ETV Bharat / state

ଜଗା-ବଳିଆକୁ ଭେଟିଲେ ମନ୍ତ୍ରୀ; ଖୁବଶୀଘ୍ର ଜଗାର ଖପୁରୀ ଟ୍ରାନ୍ସପ୍ଲାଣ୍ଟ - କଟକ

ଏସସିବି ଗସ୍ତରେ ମନ୍ତ୍ରୀ ପ୍ରତାପ ଜେନା । ଦିଲ୍ଲୀ ଏମସ୍ରୁ ଫେରି ଏଠାରେ ଚିକିତ୍ସିତ ହେଉଥିବା ଜଗା ବଳିଆଙ୍କୁ ଭେଟିଲେ ମନ୍ତ୍ରୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Sep 15, 2019, 7:06 PM IST

Updated : Sep 15, 2019, 11:21 PM IST

କଟକ: ଜଗା ବଳିଆକୁ ଭେଟିଲେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ଏସସିବି ମେଡିକାଲରେ ପହଞ୍ଚି ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ଅବଗତ ହୋଇଛନ୍ତି ମନ୍ତ୍ରୀ । ତେବେ ଜଗା ସମ୍ପୂର୍ଣ୍ଣ ସୁସ୍ଥ ଥିବା ବେଳେ ବଳିଆର ସ୍ବାସ୍ଥ୍ୟ ଭଲ ନାହିଁ । ତେବେ ଖୁବ ଶୀଘ୍ର ଉଭୟ ଭଲ ହେବେ ବୋଲି କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଏହା ସହିତ ବଳିଆର ସମସ୍ତ ପରୀକ୍ଷା ଓ ଚିକିତ୍ସା ଜାରି ରହିଛି । ଖୁବଶୀଘ୍ର ସେ ଭଲ ହୋଇଯିବ ବୋଲି ଆଶା ରହିଛି । ତେବେ ରାଜ୍ୟ ସରକାର ଉଭୟଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ବହନ କରିବା ପାଇଁ ସ୍ଥିର କରିଛନ୍ତି । ଯାହା ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି ପ୍ରତାପ ଜେନା ।

ଏକ ବିରଳ ଅସ୍ତ୍ରୋପଚାର ପରେ ଉଭୟଙ୍କୁ ଅଲଗା କରିବା ପରେ ଜଗାର ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସିଛି । ଅପରେସନ ପାଇଁ ଓଡ଼ିଶାରୁ ଦିଲ୍ଲୀ ଯାଇଥିବା ଯୋଡ଼ା ମୁଣ୍ଡ ଶିଶୁ ଜଗା ବଳିଆଙ୍କ ଆଉ ପୂର୍ବ ପରି ସ୍ଥିତି ନାହିଁ । ଏବେ ଦୁହିଁଙ୍କ ମୁଣ୍ଡ ଅଲଗା ହୋଇଯାଇଛି । ଜଗା ମୁଣ୍ଡରେ ଖପୁରୀ ନଥିବାବେଳେ ସୁରକ୍ଷା ପାଇଁ ହେଲମେଟ ପିନ୍ଧାଯାଇଛି । ତେଣୁ ବର୍ତ୍ତମାନ ସ୍କୁଲରେ ପାଠ ପଢିବା କଷ୍ଟକର ବୋଲି କହିଛନ୍ତି ମନ୍ତ୍ରୀ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଜଗାବଳିଆ ଙ୍କୁ ଭେଟିଲେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ଏସିବି ମେଡିକାଲ ରେ ପହଁଚି ଉଭୟ ଙ୍କ ସ୍ୱାସ୍ତ୍ୟ ଅବସ୍ଥା ସମ୍ପର୍କରେ ଅବଗତ ହୋଇଛନ୍ତି ମନ୍ତ୍ରୀ । ତେବେ ଜଗା ସମ୍ପୂର୍ଣ୍ଣ ସୁସ୍ଥ ଥିବା ବେଳେ ବଳିଆ ର ସ୍ୱାସ୍ତ୍ୟ ଅବସ୍ଥା ଭଲ ନାହିଁ । ତେବେ ଖୁବ ଶୀଘ୍ର ଉଭୟ ଭଲ ହେବେ ବୋଲି କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା ।

ଏହାସହିତ ବଳିଆ ର ସମସ୍ତ ପରୀକ୍ଷା ଓ ଚିକିତ୍ସା ଜାରି ରହିଛି । ଖୁବ ଶୀଘ୍ର ସେ ଭଲ ହୋଇଯିବ ବୋଲି ଆଶା ରହିଛି । ଯଦି ପୂର୍ବ କଥା ଦେଖିବା ତେବେ ଜଗାବଳିଆ ଯେବେ ଦିଲ୍ଲୀ ଏମ୍ସ ଯାଇଥିଲେ ସେ ସୋଇକି ଯାଇଥିଲେ କିନ୍ତୁ ଵର୍ତମାନ ସ୍ଥିତି ଅଲଗା ଅଛି । ଜଗା ଭଲ ଅଛି ଆଉ ବଳିଆ ର ସମସ୍ତ ଚିକିତ୍ସା ଜାରି ରହିଛି । ତେବେ ରାଜ୍ୟ ସରକାର ଉଭୟଙ୍କ ଚିକିତ୍ସା ର ସମସ୍ତ ଖର୍ଚ୍ଚ ବହନ କରିବା ସ୍ଥିର କରିଛନ୍ତି । ଯାହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ।

ଏକ ବିରଳ ଅସ୍ତ୍ରୋପଚାର ପରେ ଉଭୟ ଙ୍କୁ ଅଲଗା କରିବା ପରେ ଜଗା ର ସ୍ୱସ୍ଥ୍ୟ ଅବସ୍ଥା ରେ ଉର୍ଣ୍ଣତି ଆସିଛି । ଆଉ ବଳିଆ ର ଖୁବ ଶୀଘ୍ର ସୁସ୍ଥ ହୋଇଯିବ । ଏହାଛଡ଼ା ଜଗା ମୁଣ୍ଡ ରେ ଏବେ ଖପୁରୀ ନାହିଁ । କେବଳ ହେଲମେଟ ହି ତାର ମୁଣ୍ଡ କୁ ରକ୍ଷା କରୁଛି । ଯାହାଦ୍ୱାରା ସେ ଏବେ ପଢିବା କଷ୍ଟ ହେବ । କିନ୍ତୁ ଆଲୋଚନା ଚାଲିଛି କେଉଁ ପ୍ରକ୍ରିୟା ରେ ଜଗା କୁ ପାଠ ପଢ଼ାଇ ହେବ । ଓ ଏହାସହିତ ଆଗମୀ ଦିନ ରେ ଜଗା ର ବୋନ ଟ୍ରାନ୍ସପରଏନ୍ସି ଅସ୍ତ୍ରୋପଚାର କରାଯିବ । ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।Body:ବାଇଟ: ପ୍ରତାପ ଜେନା ( ନଗର ଉନ୍ନୟନ ମନ୍ତ୍ରୀ )Conclusion:
Last Updated : Sep 15, 2019, 11:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.