ETV Bharat / state

ବାଚସ୍ପତିଙ୍କୁ ଡାଲିମାଡ଼ ପ୍ରସଙ୍ଗ: କ'ଣ କହିଲେ ସାଂସଦ ଭର୍ତ୍ତୃହରି? ଶୁଣନ୍ତୁ...

author img

By ETV Bharat Odisha Team

Published : Oct 3, 2023, 8:01 PM IST

ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଉପରକୁ ଗୃହ ଭିତରେ ବିରୋଧୀଙ୍କ ଡାଲି ମାଡ଼ ପ୍ରସଙ୍ଗ । ସାଂସଦ ଭର୍ତ୍ତୃହରି ମହତାବଙ୍କ ପ୍ରତିକ୍ରିୟାକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା । ଅଧିକ ପଢନ୍ତୁ

ଭର୍ତ୍ତୃହରିଙ୍କ ପାଲଟା ପ୍ରଶ୍ନକୁ ନେଇ ଚର୍ଚ୍ଚା

କଟକ: ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଉପରକୁ ଗୃହ ଭିତରେ ବିରୋଧୀଙ୍କ ଡାଲି ମାଡ଼ ପ୍ରସଙ୍ଗ । ବିଜେପିର ଏଭଳି ଆଚରଣକୁ ନେଇ ଶାସକ ଦଳ ଏବେ ବିରୋଧୀଙ୍କୁ ଟାର୍ଗେଟ କରିଛି । ଏହାରି ଭିତରେ ବିଜେଡି ସାଂସଦଙ୍କ ପ୍ରତିକ୍ରିୟାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତେବେ ଡାଲି ମାଡ଼ ଘଟଣାକୁ ନେଇ କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବଙ୍କ ପ୍ରତିକ୍ରିୟା ସାମନାକୁ ଆସିଛି । ଶାସକ ଦଳର ସମସ୍ତ ନେତା ଓ କର୍ମୀ ଏନେଇ ବିରୋଧୀଙ୍କୁ ଟାର୍ଗେଟ କରିଥିବାବେଳେ ଭର୍ତ୍ତୃହରି ଯେଉଁ ଢଙ୍ଗରେ ନିଜର ପ୍ରତିକ୍ରିୟା ଦେଇଛନ୍ତି ତାହାକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା । ଏପରିକି ଏହି ପ୍ରସଙ୍ଗରେ ସାମ୍ବାଦିକଙ୍କ ପ୍ରଶ୍ନରେ ସେ ଯାହା କହିଛନ୍ତି ତାହା ଭିନ୍ନ ଦିଗକୁ ଇଙ୍ଗିତ କରୁଛି ।

ତେବେ ଡାଲି ମାଡ଼ ପ୍ରସଙ୍ଗରେ ସାମ୍ବାଦିକ ପଚାରିଥିବା ପ୍ରଶ୍ନରେ ସାଂସଦ ପାଲଟା ପ୍ରଶ୍ନ କରିଛନ୍ତି, "କେଉଁ ଡାଲି ପିଙ୍ଗା ଯାଇଛି ? ହରଡ଼, ମସୁର ନା କୋଳଥ ଡାଲି ?" ଏହାପରେ ସାଂସଦ ଆଉ କିଛି ଅଧିକ ନକହି କ୍ୟାମେରା ସମ୍ମୁଖରୁ ମୁହଁ ଫେରାଇ ନେଇଥିବା ଦେଖିବାକୁ ମିଳିଛି । ତେବେ ସାଂସଦ ଏହି ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ରଖିବାକୁ ଚାହୁଁନାହାନ୍ତି ନା ପରୋକ୍ଷରେ ସମର୍ଥନ କରୁଛନ୍ତି ତାହାକୁ ନେଇ ଉଠିଛି ପ୍ରଶ୍ନ । ଭର୍ତ୍ତୃହରି ଦଳର ଜଣେ ବରିଷ୍ଠ ନେତା ହୋଇ ସୁଦ୍ଧା ପ୍ରତ୍ୟେକ ପ୍ରସଙ୍ଗ ଉପରେ ସେ ପୂର୍ବରୁ ଅନେକ ଥର ନିଜର ପ୍ରତିକ୍ରିୟା ଦେଇଥାନ୍ତି । ଦଳ ସମର୍ଥନରେ ସେ ପ୍ରତିକ୍ରିୟା ମଧ୍ୟ ଦେଇଥାନ୍ତି । ମାତ୍ର ଏବେ ତାଙ୍କର ପ୍ରତିକ୍ରିୟାକୁ ନେଇ ଅନେକ ଚର୍ଚ୍ଚା ହେଉଛି ।

ଏହା ବି ପଢନ୍ତୁ...CM Anti-Public Statement; ଶାସକ ନା ବିରୋଧୀ, କିଏ ଜନବିରୋଧୀ ?

ତେବେ ଦଳ ପକ୍ଷରେ ଯୁକ୍ତି ବାଢିବା ପରିବର୍ତ୍ତେ ଡାଲି ମାଡ଼ ପ୍ରସଙ୍ଗକୁ ଅତି ଚତୁରତାର ସହ ପ୍ରତିକ୍ରିୟା ରଖିବା ଘଟଣାକୁ ନେଇ ଗୋଳମାଳିଆ ହୋଇଛି କଟକ ରାଜନୀତି । ସୂଚନା ଅନୁସାରେ, ବିଜେପିର ଦୁଇ ବିଧାୟକ ପଲିଥିନରେ ଡାଲି ନେଇ ଗୃହକୁ ଆସିଥିଲେ । ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ । ପରେ ବାଚସ୍ପତିଙ୍କ ପୋଡିୟମକୁ ଉଭୟ ଡାଲି ଫିଙ୍ଗିଥିବାର ଅଭିଯୋଗ ହୋଇଥିଲା । ଏହାପରେ ଉଭୟଙ୍କୁ ନିଲମ୍ବିତ କରିବା ପାଇଁ ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ପ୍ରସ୍ତାବ ଆଣିଥିଲେ । ବିଜେପିର ଦୁଇ ବିଧାୟକ ଗୃହ କାର୍ଯ୍ୟରେ ବାଧକ ଆଣୁଛନ୍ତି । ତେଣୁ ଗୃହ କାର୍ଯ୍ୟରୁ ସେମାନଙ୍କୁ ବାଦ ଦେବାକୁ ପ୍ରଶାନ୍ତ ମୋସନ ଆଣିଥିଲେ । ଯାହାକୁ ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇଛି । ବିଧାନସଭାରେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ଓ ବିଧାୟକ ମୁକେଶ ମହାଲିଙ୍ଗଙ୍କୁ ଅଧିବେଶନର ଅବଶିଷ୍ଠ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯାଇଛି ।

କାର୍ଯ୍ୟାନୁଷ୍ଠାନ ପରେ ବାଚସ୍ପତି ପ୍ରମିଳା ମଲ୍ଲିକ କହିଛନ୍ତି, "ସସପେଣ୍ଡ ହୋଇଥିବା ଉଭୟ ନେତାଙ୍କ ଆଚରଣ ଓ ଉଚ୍ଚାରଣରେ ଗୃହ କ୍ଷୁବ୍ଧ ହୋଇଥିଲି । ସମ୍ବିଧାନ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଗୃହର ମତ ନିଆଯାଇ ସସପେଣ୍ଡ କରାଯାଇଛି । ଯାହା ନୀତି ନିୟମ ଅଛି, ତାହାରି ଆଧାରରେ ସବୁ କରାଯାଇଛି । ଅଧିବେଶନର ବଳକା ସମୟ ପାଇଁ ସେମାନେ ନିଲମ୍ବିତ ହୋଇଛନ୍ତି । ବହୁଥର ସେମାନଙ୍କୁ ଅନୁରୋଧ ଦିଆଯାଇଛି । ଗୃହ କାର୍ଯ୍ୟରେ ସହଯୋଗ କରିବା ଲାଗି କୁହାଯାଇଛି । ହେଲେ ସେମାନେ ଶୁଣିନଥିଲେ ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.