍ପର୍କ । ରିକ୍ସାରେ ଦଶହରା ମେଢ ବୁଲାର ଅନୂଭୁତି ଥିଲା ବେଶ ସ୍ବତନ୍ତ୍ର । ହେଲେ ବର୍ତ୍ତମାନ ସମୟରେ ସେହି ଭିଡ ମଧ୍ୟରେ ନିଜ ପରିଚୟ ଓ ସ୍ବତନ୍ତ୍ରତା ହରାଇ ସାରିଛି ରିକ୍ସା । ପରିବର୍ତ୍ତିତ ଯୁଗ ସହ ଲୋକେ ଏବେ ରିକ୍ସା ବୁଲାକୁ ପସନ୍ଦ କରୁନାହାନ୍ତି ।

ଦଶହରା ଆସିଲେ ଚଳଚଞ୍ଚଳ ହୋଇପଡେ କଟକ ସହର । ମା’ ଦୁର୍ଗାଙ୍କ ଦର୍ଶନ ନିମନ୍ତେ ରାଜ୍ୟର କୋଣ ଅନୁକୋଣରୁ ଆସିଥାନ୍ତି ହଜାର ହଜାର ଭକ୍ତ । ଠିକ ଏହି ସମୟକୁ ଚାହିଁ ରହିଥାଏ କଟକର ରିକ୍ସା ଵାଲା । ବର୍ଷ ତମାମ ନାହିଁ ନାହିଁରେ ଚାଲିଥିବା ବ୍ୟବସାୟ ଦଶହରା ସମୟରେ ଲାଭ ଦେବ ବୋଲି ଆଶା ରଖିଥାଏ ରିକ୍ସା ବ୍ୟବସାୟୀ। ଏଥିପାଇଁ କଟକର ସବୁ ବଡ଼ ବଡ଼ ଛକ ନିକଟରେ ଭଡା ପାଇଁ ଜଗି ରହିଥାଏ ଚାଳକ । ହେଲେ କିଛି ବର୍ଷ ହେବ ରିକ୍ସା ବ୍ୟବସାୟୀର ସେ ଆଶା ବି ଆଶାରେ ରହିଯାଉଛି ।

ଏହାମଧ୍ୟ ପଢନ୍ତୁ..କଟକରେ ପ୍ରଥମେ କେଉଁଠି ମା'ଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା କରାଯାଇଥିଲା ?

ରିକ୍ସା ଚାଳକଙ୍କ କହିବାନୁଯାୟୀ, ବର୍ତ୍ତମାନ ଲୋକେ ରିକ୍ସାରେ ଯିବାକୁ ଆଉ ପସନ୍ଦ କରୁନାହାନ୍ତି । କିଛି ବର୍ଷ ହେଲା ଆଉ ରିକ୍ସା ବେପାର ହେଉନି । 10 ବର୍ଷ ପୂର୍ବରୁ ରିକ୍ସାର ଚାହିଦା ଯାହା ଥିଲା ତାହା ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପ ଲୋପ ପାଇଛି । କାଁ ଭାଁ ଲୋକ ରିକ୍ସା ଉପରେ ଭରସା କରୁଛନ୍ତି । ତେଣୁ ବ୍ୟବସାୟ ଠପ ହୋଇଯାଇଛି ।

ସେହିଭଳି ଯାତ୍ରୀଙ୍କ କହିବାନୁଯାୟୀ, ରିକ୍ସାରେ ବୁଲିଲେ ଖରା ,ଧୂଳି, ବାଜିବାରେ ସମ୍ଭାନବନା ରହୁଛି । ରିକ୍ସାରେ ଗଲେ ବିଳମ୍ବ ହେଉଛି । ତେଣୁ ରିକ୍ସାକୁ ଆଉ ପସନ୍ଦ ଆସୁନାହିଁ।

ଏହାମଧ୍ୟ ପଢନ୍ତୁ..ଖାନନଗର ପୂଜା ମଣ୍ଡପରେ ଚାନ୍ଦି ମେଢ଼ରେ ଶୋଭା ପାଉଛନ୍ତି ମା', ଆଶୀର୍ବାଦ ପାଇଁ ଲାଗିଛି ଭକ୍ତଙ୍କ ଭିଡ଼

ପୂର୍ବରୁ ଦୁର୍ଗାପୂଜାରେ ରିକ୍ସାକୁ ଗୁରୁତ୍ୱ ଦେଉଥିଲେ ଯାତ୍ରୀ । 90 ଦଶକରେ ରିକ୍ସାର ବେଶ ଗୁରୁତ୍ବ ଥିଲା । ଯେଉଁଠିକି ଗଲେ ରିକ୍ସାର ଆବଶ୍ୟକତା ପଡୁଥିଲା । କିନ୍ତୁ ସମୟ ବଦଳିବା ସହ ଲୋକଙ୍କ ପସନ୍ଦ ରେ ମଧ୍ୟ ପରିବର୍ତ୍ତନ ଆସିଯାଇଛି। ଯାହାକୁ ନେଇ ରିକ୍ସା ବେପାର ପୁରା ଠପ ହୋଇଯାଇଛି କହିଲେ ଚଳେ। ସକାଳୁ ସଞ୍ଜ ଯାଏ ଯାତ୍ରୀକୁ ଡାକି ଡାକି ହେଲାଣି ରିକ୍ସା ଚାଳକ। ହେଲେ ଭଡାରେ ନାହିଁ ଆତ୍ମସନ୍ତୋଷ । ସମୟ ଓ ଭାଗ୍ୟ କୁ ନେଇ ଏବେ ସେଇ ବେପାର ଉଦ୍ଦେଶ୍ୟରେ କଟକ ରାସ୍ତାରେ ଛିଡା ହେବା ଟା ହିଁ ସାର ପାଲଟିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.