ETV Bharat / state

ଟ୍ୱିନ ସିଟିରେ ଚାଲିଛି ବିଦ୍ୟୁତ ଯୋଗାଣ କାର୍ଯ୍ୟ, ସହଯୋଗ କଲେ ITI ଛାତ୍ର

କଟକ ଓ ଭୁବନେଶ୍ବରରେ ଚାଲିଛି ଯୁଦ୍ଧକାଳୀନ ଭିତିରେ ବିଦ୍ୟୁତ ସଂଯୋଗୀକରଣ । ଶୁକ୍ରବାର ରାତି ସୁଦ୍ଧା 80 ପ୍ରତିଶତ ସ୍ଥାନରେ ବିଦ୍ୟୁତ ଯୋଗାଣ ନେଇ ରହିଛି ଲକ୍ଷ୍ୟ ।

author img

By

Published : May 10, 2019, 10:52 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଟ୍ୱିନ ସିଟିରେ କେତେ ହୋଇଛି ପୁନରୁଦ୍ଧାର କାର୍ଯ୍ୟ ସେ ନେଇ ସମୀକ୍ଷା କରିଛନ୍ତି ସୂଚନା ଓ ଲେକ ସମ୍ପର୍କ ସଚିବ ସଞ୍ଜୟ ସିଂ । କଟକ ଓ ଭୁବନେଶ୍ବରରେ କେଉଁ କେଉଁ ସ୍ଥାନରେ କେତେ ବିଦ୍ୟୁତ ଯୋଗାଯୋଗ ହୋଇଛି ସେ ନେଇ ମଧ୍ୟ ସୂଚନା ଦେଇଛନ୍ତି ସଚିବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

କଟକ ସିଡିଡି1- ଅଞ୍ଚଳରେ 51ଟି 11କେଭି ଫିଡର ରହିଛି । ସେଥିରୁ 42ଟି କାର୍ଯ୍ୟକ୍ଷମ ହୋଇଛି । ବାକି ଗୁଡିକ ଶୁକ୍ରବାର ରାତି ସୁଦ୍ଧା କାର୍ଯ୍ୟକ୍ଷମ ହେବା ନେଇ ସୂଚନା । ମୋଟ 72 ହଜାର ଉପଭୋକ୍ତାଙ୍କ ମଧ୍ୟରୁ 65 ହଜାରଙ୍କୁ ବିଜୁଳି ସଂଯୋଗ ମିଳି ସାରିଛି ।

ସିଡିଡି-2 ଅଞ୍ଚଳରେ 44ଟି ଫିଡର ମଧ୍ୟରୁ 23 କାର୍ଯ୍ୟକାରୀ ହୋଇଛି । ସେଠାରେ 73 ହଜାରରୁ 43 ହଜାର ଉପଭୋକ୍ତାଙ୍କ ପାଖରେ ବିଜୁଳି ସଂଯୋଗ ହୋଇଛି । ବାକି ଥିବା ସ୍ଥାନରେ 2 ଦିନ ମଧ୍ୟରେ ବିଦ୍ୟୁତ ସଂଯୋଗ ଦିଆଯିବ ବୋଲି କହିଛନ୍ତି ଲୋକ ସମ୍ପର୍କ ସଚିବ । ସିଇଡିରେ କ୍ଷୟକ୍ଷତି ଅଧିକ ରହିଛି । 38ଟି 11କେଭି ଫିଡର ମଧ୍ୟରୁ 14 କାର୍ଯ୍ୟକାରୀ ହୋଇଛି । 90 ହଜାର ଉପଭୋକ୍ତାଙ୍କ ମଧ୍ୟରୁ 20 ହଜାର ବିଜୁଳି ସଂଯୋଗ ପାଇଛନ୍ତି । 15ତାରିଖ ସୁଦ୍ଧା 100 ପ୍ରତିଶତ ବିଜୁଳି ସୁବିଧା ପହଞ୍ଚିବା ନେଇ ସୂଚନା ।

ସେପଟେ ଭୁବନେଶ୍ୱର ବିସିଡିଡି-1ରେ 44ଟି ଫିଡର ମଧ୍ୟରୁ ସବୁ ଗୁଡିକ କାର୍ଯ୍ୟକ୍ଷମ ହୋଇଛି । ଶୁକ୍ରବାର ରାତି ସୁଦ୍ଧା 55 ହଜାରରୁ 52 ହଜାର ଉପଭୋକ୍ତାଙ୍କ ପାଖରେ ବିଜୁଳି ସୁବିଧା ପହଞ୍ଚିବ । ବିସିଡିଡି-2 ଅଞ୍ଚଳରେ 66ଟି ଫିଡର ମଧ୍ୟରୁ 45ଟି ଫିଡର ପ୍ରସ୍ତୁତ ହୋଇଥିବା ବେଳେ 21ଟି ବାକି ରହିଛି । 97 ହଜାର ଉପଭୋକ୍ତାଙ୍କ ମଧ୍ୟରୁ 65 ହଜାର ଉପଭୋକ୍ତାଙ୍କ ପାଖରେ ସଂଯୋଗ ପହଞ୍ଚିଛି । ଶୁକ୍ରବାର ଆଉ 20 ହଜାର ସଂଯୋଗ ଦିଆଯିବା ନେଇ ସୂଚନା ରହିଛି ।

ବିଇଡିରେ 21ଟି ଫିଡର କାର୍ଯ୍ୟକ୍ଷମ ହୋଇଛି । ଶୁକ୍ରବାର ଆଉ 5ଟି ପ୍ରସ୍ତୁତ ହୋଇଯିବ । 87 ହଜାର ଉପଭୋକ୍ତାଙ୍କ ମଧ୍ୟରୁ 34 ହଜାରଙ୍କୁ ମିଳି ସାରିଛି ବିଜୁଳି ସଂଯୋଗ । ଶୁକ୍ରାବାର ରାତି ସୁଦ୍ଧା ଆଉ 20 ହଜାର ଉପଭୋକ୍ତାଙ୍କୁ ମିଳିବ ବିଜୁଳି ସଂଯୋଗ ।

ଶୁକ୍ରବାର ରାତି ସୁଦ୍ଧା ସହରାଞ୍ଚଳରେ 80 ପ୍ରତିଶତ ବିଦ୍ୟୁତ ସଂଯୋଗ ଦିଆଯିବା ନେଇ ରହିଛି ଲକ୍ଷ୍ୟ । ଗ୍ରାମାଞ୍ଚଳରେ କିଛି ଉପଭୋକ୍ତା ଥିବାରୁ 12 ତାରିଖ ସୁଦ୍ଧା ସେଠାରେ ବିଦ୍ୟୁତ ସଂଯୋଗ ଦିଆଯିବା ପାଇଁ ଚେଷ୍ଟା କରାଯିବ ବୋଲି କହିଛନ୍ତି ସଚିବ ।

ବିଦ୍ୟୁତ ସଂଯୋଗୀକରଣ କାର୍ଯ୍ୟରେ 250 ଆଇଟିଆଇ ଛାତ୍ରଛାତ୍ରୀ, 24 ଇନଷ୍ଟ୍ରକ୍ଟର ଘରଠୁ ଘର ବୁଲୁଛନ୍ତି । ଲୋକଙ୍କ ସମସ୍ୟା ସମାଧାନ କରୁଛନ୍ତି । ଏବେ ସୁଦ୍ଧା 561 ଘରକୁ ଯାଇ ସମାଧାନ କରିବାକୁ ଚେଷ୍ଟା କରିଛନ୍ତି । ବ୍ରହ୍ମପୁର, ରାଉରକେଲା, ସମ୍ବଲପୁରର ସରକାରୀ ଆଇଟିଆଇ ଛାତ୍ରଛାତ୍ରୀ ଆସି ବିଦ୍ୟୁତ ବିଭାଗକୁ ସହଯୋଗ କରୁଛନ୍ତି । ଫ୍ୟାନ, ମୋଟର, ଓୟାରିଙ୍ଗ ସମସ୍ୟା ଉପରେ ନଜର ରଖିଛନ୍ତି ସେମାନେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

BREAKING

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.