ETV Bharat / state

ମୂର୍ତ୍ତ ନିର୍ମାଣ ନିର୍ଦ୍ଦେଶନାମାକୁ ପୋଷ୍ଟକାର୍ଡ ଜରିଆରେ ପ୍ରତିବାଦ - କଟକ ନ୍ୟୁଜ

ଦଶହରାକୁ ନେଇ ଜାରି କରାଯାଇଥିବା ମୂର୍ତ୍ତି ନିର୍ମାଣ କଟକଣାକୁ 'ମୁଁ କଟକିଆ ସଙ୍ଗଠନ'ର ବିରୋଧ । ନିଆରା ଭାବରେ ମୂର୍ତ୍ତି ନିର୍ମାଣ କଟକଣାକୁ ବିରୋଧ କରିଛି ଏହି ସଙ୍ଗଠନ । କଟକ ବକ୍ସିବଜାର ଠାରେ ଥିବା ମୁଖ୍ୟ ଡାକଘର ସମ୍ମୁଖରେ ପୋଷ୍ଟକାର୍ଡ ମାଧ୍ୟମରେ ବିରୋଧ କରାଯାଇଛି ।

ମୂର୍ତ୍ତ ନିର୍ମାଣ ନିର୍ଦ୍ଦେଶନାମାକୁ ପୋଷ୍ଟକାର୍ଡ ଜରିଆରେ ପ୍ରତିବାଦ
ମୂର୍ତ୍ତ ନିର୍ମାଣ ନିର୍ଦ୍ଦେଶନାମାକୁ ପୋଷ୍ଟକାର୍ଡ ଜରିଆରେମୂର୍ତ୍ତ ନିର୍ମାଣ ନିର୍ଦ୍ଦେଶନାମାକୁ ପୋଷ୍ଟକାର୍ଡ ଜରିଆରେ ପ୍ରତିବାଦ ପ୍ରତିବାଦ
author img

By

Published : Sep 25, 2020, 1:54 PM IST

କଟକ: ଦଶହରାକୁ ନେଇ ଜାରି କରାଯାଇଥିବା ମୂର୍ତ୍ତି ନିର୍ମାଣ କଟକଣାକୁ 'ମୁଁ କଟକିଆ ସଙ୍ଗଠନ'ର ବିରୋଧ । ନିଆରା ଭାବରେ ମୂର୍ତ୍ତି ନିର୍ମାଣ କଟକଣାକୁ ବିରୋଧ କରିଛି ଏହି ସଙ୍ଗଠନ । କଟକ ବକ୍ସିବଜାର ଠାରେ ଥିବା ମୁଖ୍ୟ ଡାକଘର ସମ୍ମୁଖରେ ପୋଷ୍ଟକାର୍ଡ ମାଧ୍ୟମରେ ବିରୋଧ କରାଯାଇଛି । ଏହି ସଙ୍ଗଠନ ପୋଷ୍ଟକାର୍ଡ ପ୍ରେରଣ ଅଭିଯାନ ଆରମ୍ଭ କରିଛି ।

ମୂର୍ତ୍ତ ନିର୍ମାଣ ନିର୍ଦ୍ଦେଶନାମାକୁ ପୋଷ୍ଟକାର୍ଡ ଜରିଆରେ ପ୍ରତିବାଦ

ସଂଗଠନର ୭ ଜଣ ସଦସ୍ୟ ଗୁରୁବାର ମୁଖ୍ୟ ପୋଷ୍ଟ ଅଫିସରେ ଥିବା ଡାକବାକ୍ସରେ ଦୁର୍ଗାପୂଜାରେ ମୂର୍ତ୍ତି ନିର୍ମାଣ ପାଇଁ ସ୍ବାଧୀନତା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଛନ୍ତି । ସ୍ଵାଭିମାନୀ କଟକିଆଙ୍କୁ କେମିତି ସରକାର ତଥା ପ୍ରଶାସନ ଅବହେଳିତ କରିଚାଲିଛନ୍ତି ସେ ସମ୍ପର୍କରେ ଏହି ପୋଷ୍ଟକାର୍ଡରେ ଉଲ୍ଲେଖ କରାଯାଇଛି । ଜାରି ହୋଇଥିବା ନିର୍ଦ୍ଦେଶନାମାକୁ ପରିବର୍ତ୍ତନ କରାନଗଲେ ବିରୋଧ କରିବାକୁ ଚେତାବନୀ ଦେଇଛି ଏହି ସଙ୍ଗଠନ । ସୂଚନାଯୋଗ୍ୟ ୪ ଫୁଟ ଉଚ୍ଚତା ମୂର୍ତ୍ତି ନିର୍ମାଣ କରିବାକୁ ରାଜ୍ୟ ସରକାର ନିର୍ଦେଶନାମା ଜାରି କରିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.