କଟକ: ବେସରକାରୀ ହସ୍ପିଟାଲକୁ ଆମ୍ବୁଲାନ୍ସ ସେବା ଯୋଗାଇବାକୁ ହାଇକୋର୍ଟରେ ରୁଜୁ ହେଲା ଜନସ୍ବାର୍ଥ ମାମଲା । କେବଳ ସରକାରୀ ନୁହେଁ ବରଂ ବେସରକାରୀ ହସ୍ପିଟାଲକୁ 108 ଆମ୍ବୁଲାନ୍ସ ସେବା ଯୋଗାଇବାକୁ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ଏହି ମାମଲା ରୁଜୁ କରିଛନ୍ତି । ମାମଲାରେ ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ସଚିବଙ୍କ ସମେତ 5 ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି ।
ଆବେଦନକାରୀ ଆବେଦନରେ ଦର୍ଶାଇଛନ୍ତି ଯେ ସମସ୍ତଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ସରକାରଙ୍କ ଦାୟିତ୍ବ । ଅଧିକାଂଶ ସମୟରେ ଗାଡି ଅଭାବରୁ ଅନେକ ରୋଗୀ ପ୍ରାଣ ହରାଉଛନ୍ତି । ତେବେ ବେସରକାରୀ ହସ୍ପିଟାଲକୁ ଯିବା ପାଇଁ ମଧ୍ୟ ଆମ୍ବୁଲାନ୍ସ ସୁବିଧା କରାଯିବା ଦରକାର । ଏଥିପାଇଁ ଉପଯୁକ୍ତ ଦେୟ ରଖାଯାଉ ବୋଲି ଆବେଦନକାରୀ କହିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ